ETV Bharat / city

ଘରୋଇ ସ୍କୁଲରେ ମାର୍କ ଜାଲିଆତି ଅଭିଯୋଗ ପ୍ରସଙ୍ଗ, ୭ ଦିନ ମଧ୍ୟରେ ରିପୋର୍ଟ ମାଗିଲେ ଶିଶୁ ଅଧିକାର ସୁରକ୍ଷା କମିଶନ

author img

By

Published : Aug 5, 2021, 9:18 PM IST

ଘରୋଇ ସ୍କୁଲରେ ମାର୍କ ଜାଲିଆତି ଅଭିଯୋଗ ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ । ୭ ଦିନରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଘରୋଇ ସ୍କୁଲରେ ମାର୍କ ଜାଲିଆତି ଅଭିଯୋଗ ପ୍ରସଙ୍ଗ, ୭ ଦିନ ମଧ୍ୟରେ ଶିଶୁ ସୁରକ୍ଷା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ବର : ଘରୋଇ ସ୍କୁଲରେ ମାର୍କ ଜାଲିଆତି ଅଭିଯୋଗ ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ଶିଶୁ ସୁରକ୍ଷା ଆୟୋଗ । ଅଭିଯୋଗ ଆସିଥିବା ସମ୍ପୃକ୍ତ ସ୍କୁଲକୁ ଅଭିଯୋଗ ବାବଦରେ ୭ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି କମିଶନ । ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପିଲାଙ୍କ ମାର୍କିଂରେ ପାତର ଅନ୍ତର କରାଯାଇଥିବା ସହ ଅଧିକ ମାର୍କ ପାଇଁ ଟଙ୍କା ମଧ୍ୟ ମଗାଯାଇଥିବା ଅଭିଯୋଗ କରି ଧାରଣା ଦେଇଥିଲେ ଅଭିଭାବକ ।

ମିଳିଥିବା ସୂଚନା ଅନୁସାରେ ରାଜଧାନୀ ପଟିଆସ୍ଥିତ St. Xavier's International School ବିରୋଧରେ ମାର୍କିଂ ଜାଲିଆତିର ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଶିଶୁ ସୁରକ୍ଷା କମିଶନ । ମାର୍କ କମିଲେ ପିଲାମାନେ ମାନସିକ ଭରସାମ୍ୟ ହରାଇବା ସହ କୌଣସି ଅପ୍ରିତିକର ନିଷ୍ପତ୍ତି ମଧ୍ୟ ନେଇ ପାରନ୍ତି । ତେଣୁ ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ 7 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସ୍କୁଲ କର୍ତ୍ତୃପକ୍ଷ, ଜିଲ୍ଲା ଶିକ୍ଷା ଅଧିକାରୀ, CBSE ର ଆଞ୍ଚଳିକ ନିର୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.