ଭୁବନେଶ୍ବର: ରାଜ୍ୟରେ ଆଜି(ସୋମବାର)ଠାରୁ ସ୍କୁଲ୍ ଓ କଲେଜରେ ଖରାଛୁଟି । ଖରାକୁ ଦୃଷ୍ଟିରେ ରଖି ସକାଳୁଆ କ୍ଳାସ୍(Morning School) ମାଧ୍ୟମରେ ହେଉଥିଲା ପାଠପଢ଼ା । କୋଭିଡ ସଂକ୍ରମଣ ଯୋଗୁଁ ଦୁଇବର୍ଷ ହେଲା ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା । ଏଥିପାଇଁ ଚଳିତ ବର୍ଷ ଖରା ଛୁଟି କମାଇ ଦିଆଯାଇଛି ।
ଚଳିତ ବର୍ଷ ସ୍କୁଲ ପିଲାଙ୍କୁ ମାତ୍ର ୧୧ ଦିନର ଖରା ଛୁଟି ମିଳିଛି । ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯାଇଛି । କୋରୋନା ମହାମାରୀ ଯୋଗୁଁ ଦୁଇବର୍ଷ ପାଠପଢ଼ାରେ ବ୍ୟାଘାତ ଘଟିଛି । ଏହାର ଭରଣା କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।
ପ୍ରବଳ ଖରା ଯୋଗୁଁ ମେ ପହିଲାରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହୋଇଥିଲା । ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂ ରିକଭରୀ ପ୍ଲାନ ଅବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରାଯାଇଥିଲା । ଯାହାକୁ ସକାଳୁଆ କ୍ଲାସରେ କାର୍ଯ୍ୟକାରୀ କରାଯାଇଥିଲା ।