ଭୁବନେଶ୍ବର: ସୁନ୍ଦରଗଡ ADMଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ବିଶ୍ବଜିତ ମହାପାତ୍ର। ଆୟବର୍ହିଭୂତ ସମ୍ପତ୍ତିର ଖୁଲାସା କଲା ଭିଜିଲାନ୍ସ।
ଏବେବି ମିଳୁନି ଅନେକ ବ୍ୟାଙ୍କ ଟ୍ରାନଜାକ୍ସନର ଗୁମର। ସ୍କାନରରେ ପତ୍ନୀ ତାଙ୍କ ନାଁରେ ସିମେଣ୍ଟ ଗୋଦାମ ଖୋଲି ଲକ୍ଷାଧିକ ଟଙ୍କାର କରିଥିଲେ କାରବାର। ଜଗତସିଂହପୁର ଓ ଭୁବନେଶ୍ବରରେ ୧୦ଟି ପ୍ଲଟ, ରସୁଲଗଡରେ ଏକ ଫ୍ଲାଟ ଠାବ କରିଛି ଭିଜିଲାନ୍ସ ।
ଏହାସହ ୮ଟି ବ୍ୟାଙ୍କ ଆକାଉଣ୍ଟ ଡିପୋଜିଟ ସମେତ ମ୍ୟୁଚାଲ ଫଣ୍ଡ ଓ ଇନସୁରାନସ ଓ ଲକରରେ ଫିକ୍ସଡ ଡିପୋଜିଟର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି । ଯାହାର ମୂଲ୍ୟ ୨କୋଟି ୪୮ଲକ୍ଷ ହେବ ବୋଲି ଆକଳନ କରାଯାଇଛି । ଏହାସହ ଜବତ କ୍ୟାସ ପରିମାଣ ୩ ଲକ୍ଷ ୫୨ ହଜାର ସହ ୪୭୦ ଗ୍ରାମ ସୁନା ଅଳଙ୍କାର ଠାବ ହୋଇଛି।
ଏହାବି ପଢନ୍ତୁ : ସୁନ୍ଦରଗଡର କୋଟିପତି ADM ଗିରଫ, ସ୍କାନରରେ ପତ୍ନୀ
ଏବେବି ଅନେକ ବ୍ୟାଙ୍କର ସନ୍ଦେହଜନକ ଟ୍ରାନଜାକ୍ସନ ପାଇଁ ଆସେସମେଣ୍ଟ ଜାରି ରଖିଛି ଭିଜିଲାନ୍ସ। ତେବେ ୦୫.୦୩.୧୯୯୯ରେ OAS ଭାବେ ଯୋଗ ଦେଇଥିଲେ ବିଶ୍ବଜିତ ମହାପାତ୍ର। ପରେ କଟକରେ ଆସିଷ୍ଟାଣ୍ଟ ସେଟେଲମେଣ୍ଟ ଅଫିସର, ଭୁବନେଶ୍ଵରରେ ଆଡିସିନାଲ ତହସିଲଦାର ପରେ ତିଗିରିଆରେ ତହସିଲଦାର ସହ ବରଗଡରେ ସବକଲେକ୍ଟର ଓ ସୁନ୍ଦରଗଡରେ ସବଲେକ୍ଟର ପରେ ଏଡିଏମ ଭାବେ କାର୍ଯ୍ୟ କରୁଥିଲେ। ଯାହାଙ୍କ ବିରୋଧରେ ଦୁର୍ନିତିର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାକୁ ଗିରଫ କରିଛି। ଏବେବି ପତ୍ନୀ ଭିଜିଲାନ୍ସ ସ୍କାନରରେ ରହିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ