ETV Bharat / city

ଫନି ମାଡରେ ଏକର ଏକର ସୂର୍ଯ୍ୟମୁଖୀ ଚାଷ ଧରାଶାୟୀ

ଫନିର ତାଣ୍ଡବରେ ସବୁକିଛି ଛାରକାର ହୋଇଥିବାବେଳେ ଚାଷୀଙ୍କ ପେଟରେ ଲାତ ମାରିଛି ବାତ୍ୟା ଫନି । ଆଉ ଏଥିରୁ ଅଧିକ ପ୍ରଭାବିତ ହୋଇଛନ୍ତି ପୁରୀ କାକଟପୁରର ସୂର୍ଯ୍ୟମୁଖୀ ଚାଷୀ ।

author img

By

Published : May 9, 2019, 6:47 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁଭନେଶ୍ୱର

ପୁରୀ: ପ୍ରଳୟଙ୍କରୀ ବାତ୍ୟା ଫନି ସବୁଜିମା ରାଜ୍ୟକୁ ଖିନଭିନ କରିବା ସହ ସୌନ୍ଦର୍ଯ୍ୟକୁ ଅତି ବିଦ୍ରୁପ କରିଛି । ଫନି ଯିବା ପରେ ମଧ୍ୟ ଏଯାଏଁ ବି ସ୍ଥିତି ସୁଧୁରି ନଥିବାବେଳେ କେବେ ସବୁକିଛି ସୁଧୁରିବ ଆକାଳନ କରିବା ବି ଭାରି ମୁସ୍କିଲ । ଫନି ତାଣ୍ଡବରେ ସବୁକିଛି ଛାରକାର ହୋଇଥିବାବେଳେ ଚାଷୀଙ୍କ ପେଟରେ ଲାତ ମାରିଛି ବାତ୍ୟା ଫନି । ଆଉ ଏଥିରୁ ଅଧିକ ପ୍ରଭାବିତ ହୋଇଛନ୍ତି ପୁରୀ କାକଟପୁରର ସୂର୍ଯ୍ୟମୁଖି ଚାଷୀ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁଭନେଶ୍ୱର

ଫନି ମାଡରେ ଏକର ଏକର ସୂର୍ଯ୍ୟମୁଖୀ ଚାଷ ଜମି ନଷ୍ଟ ହୋଇଛି। ୧୫ ଦିନ ପରେ ସୁର୍ଯମୁଖୀ ମଞ୍ଜି ତୋଳିଥାନ୍ତେ ଚାଷୀ । ହେଲେ ତା’ ପୂର୍ବରୁ ଫନିର ପ୍ରଭାବରେ ଲୁଣି ପାଣି ମାଡି ଯାଇ ଗଛମୂଳ ମିଳେଇବା ସହ ପବନ ମାଡରେ ଗଛ ଭୂଇଁରେ ଲୋଟୁଛି ।

ଯାହାଫଳରେ ଚାଷ ସବୁ ନଷ୍ଟ ହୋଇଯାଇଛି । ଏହାକୁ ନେଇ କାକଟପୁର ବ୍ଲକର ଅବଦାନ,ବାଙ୍ଗୁରିଗାଁ, କୁରୁଜଙ୍ଗ, ନାଶିକେଶ୍ବର, ସୁଖୁପୁଖରି, କାଦୁଆ, କୁଣ୍ଢେଇ ଆଦି ପଞ୍ଚାୟତର ଅନେକ ଚାଷୀ ସର୍ବଶାନ୍ତ ହୋଇଛନ୍ତି ।

ଅନ୍ୟପଟେ ଏ ବାବଦରେ ପାଣିମଡା ଖର୍ଚ୍ଚ, ମଜୁରି ବାବଦ ଏକର ପିଛା ପାଖାପାଖି ୪୦ ହଜାର ଟଙ୍କା କ୍ଷତି ସହିଛନ୍ତି ଚାଷୀ । ଯାହାକୁ ନେଇ କିଛି କ୍ଷତି ଭରଣା ପାଇଁ ବିଡିଏଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଚାଷୀ କହିଛନ୍ତି।

ପୁରୀରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.