ଭୁବନେଶ୍ବର: ଓଡ଼ିଆ ଚଳଚିତ୍ର 'ଲାଗୁଛି ଭାରି ନିଜର ନିଜରର' ଶୁଭ ମହୁରତ ହୋଇଯାଇଛି । ଏହାସହ ଆଜି ସିନେମାର ସୁଟିଂ ମଧ୍ୟ ହିଁ ଆରମ୍ଭ ହୋଇଛି । ଚଳଚ୍ଚିତ୍ରଟି ତନ୍ମୟ ପ୍ରଡକ୍ସନର ଦ୍ୱିତୀୟ ଅବଦାନ । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଦାୟିତ୍ବରେ ଜିତେନ୍ଦ୍ର ଓଝା ରହିଥିବା ବେଳେ ନିର୍ଦ୍ଦେଶକ ଦାୟିତ୍ବରେ ଅଶ୍ୱିନୀ ଗଡ଼ନାୟକ ରହିଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଡକ୍ଟର ରଜନୀରଞ୍ଜନ ।

ଏକ ସୁନ୍ଦର ପ୍ରେମକାହାଣୀକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ । ଏହି ଚଳଚ୍ଚିତ୍ରରେ ମୁଖ୍ୟଭୂମିକାରେ ନଜର ଆସିବେ ଅଭିନେତା କିଶୋର ଓ ଅଭିନେତ୍ରୀ ପିୟାଲୀ । ଚଳଚ୍ଚିତ୍ରର ଅନ୍ୟ ଭୂମିକାରେ ନଜର ଆସିବେ ଭେଟେରାନ ଅଭିନେତା ଶ୍ରୀତମ ଦାସ, ପ୍ରଦ୍ୟୁମ୍ନ ଲେଙ୍କା ଓ ପୁଷ୍ପା ପଣ୍ଡା । ଏହି ସିନେମା ଦର୍ଶକଙ୍କୁ ଭଲ ଲାଗିବ ବୋଲି ଆଶା ବାନ୍ଧିଛି ପ୍ରଯୋଜନା ସଂସ୍ଥା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ