ETV Bharat / city

KCR ଏବେ ଉଠିଲେ, ଓଡିଶା 2ବର୍ଷ ହେଲା ଅଭିଯୋଗ କରିଆସୁଛି: ଯୋଗାଣ ମନ୍ତ୍ରୀ

author img

By

Published : Apr 12, 2022, 10:04 PM IST

ଧାନ କିଣାବିକାକୁ ନେଇ କେନ୍ଦ୍ର ବିରୋଧରେ ସ୍ବର ଶାଣିତ କରିଛି ଟିଆରଏସ । ଏହା ସହ ନୂଆଦିଲ୍ଲୀରେ ଧାରଣା ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । କେନ୍ଦ୍ର ବିରୋଧରେ କେସିଆରଙ୍କ ଆନ୍ଦୋଳନ ଡାକରା ପରେ ସମାନ ଅଭିଯୋଗ ଆଣୁଥିବା ଓଡିଶା ସରକାର ଚୁପ ରହିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

କେସିଆର ଏବେ ଉଠିଲେ, ଓଡିଶା 2 ବର୍ଷ ହେଲା କରିଆସୁଛି ଅଭିଯୋଗ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଧାନ କିଣାବିକାକୁ ନେଇ କେନ୍ଦ୍ର ବିରୋଧରେ ସ୍ବର ଶାଣିତ କରିଛି ଟିଆରଏସ । ଏହା ସହ ନୂଆଦିଲ୍ଲୀରେ ଧାରଣା ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । କେନ୍ଦ୍ର ବିରୋଧରେ କେସିଆରଙ୍କ ଆନ୍ଦୋଳନ ଡାକରା ପରେ ସମାନ ଅଭିଯୋଗ ଆଣୁଥିବା ଓଡିଶା ସରକାର ଚୁପ ରହିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ରଣେନ୍ଦ୍ର କହିଛନ୍ତି ଯେ, କେସିଆର ଏବେ ଆନ୍ଦୋଳନକୁ ଉଠିଲେ । ଓଡିଶା ସରକାର ଗତ ଦୁଇ ବର୍ଷ ହେଲା ଦାବି କରୁଛନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖି ଦାବି କରିବା ସହ ଚାପ ସୃଷ୍ଟି କରୁଛନ୍ତି । ସଂସଦରେ ବିଜେଡି ସାଂସଦରେ ଉଠାଇଛନ୍ତି । ଫୁଡ ପଲିସ ସମସ୍ତଙ୍କ ଲାଗି ସମାନ ହେବା ଦରକାର । ଏଥିରେ ବାଛବିଚାର କରିବା ଦରକାର ନାହିଁ । ଓଡିଶାରେ ଉଷୁନା ଚାଉଳ ପସନ୍ଦ । ଆମର 10 ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ନେବା ଲାଗି କେନ୍ଦ୍ର ନିକଟରେ ଦାବି କରିଛୁ । ସେମାନେ 5 ଲକ୍ଷର ସିଲିଂ ଦେଇଛନ୍ତି ।

ଯଦି କେନ୍ଦ୍ର ଏହି ଚାଉଳ ଉଠାନ୍ତି ଭଲ କଥା । ନହେଲେ ଆମେ ପଦକ୍ଷେପ ନେବୁ । ଯୋଗଣ ମନ୍ତ୍ରୀ ସମ୍ମିଳନୀରେ ରାଜ୍ୟ ଏହି ପ୍ରସଙ୍ଗ ଉଠାଇଛି । ରାଜ୍ୟ ବାସୀଙ୍କ ସମସ୍ୟାକୁ ବିଜେଡି ଅଣଦେଖା କରିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.