ETV Bharat / city

ଦରଦାମ ବୃଦ୍ଧି ପ୍ରସଙ୍ଗ; କେନ୍ଦ୍ରକୁ ଟାର୍ଗେଟ କଲେ ଯୋଗାଣ ମନ୍ତ୍ରୀ

author img

By

Published : Nov 3, 2021, 8:29 PM IST

ଦରଦାମ ବୃଦ୍ଧି ପ୍ରସଙ୍ଗରେ ବୁଲେଇ ବଙ୍କେଇ ନୁହେଁ ଏଥର ସିଧାସଳଖ କେନ୍ଦ୍ରକୁ ଆକ୍ରମଣ କରିଛନ୍ତି ରାଜ୍ୟ ସରକାର । ତୈଳଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଶାସକ ବିଜେଡି । ଅଧିକ ପଢନ୍ତୁ...

ଯୋଗାଣ ମନ୍ତ୍ରୀ
ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରସଙ୍ଗରେ ବୁଲେଇ ବଙ୍କେଇ ନୁହେଁ ଏଥର ସିଧାସଳଖ କେନ୍ଦ୍ରକୁ ଆକ୍ରମଣ କରିଛନ୍ତି ରାଜ୍ୟ ସରକାର । ତୈଳଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଶାସକ ବିଜେଡି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାଜ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏଥିସହ କେନ୍ଦ୍ର ସରକାରଙ୍କୁ ସର୍ତକବାଣୀ ଶୁଣାଇଛନ୍ତି ରଣେନ୍ଦ୍ର ।

ଦରଦାମ ବୃଦ୍ଧି ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ଯୋଗାଣ ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି ଦରଦାମ ବେଲଗାମ ହୋଇଗଲାଣି । ଦରବୃଦ୍ଧିରେ ସାଧାରଣ ଲୋକ ଅତିଷ୍ଠ ହୋଇପଡିଲେଣି । ଦେଶବାସୀ ଏବେ କଲବଲ । ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଜନ ଅସନ୍ତୋଷ ବି ତେଜିଲାଣି । ଏହାର ଫଳ ସ୍ବରୂପ ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନ ବିଜେପି ବିପକ୍ଷରେ ଯାଉଛି । ଏବେଠୁ କେନ୍ଦ୍ର ସରକାର ସତର୍କ ହୋଇ ଯାଆନ୍ତୁ ବୋଲି ସତର୍କ କରାଇଛନ୍ତି ଯୋଗାଣ ମନ୍ତ୍ରୀ । ଦରବୃଦ୍ଧି ନ ରୋକିଲେ ଆଗକୁ ଲୋକ ଏହି ଭଳି ଜବାବ ଦେବେ । ବିଜେପି ସରକାରର ପତନ ହେବ ।

ସେହିପରି ରଣେନ୍ଦ୍ର କହିଛନ୍ତି ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପ-ନିର୍ବାଚନରେ ବିଜେପିର ପରାଜୟ ଦରବୃଦ୍ଧିର ପ୍ରତିଫଳନ ବୋଲି ଯୋଗାଣ ମନ୍ତ୍ରୀ ଯୁକ୍ତି ବାଢିଛନ୍ତି । ଦରବୃଦ୍ଧିକୁ ପ୍ରସଙ୍ଗ କରି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଲା । ମାତ୍ର ଏବେ ଦରଦାମ ଆକାଶଛୁଆଁ । ରାଜ୍ୟର କ୍ଷମତାକୁ କେନ୍ଦ୍ର ଛଡାଇ ନେଇଛି । ପେଟ୍ରୋଲ ଓ ଡିଜେଲ ଦର ଉପରେ ରାଜ୍ୟର କିଛି ନିୟନ୍ତ୍ରଣ ନାହିଁ ।

କେନ୍ଦ୍ରର ଟିକସ ବୋଝ ତେଲ ଦରକୁ ସର୍ବକାଳୀନ ସର୍ବୋଚ୍ଚସ୍ତରକୁ ନେଇଛି । ଡିଜେଲ ଦର ବଢିବାରୁ ଚାଷୀର ଉତ୍ପାଦନ ଖର୍ଚ୍ଚ ବଢିଛି । ପରିବହନ ଖର୍ଚ୍ଚ ମଧ୍ୟ ବଢି ବଢି ଚାଲିଛି । ସାଧାରଣ ଲୋକ ବଞ୍ଚିବ କେମିତି ବୋଲି ପ୍ରଶ୍ନ କରିଛନ୍ତି ରାଣେନ୍ଦ୍ର? ବେଳ ଥାଉ ଥାଉ କେନ୍ଦ୍ର ବାଟ ବାହାର ନକଲେ ଆଗକୁ ଦର ଆହୁରି ବଢିବ । ଏହାର ଫଳ କେନ୍ଦ୍ରକୁ ଭୋଗିବାକୁ ହେବ ବୋଲି କହିଛନ୍ତି ରଣେନ୍ଦ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.