ETV Bharat / city

Summer Vacation: ଆଜିଠୁ ଉଚ୍ଚ ଶିକ୍ଷାନୁଷ୍ଠାନର 16 ଦିନିଆ ଖରାଛୁଟି

author img

By

Published : Jun 1, 2022, 10:12 AM IST

ଆଜି (ବୁଧବାର) ଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଆରମ୍ଭ ହୋଇଛି । ଛାତ୍ରଛାତ୍ରୀଙ୍କ ପାଇଁ 16 ଦିନିଆ ଖରାଛୁଟି ରହିଛି । ଅଧିକ ପଢନ୍ତୁ

ଆଜିଠୁ ଉଚ୍ଚ ଶିକ୍ଷାନୁଷ୍ଠାନର 16 ଦିନିଆ ଖରାଛୁଟି

ଭୁବନେଶ୍ବର: ଆଜି (ବୁଧବାର) ଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଆରମ୍ଭ ହୋଇଛି । ଛାତ୍ରଛାତ୍ରୀଙ୍କ ପାଇଁ 16 ଦିନିଆ ଖରାଛୁଟି ରହିଛି । ଆଜିଠୁ ଜୁନ 16 ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜ । ଦରକାର ପଡିଲେ ଆବଶ୍ୟକ ସ୍ଥଳେ ଖରାଛୁଟି ସମୟରେ ପାଠପଢ଼ା ହେବ । ଏନେଇ ଉଚ୍ଚଶିକ୍ଷା ସଚିବ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତି ମାନଙ୍କୁ ଚିଠି ଲେଖି ଅବଗତ କରିଥିଲେ । ତେବେ ସୂଚନା ଅନୁସାରେ ଆସନ୍ତା 6 ତାରିଖରୁ ମଧ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡିକ ଖରାଛୁଟି ଘୋଷଣା କରାଯାଇଛି ।

ରାଜ୍ୟରେ କୋରୋନା ସଂକ୍ରମଣ କମିଥିବାରୁ ପାଠପଢା ଆରମ୍ଭ ହୋଇଥିଲା । 2 ବର୍ଷ ପାଠପଢା କ୍ଷତି ହୋଇଥିବାରୁ ଖରାଛୁଟି କମଦିନ ପାଇଁ ହେବ ବୋଲି ଶିକ୍ଷା ବିଭାଗ ଘୋଷଣା କରିଥିଲେ । ମାତ୍ର ଖରା ପ୍ରକୋପ ବଢିବାରୁ ଏହାକୁ ବଢା ଯାଇଥିଲା । ଏହାପରେ ଉଚ୍ଚ ଶିକ୍ଷାନୁଷ୍ଠାନକୁ 16 ଦିନିଆ ଖରାଛୁଟି ମିଳିବା ନେଇ ସୂଚନା ଦେଇଥିଲେ ଉଚ୍ଚଶିକ୍ଷା ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.