ETV Bharat / city

ଓଡିଶାରେ ଶୀତ ଲହରୀ, ସୁବର୍ଣ୍ଣପୁର ସବୁଠୁ ଥଣ୍ଡା ସହର

ରାଜ୍ୟରେ ଶୀତ ଲହରୀ । ତାପମାତ୍ରା ଖସିବା ସାଙ୍ଗକୁ ବଢୁଛି ଶୀତ । ଆଜି ସବୁଠାରୁ ଶୀତଳ ସହର ପାଲଟିଲା ସୁବର୍ଣ୍ଣପୁର । ଅଧିକ ପଢନ୍ତୁ...

author img

By

Published : Nov 7, 2020, 11:59 AM IST

Updated : Nov 7, 2020, 12:51 PM IST

ରାଜ୍ୟରେ ଶୀତ ଲହରୀ
ରାଜ୍ୟରେ ଶୀତ ଲହରୀ

ଭୁବନେଶ୍ବର: ରାଜ୍ୟରେ ଖସୁଛି ତାପମାତ୍ରା,ବଢୁଛି ଶୀତ । ଆଜି ସବୁଠାରୁ ଶୀତଳ ସହରର ପାଲଟିଲା ସୁବର୍ଣ୍ଣପୁର ସହର । ସହରରେ 11.8 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ଅନ୍ୟ 5 ସହରରେ 15 ଡିଗ୍ରୀରୁ ତଳେ ରହିଛି ତାପମାତ୍ରା ।

ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରିଥିବାରୁ ଉତ୍ତର ଓଡିଶାର ଜିଲ୍ଲାଗୁଡିକରେ ଦିନର ସର୍ବନିମ୍ନ ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ ଖସିବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକରେ ୩ ରୁ ୪ ଡିଗ୍ରୀ ତଳକୁ ଖସିବାର ଆଶଙ୍କା କରାଯାଉଛି |

ସେପଟେ ଅନୁଗୁଳରେ 12.6, ଦାରିଙ୍ଗବାଡିରେ ୧୪.୦ , ଝାରସୁଗୁଡାରେ ୧୪.୧ ଏବଂ କେନ୍ଦୁଝରରେ ୧୫.୦ ଡିଗ୍ରୀ ସେଲସିୟସ ରହିଛି | ଭୁବନେଶ୍ବରରେ ବର୍ତ୍ତମାନ ୨୦.୬ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କଟକ ରେ ୧୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆଗକୁ ତାପମାତ୍ରା ଆହୁରି ଅଧିକ ଖସିବା ସହ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 7, 2020, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.