ଭୁବନେଶ୍ବର: ଦଶମ ପରୀକ୍ଷାକୁ ଦୃଷ୍ଟିରେ ରଖି ନବୀନ ନିବାସ ଘେରିଲେ ଶତାଧିକ ଛାତ୍ରଛାତ୍ରୀ । ବୋର୍ଡ ପରୀକ୍ଷାକୁ ନେଇ ଦ୍ଵନ୍ଦରେ ଥିବା ପିଲାମାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଭୁବନେଶ୍ବରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏନେଇ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ କରିଥିଲେ ।
କୋଭିଡ ସଂକ୍ରମଣ ପାଇଁ ପରୀକ୍ଷା ସ୍ଥଗିତ ଥିବା ବେଳେ ବର୍ତ୍ତମାନ ପଯ୍ୟନ୍ତ ପରୀକ୍ଷା ହେବକି ନାହିଁ ସେ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଯାହାକୁ ନେଇ ଶତାଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନବୀନ ନିବାସ ଅଭିମୁଖେ ଯାଇ ନିଜର ଦାବି ଜଣାଇଛନ୍ତି । ତେବେ ମନ୍ତ୍ରୀଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନ ପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବେ ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ