ଭୁବନେଶ୍ବର: କଂଗ୍ରେସ ଭବନରେ ତେଜିଲା ଟିକେଟ ଅସନ୍ତୋଷ । ସଂଧ୍ୟାରେ କିଛି ଯୁବକ କଂଗ୍ରେସ ଭବନରେ ଭଙ୍ଗାରୁଜା କରିଛନ୍ତି । ଆସବାବପତ୍ର ଭାଙ୍ଗିବା ସହ ଏକାମ୍ର ପାଇଁ କାହିଁକି ଟିକେଟ ଦିଆଗଲା ନାହିଁ ବୋଲି କହିଛନ୍ତି । ତେବେ ଭଙ୍ଗାରୁଜା କରିଥିବା ଯୁବକ ଜଣକ ନିଜକୁ ରାଜୁ ବୋଲି କହୁଥିବା କଂଗ୍ରେସ ଭବନର କର୍ମଚାରୀଙ୍କ ସୁତ୍ରୁରୁ ଜଣାପଡିଛି ।
ତେବେ ଏହି ଗଣ୍ଡଗୋଳରେ ବିଜେପି ଆଉ ବିଜେଡିର ହାତ ଥିବା ନେଇ କଂଗ୍ରେସ ଜିଲ୍ଲା ସଭାପତି ମାନସ ଚୌଧୁରୀ ସ୍ପଷ୍ଟୀକରଣ ଦେଇଛନ୍ତି । ଏଥିସହ ସେ କହିଛନ୍ତି କଂଗ୍ରେସରେ ଟିକେଟ ଅସନ୍ତୋଷର ପ୍ରଶ୍ନହିଁ ଉଠୁନାହିଁ ।
ତେବେ ସିସିଟିଭି ଭିଜୁଆଲ ଆଧାରରେ ଏହି ଘଟଣାର ତଦନ୍ତ କରାଯିବ । ଏଥିସହ ସୁରକ୍ଷା ଦୃଷ୍ଟିରୁ କଂଗ୍ରେସ ଭବନ ବାହାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ