ETV Bharat / city

ଓଡ଼ିଆ ଚଳଚ୍ଚିତ୍ର 'ଟୋଟାଲ ବାଳୁଙ୍ଗା'ର ଶୁଭ ମହୁରତ - ଟୋଟାଲ ବାଳୁଙ୍ଗା

ଓଡ଼ିଆ ଚଳଚ୍ଚିତ୍ର 'ଟୋଟାଲ ବାଳୁଙ୍ଗା'ର ହୋଇଯାଇଛି ଶୁଭ ମହୁରତ । ଅଧିକ ପଢନ୍ତୁ...

ଓଡ଼ିଆ ଚଳଚ୍ଚିତ୍ର 'ଟୋଟାଲ ବାଳୁଙ୍ଗା'ର ଶୁଭ ମହୁରତ

author img

By

Published : Oct 26, 2021, 7:41 PM IST

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଟୋଟାଲ ବାଳୁଙ୍ଗାର ଶୁଭ ମହୁରତ ହୋଇଯାଇଛି । ହାସ୍ୟରସ ଓ କଲେଜର ବନ୍ଧୁତାକୁ ନେଇ କାହାଣୀଟି ଗତିଶୀଳ ହେବାକୁ ଥିବାବେଳେ ରାଜ୍ୟରେ ଅନେକ ସ୍ଥାନରେ ଏହାର ସୁଟିଂ ହେବ ବୋଲି କହିଛନ୍ତି ପ୍ରଯୋଜକ ସଂସ୍ଥା ।

ଓଡ଼ିଆ ଚଳଚ୍ଚିତ୍ର 'ଟୋଟାଲ ବାଳୁଙ୍ଗା'ର ଶୁଭ ମହୁରତ

ନବାଗତା ନମୀତା ସିଂହଦେଓ ଟୋଟାଲ ବାଳୁଙ୍ଗାର ନାୟିକା ଭୂମିକାରେ ନଜର ଆସିବେ । ଆଉ ତାଙ୍କ ବିପକ୍ଷରେ ରହିଛନ୍ତି ୨ ଅଭିନେତା ଶୁଭ୍ରାଂଶୁ ଓ ଚିନ୍ମୟ । କୃଷ୍ଣ ଫିଲ୍ମସ ବ୍ୟାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଥିବାବେଳେ କାହାଣୀର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଅଛନ୍ତି ଟି ଗଣେଶ । ହାସ୍ୟରସ ଓ କଲେଜର ବନ୍ଧୁତ୍ବକୁ ନେଇ କାହାଣୀଟି ଗତିଶୀଳ ହେବାକୁ ଥିବାବେଳେ ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଅଶୋକ ଓଝା ପ୍ରମୁଖ ଜଣାଶୁଣା କଳାକାର ଏଥିରେ ଅଭିନୟ କରିଛନ୍ତି ।

ସେପଟେ ସଂଳାପରେ ଅଜୟ ସାମଲ ରହିଥିବାବେଳେ ବିରାଜ ପ୍ରସାଦ ସ୍ବର ସଂଯୋଜନା କରିଛନ୍ତି । ତେବେ ଆଗକୁ ଚଳଚ୍ଚିତ୍ର ଓଡ଼ିଶାର ଅନେକ ସ୍ଥାନରେ ସୁଟିଂ ହେବାକୁ ଥିବାବେଳେ ଏହି ତ୍ରିକୋଣୀୟ ପ୍ରେମ କାହାଣୀ ଦର୍ଶକଙ୍କୁ ଭଲ ଲାଗିବ ବୋଲି କହିଛନ୍ତି ପ୍ରଯୋଜକ ସଂସ୍ଥା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.