ETV Bharat / city

ମହାବାତ୍ୟାକୁ 21ବର୍ଷ, ଆଜି ବି ଜାରି ରହିଛି ସଂଘର୍ଷ

ଠିକ୍‌ 21 ବର୍ଷ ପୂର୍ବେ ଓଡିଶାକୁ ଆସିଥିଲା ମୃତ୍ୟୁର ସୌଦାଗର ମହାବାତ୍ୟା । ପ୍ରାୟ ସକାଳ 10ଟା 30ରେ ଜଗତସିଂହପୁର ଜିଲ୍ଲାର ଏରସମା ଓ ବାଲିକୁଦା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିଥିଲା ମହାବାତ୍ୟା ।ଘଣ୍ଟାକୁ ୩୫୦ କିମି ବେଗରେ ପବନ ବୋହିଥିଲା । ଏହାର ପ୍ରଭାବରେ ରାଜ୍ୟର ଉପକୂଳ ସଂପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଥିଲା । ଆଜିବି ସେହିଦିନର ଛାତିଥରା ଦୃଶ୍ୟ ମନେ ପଡିଲେ ଓଡିଶାବାସୀଙ୍କ ଲୋମ ଟାଙ୍କୁରି ଉଠେ ।

author img

By

Published : Oct 29, 2020, 9:03 AM IST

Updated : Oct 29, 2020, 6:26 PM IST

super-cyclone-of-1999-completes-21years-odisha-remains-prone-to-natural-disasters
ମୃତ୍ୟୁର ସୌଦାଗର ମହାବାତ୍ୟାକୁ 21ବର୍ଷ, ମନେପଡିଲେ ଥରି ଉଠେ ଛାତି

ଭୁବନେଶ୍ବର: 1999 ମହାବାତ୍ୟାକୁ ଆଜି ପୂରିଛି 21 ବର୍ଷ । ଆଜିବି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ମହାବାତ୍ୟାକୁ ନେଇ ଭୟର ବାତାବରଣ ରହିଛି । ଠିକ୍‌ 21 ବର୍ଷ ପୂର୍ବେ ଓଡିଶାକୁ ଆସିଥିଲା ମୃତ୍ୟୁର ସୌଦାଗର ମହାବାତ୍ୟା । ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡାରେ ରଚିଥିଲା ପ୍ରଳୟ ।

ମହାବାତ୍ୟାକୁ 21ବର୍ଷ, ଆଜି ବି ଜାରି ରହିଛି ସଂଘର୍ଷ

ପ୍ରାୟ ସକାଳ 10ଟା 30ରେ ଜଗତସିଂହପୁର ଜିଲ୍ଲାର ଏରସମା ଓ ବାଲିକୁଦା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିଥିଲା ମହାବାତ୍ୟା । ଫଳରେ ଏରସମା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଏରସମା ଓ ପାରାଦ୍ବୀପ ଅଞ୍ଚଳରେ ପ୍ରାୟ 10 ହଜାରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଥଲା । ତେବେ ବେସରକରୀ ଭାବେ ଏହାଠାରୁ ଢେର ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଖାଲି ଏତିକି ନୁହେଁ ହଜାର ହଜାର ସଂଖ୍ୟାରେ ଗୃହପାଳିତ ପଶୁପକ୍ଷୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଆଜିବି ସେହିଦିନର ଛାତିଥରା ଦୃଶ୍ୟ ମନେ ପଡିଲେ ଓଡିଶାବାସୀଙ୍କ ଲୋମ ଟାଙ୍କୁରି ଉଠେ ।

29 ଅକ୍ଟୋବର 1999 ମସିହାର ଘଟଣା । ଘଣ୍ଟାକୁ ୩୫୦ କିମି ବେଗରେ ପବନ ବୋହିଥିଲା । ଏହାର ପ୍ରଭାବରେ ରାଜ୍ୟର ଉପକୂଳ ସଂପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଥିଲା । ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଜଗତସିଂପୁରଓ କେନ୍ଦ୍ରାପଡାରେ ରଚିଥିଲା ପ୍ରଳୟ । ଦୀର୍ଘ ୩୬ ଘଣ୍ଟା ଧରି ତାଣ୍ଡବଲୀଳା ରଚିଥିଲା ପ୍ରଳୟଙ୍କାରୀ ମହାବାତ୍ୟା । ଚାହୁଁଚାହୁଁ ଛିନଭିନ କରିଦେଲା ସାରା ଓଡିଶା । ସେତେବେଳେ ଉନ୍ନତମାନର ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଲୋକଙ୍କୁ ସ୍ଥାନାନ୍ତର ଆବଶ୍ୟକତା ଅନୁସାରେ କରାଯାଇ ପାରିନଥିଲା । ବିଶେଷ କରି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଏରସମାରେ ଯେଉଁ ଭୟଙ୍କର ସ୍ଥିତି ଉତ୍ପନ ହୋଇଥିଲା ତାହାକୁ ଆଜିବି ଲୋକେ ଭୁଲି ପାରିନାହାଁନ୍ତି ।

ଏହା ପରଠାରୁ ରାଜ୍ୟ ଅନେକ ବାତ୍ୟା ଦେଖିଛି ଫାଇଲିନ,ହୁଡହୁଡ, ତିତଲି ଓ ଫନି, ଅମ୍ଫାନ ଫରି ବାତ୍ୟା ରାଜ୍ୟର ଉପକୂଳକୁ ଦୋହାଲାଇ ଯାଇଛନ୍ତି । କିନ୍ତୁ 1999 ମସିହାର ସେହି ମହାବାତ୍ୟା ଆଜିବି ମନରୁ ଲିଭିନି । ଏହି ମହାବାତ୍ୟାରେ ଅନେକ ପରିବାର ନିଶ୍ଚିହ୍ନ ହୋଇଯାଇଥିବା ବେଳେ ଆଉ କେତେ କେତେ ଶିଶୁ ବାପା ମା' ଛେଉଣ୍ଡ ହୋଇ ଯାଇଛନ୍ତି ।

ମହାବ୍ୟାତାକୁ ଆଜି 21 ବର୍ଷ ପୂରିଥିବାବେଳେ ବିଗତ 21 ବର୍ଷରେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ବାତ୍ୟାକୁ ସଫଳତାର ସହ ମୁକାବିଲା କରୁଛନ୍ତି । ହେଲେ ସେହି ମହାବାତ୍ୟାରେ ଯାହା କ୍ଷତି ହୋଇଛି ତାହା ଆଜିବି ପୂରଣ ହୋଇନି କି କେବେ ମଧ୍ୟ ହୋଇ ପାରିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 29, 2020, 6:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.