ଭୁବନେଶ୍ବର: ‘ମୋ ସରକାର’ ଯୋଜନାର ପ୍ରଥମ ଶିକାର। ଶିକାର ହେଲେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଙ୍କଜ ପଟେଲ। କର୍ତ୍ତବ୍ୟରେ ଅବହେଳା ପାଇଁ ହେଲେ ନିଲମ୍ବିତ । ନିଲମ୍ବିତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ ଯୋଜନା ଲାଗୁ ହୋଇନଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ସହ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି ‘5ଟି’ ସଚିବ ଭିକେ ପାଣ୍ଡିଆନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ