ETV Bharat / city

କ୍ଯାପିଟାଲ ହସ୍‌ପିଟାଲ ଅଂଶୁଘାତ ୱାର୍ଡରେ ତାଲା, ମହିଳା ୱାର୍ଡରେ ଚାଲିଛି ଚିକିତ୍ସା - ଭୁବନେଶ୍ବର

ଖୋଲୁନି ୱାର୍ଡ । ପଡିଛି ତାଲା । ମହିଳା ୱାର୍ଡରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା । ଏପରି ଦେଖିବାକୁ ମିଳିଛି କ୍ୟାପିଟାଲ ହସ୍‌ପିଟାଲରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 12, 2019, 9:40 PM IST

ଭୁବନେଶ୍ବର: ଅଥୟ କରୁଛି ଗ୍ରୀଷ୍ମ ପ୍ରବାହ । ପାରଦ ୪୦ ଡିଗ୍ରି ଟପୁଥିବାବେଳେ ସ୍ଥିତି ଅସମ୍ଭାଳ । ଟାଇଁ ଟାଇଁ ଖରାରେ ମୁଣ୍ଡ ବିନ୍ଧୁଛି । ଅଂଶୁଘାତର ଆଶଙ୍କା ଦେଖାଦେଉଛି । ସେଥିଲାଗି ପ୍ରତିଟି ଡାକ୍ତରଖାନାରେ ଅଲଗା ଅଂଶୁଘାତ ୱାର୍ଡ ଖୋଲାଯାଇଛି । ତେବେ ଏହି ୱାର୍ଡ ଯେ କେବଳ ଧର୍ମକୁ ଆଖିଠାର ହୋଇଛି ତାହା ଖୋଦ୍‌ କ୍ୟାପିଟାଲ ହସ୍‌ପିଟାଲରୁ ଜଣାପଡୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଅଂଶୁଘାତର ଆଶୁ ଚିକିତ୍ସା ପାଇଁ ଏଠାରେ ଥିବା ଅଂଶୁଘାତ ୱାର୍ଡର ସ୍ଥିତି ଦୟନୀୟ । ଖୋଲୁନି ୱାର୍ଡ । ପଡିଛି ତାଲା । ମହିଳା ୱାର୍ଡରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା । ଅଂଶୁଘାତ ରୋଗୀଙ୍କ ଭରସା ପାଲଟିଛି ମହିଳା ୱାର୍ଡର 4ଟି ବେଡ୍‌ । କୌଣସି ରୋଗୀ ଆସିଲେ ତାଙ୍କୁ ସାଲାଇନ ଦେଇ ଶୀଘ୍ର ବିଦା କରିଦିଆଯାଉଛି ।

ଏପରି ସ୍ଥଳେ ରୋଗୀ ବିଚରା ହଇରାଣ ହେଉଛି । ତେବେ ଏନେଇ ହସପିଟାଲର ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବ୍ୟସ୍ତ ଥିବା କହି ଆମ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.