ETV Bharat / city

Matric Exam: ଆସନ୍ତାକାଲିଠୁ ହେବ ଆରମ୍ଭ, ପ୍ରସ୍ତୁତ ଛାତ୍ରଛାତ୍ରୀ

ଆଜି(ଗୁରୁବାର) ଯୁକ୍ତ ୨ ପ୍ରଥମ ଦିନ ପରୀକ୍ଷା ଶେଷ ହୋଇଥିବାବେଳେ ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

author img

By

Published : Apr 28, 2022, 5:10 PM IST

Matric Exam: ଆସନ୍ତାକାଲିଠୁ ହେବ ଆରମ୍ଭ, ପ୍ରସ୍ତୁତ ଛାତ୍ରଛାତ୍ରୀ
Matric Exam: ଆସନ୍ତାକାଲିଠୁ ହେବ ଆରମ୍ଭ, ପ୍ରସ୍ତୁତ ଛାତ୍ରଛାତ୍ରୀ

ଭୁବନେଶ୍ବର: ସରିଲା ଯୁକ୍ତ ୨ ପ୍ରଥମ ଦିନ ପରୀକ୍ଷା । ପ୍ରଥମ ଦିନରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ଦେଲେ ସାହିତ୍ୟ ବିଷୟ ପରୀକ୍ଷା । ପ୍ରଶ୍ନପତ୍ର ନେଇ ଛାତ୍ରଛାତ୍ରୀ ଉତ୍ସାହିତ ରହିଥିବାବେଳେ ଆଶାନୁଯାୟୀ ପରୀକ୍ଷା ହୋଇଥିବାବେଳେ ଭଲ ହେବ ରେଜଲ୍ଟ ବୋଲି କହିଛନ୍ତି । ସେପଟେ ଆସନ୍ତାକାଲି(ଶୁକ୍ରବାର)ଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଦିନ ୮ ରୁ ୧୦ ଯାଏଁ ପରୀକ୍ଷା ହେବାକୁ ଥିବାବେଳେ ଗଣଶିକ୍ଷା ବିଭାଗ ଓ ପରୀକ୍ଷାର୍ଥୀ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି ।

ଶୁକ୍ରବାରଠୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସମ୍ମେଟିଭ ଆସିମେଣ୍ଟ ୨ ପରୀକ୍ଷା କୁହାଯାଉଥିବାବେଳେ ସମ୍ପୂର୍ଣ୍ଣ ବୋର୍ଡ଼ ଢାଞ୍ଚାରେ ଏହି ପରୀକ୍ଷା ହେବ । ସେଥିପାଇଁ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି । ଟାଣ ଖରାକୁ ଆଖିରେ ରଖି ସକାଳ ୮ ରୁ ୧୦ ଯାଏଁ ପରୀକ୍ଷା ହେବ । ସକାଳ ୭ଟାରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯିବ । ୭.୩୦ ଟାରେ ପିଲାଙ୍କୁ OMR ସିଟ ଦିଆଯିବ ଓ ୭ ଟା ୪୫ ରେ ଦିଆଯିବ ପ୍ରଶ୍ନପତ୍ର । ୮ ଟାରୁ ଆରମ୍ଭ ହେବ ପରୀକ୍ଷା । ୮ଟା ରୁ ୯ ଟା ଓଏମଆର ସିଟରେ ୫୦ ମାର୍କର ହେବ ଅବଜେକ୍ଟିଭ ପରୀକ୍ଷା ।

୯ ଟା ରୁ ୧୦ ଟା ଯାଏଁ ୩୦ ମାର୍କର ସବଜେକ୍ଟିଭ ପରୀକ୍ଷା । କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିବା ସହ ଖରା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ତେବେ ଉଭୟ ଦଶମ ଓ ଯୁକ୍ତ ୨ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସ୍କୁଲଗୁଡିକରେ ହୋଇଛି । ବିଶେଷ କରି ବିଜୁଳି ସରବରାହ ଯେମିତି ବିଚ୍ଛିନ୍ନ ନ ହୁଏ, ସେଥିପାଇଁ ବିଦ୍ୟୁତ କମ୍ପାନୀ ସହ ଯୋଗାଯୋଗ ହୋଇଛି । ସବୁ କେନ୍ଦ୍ରରେ ସିସିଟିଭି ମଧ୍ୟ ଲାଗିଛି ।

ସେପଟେ କୌଣସି ଅସୁବିଧା ହେବନାହିଁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ପରୀକ୍ଷା ପରେ ଫଳ କିଭଳି ଭଲରେ ପ୍ରକାଶ ପାଇବ ସେଥିପ୍ରତି ମଧ୍ୟ ଗୁରୁତ୍ବ ଦିଆଯିବ। ଚଳିତ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ହାଇସ୍କୁଲ, ୪ ହଜାର ୪୪୩ ଜଣ ମଧ୍ୟମା ଏବଂ ୯ ହଜାର ୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ରହିଛନ୍ତି । ମାଟ୍ରିକ ପରୀକ୍ଷା ପାଇଁ ସମୁଦାୟ ୩୫୪୦ଟି କେନ୍ଦ୍ର ଏବଂ ୩୧୫ ଟି ନୋଡ଼ାଲ କେନ୍ଦ୍ର କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.