ETV Bharat / city

ଲକଡାଉନରେ ଟ୍ରାନ୍ସଜେଣ୍ଡରଙ୍କୁ ସହଯୋଗର ହାତ ବଢାଇଲା SUJOG - ଟ୍ରାନ୍ସଜେଣ୍ଡରଙ୍କୁ ସାହାର୍ଯ୍ୟ

ରାଜ୍ୟରେ ଲକଡାଉନ ଯୋଗୁଁ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜୀବିକା ଏବେ ବିପଦରେ ପଡିଛି । ଏଭଳି ଦୁଃଖଦ ସ୍ଥିତିରେ ଟ୍ରାନ୍ସଜେଣ୍ଡରଙ୍କୁ ସହଯୋଗ ପାଇଁ ହାତ ବଢାଇଛି SUJOG । ଅଧିକ ପଢନ୍ତୁ...

ଲକଡ଼ାଉନରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସହଯୋଗର ହାତ ବଢ଼େଇଲା ସୁଯୋଗ

author img

By

Published : May 19, 2021, 8:57 AM IST

ଭୁବନେଶ୍ବର: ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ଜାରି ରହିଛି ଲକଡାଉନ । ଫଳରେ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜୀବିକା ଏବେ ବିପଦରେ ପଡିଛି । ଏଭଳି ସ୍ଥିତିରେ ଏହି ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ସହଯୋଗର ହାତ ବଢ଼େଇଛି ସାମାଜିକ ପ୍ରତିଷ୍ଠାନ SUJOG । ଟ୍ରାନ୍ସଜେଣ୍ଡରଙ୍କୁ ସଚେତନ କରିବା ସହ ନିତ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛି ଏହି ପ୍ରତିଷ୍ଠାନ ।

ଲକଡାଉନରେ ଟ୍ରାନ୍ସଜେଣ୍ଡରଙ୍କୁ ସହଯୋଗର ହାତ ବଢାଇଲା SUJOG

କୋଭିଡ ସମୟରେ ଆମ ସମାଜରେ ଅବହେଳିତ ଅବସ୍ଥାରେ ଅଛନ୍ତି ଟ୍ରାନ୍ସଜେଣ୍ଡର । କୋଭିଡ ଯୋଗୁଁ ଏମାନଙ୍କ ଜୀବନ ଦୁର୍ବିସହ ହୋଇଛି । ନା ଅଛି ନିଯୁକ୍ତି, ନା ଏମାନଙ୍କୁ ମିଳୁଛି ସରକାରୀ ସୁବିଧା । ଏହି ସମୟରେ SUJOG ପକ୍ଷରୁ ମଙ୍ଗଳବାର ଟ୍ରାନ୍ସଜେଣ୍ଡରଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି । ଚାଉଳ, ଡାଲି, ଚିନି, ଆଳୁ, ପିଆଜ, ସାନିଟାଇଜର, ସାବୁନ୍, ମାସ୍କ ଇତ୍ୟାଦି ପ୍ରଦାନ କରାଯାଇଛି । 60ରୁ ଉର୍ଦ୍ଧ୍ବ ଟ୍ରାନ୍ସଜେଣ୍ଡରଙ୍କୁ ଏହି ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ପୁରୀରେ SUJOG, ଅନ୍ୟ ଏକ ସାମାଜିକ ସଙ୍ଗଠନ ନିର୍ମାଣ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ସେଲ୍ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି । SUJOG ର ଚେୟାରମ୍ୟାନ ତପନ ଚାନ୍ଦ, ସଙ୍ଗଠନର ସାଧାରଣ ସମ୍ପାଦକ ତଥା Wallet4Wealth ଏମଡି ତ୍ରିନାଥ ଲେଙ୍କା କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗ୍ରାଉଣ୍ଡରେ ହିତାଧିକାରୀଙ୍କୁ ସାମଗ୍ରୀ ବାଣ୍ଟିଥିଲେ । କାର୍ଯ୍ୟକ୍ରମରେ ରୋଟାରୀର ଜୟଶ୍ରୀ ମହାନ୍ତି ଯୋଗ ଦେଇଥିବାବେଳେ ସବିତା ପଟ୍ଟନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କଠିନ ସମୟରେ ସହଯୋଗ କରିଥିବାରୁ ଟ୍ରାନ୍ସଜେଣ୍ଡର ଆସୋସିଏସନ ପକ୍ଷରୁ ସଙ୍ଗଠନକୁ ଧନ୍ୟବାଦ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.