ETV Bharat / city

ଅତ୍ଯାବଶ୍ୟକୀୟ ସାମଗ୍ରୀ କଳାବଜାରୀ କଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଯୋଗାଣ ମନ୍ତ୍ରୀ

author img

By

Published : May 21, 2021, 10:10 PM IST

ଲକ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାରଙ୍କ କଡ଼ା ନଜର । ଅତ୍ଯାବଶ୍ୟକୀୟ ସାମଗ୍ରୀର କଳାବଜାରୀ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଯୋଗାଣ ମନ୍ତ୍ରୀ। ଅଧିକ ପଢନ୍ତୁ...

ଅତ୍ଯାବଶ୍ୟକୀୟ ସାମଗ୍ରୀର କଳାବଜାରୀ କଲେ ଦୃଢ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ବର: ଲକ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବେଆଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡ଼ା ନଜର ରଖୁଛନ୍ତି । ଏଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ଜିଲ୍ଲା ଯୋଗାଣ ଅଧିକାରୀମାନେ ଓ ଅନ୍ୟ କ୍ଷେତ୍ର ଅଧିକାରୀମାନେ ନିଜେ ଜିଲ୍ଲାରେ ବୁଲିବା ସହ ବେଆଇନ୍ ମହଜୁଦକାରୀ ଓ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସଂପ୍ରତି ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ବର୍ତ୍ତମାନ ରାଜ୍ୟରେ ଚାଉଳ, ଡାଲି ଓ ଗହମଜାତୀୟ ଦ୍ରବ୍ୟ ଯଥା- ଅଟା, ମଇଦା, ସୁଡି ଏବଂ ଖାଇବା ତେଲ, ଆଳୁ, ପିଆଜ, ଚିନି ଇତ୍ୟାଦି ଖାଉଟି ସାମଗ୍ରୀ ଚାହିଦାଠାରୁ ଅଧିକ ରହିଛି । କୋଭିଡ-୧୯ ଦ୍ଵିତୀୟ ଲହର ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ ପରିବା, କ୍ଷୀର ଓ ମାଛ ମାଂସ ଦୋକାନ ସକାଳ ୬ ଘଟିକାରୁ ଅପରାହ୍ନ ୧୨ ଘଟିକା ଯାଏ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହୁଛି । ଏଥି ସହିତ ଲକ୍‌ଡାଉନ୍ ସମୟରେ ଅତ୍ୟାବ୍ୟଶକୀୟ ସାମଗ୍ରୀର ଆମଦାନୀ ଓ ପରିହବନରେ କୌଣସି କଟକଣା ନାହିଁ । ତେଣୁ ଜନସାଧାରଣ କେବଳ ନିଜର ଆବଶ୍ୟକତା ଅନୁଯାୟୀ ଖାଉଟି ସାମଗ୍ରୀ କିଣିବା ପାଇଁ ମନ୍ତ୍ରୀ ସ୍ଵାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଭୟଭୀତ ହୋଇ ଅଯଥାରେ ଅଧିକ ପରିମାଣରେ ସାମଗ୍ରୀ କିଣି ମହଜୁଦ ରଖନ୍ତୁ ନାହିଁ ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି ।

ଏଥି ସହିତ ମନ୍ତ୍ରୀ ସ୍ଵାଇଁ କହିଛନ୍ତି ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ଏହି ସବୁ ସାମଗ୍ରୀର ଚାହିଦା ଅନୁଯାୟୀ ଆମଦାନୀ କରୁଛନ୍ତି । ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗର କର୍ମଚାରୀମାନେ ଏହାର ତଦାରଖ କରି ଦୈନନ୍ଦିନ ରିପୋର୍ଟ ସରକାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଜନସାଧାରଣ କୌଣସି ଗୁଜବରେ ବିଶ୍ଵାସ ନକରି ନିଜର ଆବଶ୍ୟକତା ଅନୁଯାୟୀ ସାମଗ୍ରୀ କିଣାକିଣି କରିବା ସହିତ କଳାବଜାରୀଙ୍କୁ ରୋକିବା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମନ୍ତ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.