ETV Bharat / city

ହାଇଡ ଆଣ୍ଡ ସିକ୍ ଗେମ ଖେଳୁଛି କେନ୍ଦ୍ର: ଯୋଗାଣ ମନ୍ତ୍ରୀ

author img

By

Published : Apr 12, 2022, 10:23 PM IST

ତୈଳ ଦର ବୃଦ୍ଧି ସହ ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଦଳ । ଦରଦାମ ବୃଦ୍ଧି ସବୁ ବର୍ଗର ଲୋକଙ୍କୁ ବାଧିଲାଣି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଦରଦାମ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାର ‘ହାଇଡ ଆଣ୍ଡ ସିକ୍’ ଗେମ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର । ଅଧିକ ପଢନ୍ତୁ

ହାଇଡ ଆଣ୍ଡ ସିକ ଗେମ ଖେଳୁଛି କେନ୍ଦ୍ର ସରକାର: ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର: ତୈଳ ଦର ବୃଦ୍ଧି ସହ ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଦଳ । ଦରଦାମ ବୃଦ୍ଧି ସବୁ ବର୍ଗର ଲୋକଙ୍କୁ ବାଧିଲାଣି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଦରଦାମ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାର ‘ହାଇଡ ଆଣ୍ଡ ସିକ୍’ ଗେମ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର ।

ରଣେନ୍ଦ୍ର କହିଛନ୍ତି ଯେ, ସାରା ଦେଶରେ ଦରଦାମ ବୃଦ୍ଧିର ପ୍ରଭାବ ରହିଛି । ଆନ୍ତର୍ଜାତିକ ସ୍ତରରେ ତେଲ ଦର ବୃଦ୍ଧି କମ ହୋଇଥିଲେ ମଧ୍ୟ ଦେଶରେ ତେଲ ଦର କମୁନି । ପଶ୍ଚିମବଙ୍ଗ ନିର୍ବାଚନ ବେଳେ ଦରଦାମ ନିୟନ୍ତ୍ରଣରେ ଥିଲା । ନିର୍ବାଚନ ପରେ ଦରଦାମ ବଢିଲା । ସେହିପରି ନିକଟରେ 5 ରାଜ୍ୟ ବିଜେପିର ହାତ ମୁଠାକୁ ଆସିବା ପରେ ଦର ବଢାଉଛନ୍ତି ।

ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ସୂର୍ଯ୍ୟମୁଖୀ ତେଲ ଦର ବୃଦ୍ଧି ହୋଇଛି । ସେସ ହ୍ରାସ କରିବା ଲାଗି ରାଜ୍ୟ କେନ୍ଦ୍ର ନିକଟରେ ଦାବି କରିଛି । କିନ୍ତୁ କେନ୍ଦ୍ର ଶୁଣୁନି । ଅନ୍ୟପଟେ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକନ୍ତୁ । ଅଲଟରନେଟିଭ ମେକାନିଜିମ କରିବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ରଣେନ୍ଦ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.