ETV Bharat / city

UG-PG ପରୀକ୍ଷା ନିଷ୍ପତ୍ତିକୁ ସ୍ବାଗତ କଲେ ଛାତ୍ରଛାତ୍ରୀ-ଅଭିଭାବକ

author img

By

Published : Jun 18, 2021, 5:52 PM IST

Updated : Jun 18, 2021, 5:58 PM IST

UG/PG ପରୀକ୍ଷା ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ବାଗତ କରିଛନ୍ତି । ଚଳିତ ବର୍ଷ ୟୁଜି ଓ ପିଜି ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯିବ ବୋଲି ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ...

UG PG ପରୀକ୍ଷା ନିଷ୍ପତ୍ତିକୁ ସ୍ବାଗତ କଲେ ଛାତ୍ରଛାତ୍ରୀ-ଅଭିଭାବକ

ଭୁବନେଶ୍ବର: UG/PG ପରୀକ୍ଷା ହେବାକୁ ନେଇ ଲାଗିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଉଚ୍ଚଶିକ୍ଷା ବିଭାଗ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବାକୁ ଘୋଷଣା କରିଥିବା ବେଳେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲ । ଅନଲାଇନର ସୁବିଧା ନଥିବା ଛାତ୍ରଛାତ୍ରୀ ନିକଟସ୍ଥ ଡିଗ୍ରୀ କଲେଜରେ ପରୀକ୍ଷା ଦେଇପାରିବେ ବୋଲି ବିଭାଗ ଘୋଷଣା କରିଛି ।

UG-PG ପରୀକ୍ଷା ନିଷ୍ପତ୍ତିକୁ ସ୍ବାଗତ କଲେ ଛାତ୍ରଛାତ୍ରୀ-ଅଭିଭାବକ

କରୋନା ମହାମାରୀ ପାଇଁ ରାଜ୍ୟରେ ସ୍କୁଲ ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାରେ ଏକ ପ୍ରକାରର ବାଧା ସୃଷ୍ଟି ହୋଇଥିଲା । ଆଜି(ଶୁକ୍ରବାର) ଉଚ୍ଚ ଶିକ୍ଷାମନ୍ତ୍ରୀ ୟୁଜି ଓ ପିଜି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମନରୁ ଦ୍ଵନ୍ଦ୍ବ ଦୂର କରିଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି । ଚଳିତ ବର୍ଷ ୟୁଜି ଓ ପିଜି ର ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯିବ ବୋଲି ଘୋଷଣା କରାଯାଇଛି । ପିଲାଙ୍କର ଜୀବନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

ଛାତ୍ରଛାତ୍ରୀମାନେ ପାଠପଢା ପ୍ରାୟତଃ ସରିଯାଇଛି । 1 ମାସ ମଧ୍ୟରେ ସେମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ । ଏହାସହ ଘରେ ରହି ପରୀକ୍ଷା ଦେବା ନିଷ୍ପତ୍ତିକୁ ସ୍ବାଗତ କରୁଛୁ ବୋଲି ଜଣେ ଛାତ୍ରୀ କହିଛନ୍ତି । ଅନ୍ୟଜଣେ ଛାତ୍ରୀ କହିଛନ୍ତି ଯେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ କୋରୋନା ସ୍ଥିତି ବୃଦ୍ଧି ପାଇଛି । ଅନଲାଇନରେ ହେବାକୁ ଥିବା ପରୀକ୍ଷା କେତେ ମାର୍କର କରାଯିବ ଓ କିଭଳି ଭାବରେ ପ୍ରଶ୍ନପତ୍ର ରହିବ ସେ ନେଇ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ଛାତ୍ରୀ ।

ଅନ୍ୟପଟେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଆମେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛୁ । ଉତ୍କଳ ବିଶ୍ଵବିଦ୍ୟାଳୟର ଅଧୀନରେ ଯେଉଁ ସବୁ କଲେଜ ଅଛି ସେଗୁଡିକୁ ନିର୍ଦ୍ଦେଶ ଦେଆଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ଅସୁବିଧା ହେବ ସେମାନଙ୍କ ପାଇଁ ନିକଟସ୍ଥ କଲେଜରେ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯିବ । ହେଲେ ଯେଉଁ ପିଲାମାନେ ଅନଲାଇନରେ ପରୀକ୍ଷା ଦେବା ପାଇଁ ସମ୍ଭବ ନୁହଁନ୍ତି ସେମାନେ କଲେଜ କର୍ତ୍ତୃପକ୍ଷଙ୍କ ଜଣାନ୍ତୁ । ଯାହା ଦ୍ବାରା ସେମାନଙ୍କ ପାଇଁ କିଛି ବିକଳ୍ପ କରାଯିବ ।

ସେପଟେ ଶିକ୍ଷାବିତ ମାନସ ବେହେରା ମଧ୍ୟ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଅଫଲାଇନରେ ପରୀକ୍ଷା ହେଲେ ପିଲାଙ୍କର ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି । ତେବେ ଅନଲାଇନରେ ଯେଉଁ ପରୀକ୍ଷା ହୋଇଛି ତାହାର ଯେଉଁ ଅସୁବିଧା ହୋଇଥାନ୍ତା ତାହା ମଧ୍ୟ ସମାଧାନ କରାଯାଇଛି । ଉପାନ୍ତ ଅଂଚଳରେ ଥିବା ପିଲାଙ୍କର ପରୀକ୍ଷା ଦେବାରେ ଅସୁବିଧା ହୋଇଥାନ୍ତା । ଏଥିଲାଗି ଶିକ୍ଷା ବିଭାଗ ଏକ ସମାଧାନର ରାସ୍ତା ବାହାର କରିଛି । ଯେଉଁମାନେ ଅନଲାଇନ ପରୀକ୍ଷା ଦେବାରେ ସକ୍ଷମ ନାହାନ୍ତି ସେମାନେ ନିକଟସ୍ଥ ଡିଗ୍ରୀ କଲେଜକୁ ଯାଇ ପରୀକ୍ଷା ଦେଇପାରିବେ । ଏନେଇ ଉକ୍ତ ସମସ୍ତ କଲେଜରେ ସମସ୍ତ ବ୍ୟବସ୍ଥା କରାଯାଉଥିବାରୁ ଏହାକୁ ସେ ସ୍ବାଗତ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 18, 2021, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.