ETV Bharat / city

ଗ୍ଯାସ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

author img

By

Published : May 10, 2022, 4:17 PM IST

ଗ୍ଯାସ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ବରରେ ଛାତ୍ର କଂଗ୍ରେସର ବିକ୍ଷୋଭ । ବିକ୍ଷୋଭ ସ୍ଥଳରେ ପୋଲିସ ପହଞ୍ଚି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିବା ସୂଚନା । ଅଧିକ ପଢନ୍ତୁ

ଗ୍ଯାସ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ
ଗ୍ଯାସ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ଗ୍ଯାସ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟରୁ ରାମ ମନ୍ଦିର ଯାଏଁ ପ୍ରତିବାଦ ରାଲି କଲା । ଏଥିସହ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ବିକ୍ଷୋଭସ୍ଥଳରେ ପୋଲିସ ପହଞ୍ଚି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିବା ସୂଚନା ।

ଆଜି(ମଙ୍ଗଳବାର) ଭୁବନେଶ୍ବରରେ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ବିଜେପି ଶାସନକୁ ଆସିବା ପରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶକୁ ଛୁଇଁଥିବା ବିକ୍ଷୋଭକାରୀ କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି । ଏଥିସହ କେବଳ ଯେ, ଗ୍ଯାସ ନୁହେଁ ଡାଲି ଠୁ ନେଇ ତେଲ ସବୁ ଦାମ ବଢିଛି । ଆଗାମୀ ଦିନରେ ହାଣ୍ଡିଶାଳରେ କେନ୍ଦ୍ର ବିରୋଧରେ ଲଢେଇ ଆରମ୍ଭ ହେବ ବୋଲି କହିଛି ଛାତ୍ର କଂଗ୍ରେସ । ଦରବୃଦ୍ଧି ନିଷ୍ପତ୍ତିରୁ କେନ୍ଦ୍ର ସରକାର ନ ଓହରିଲେ ଆଗାମୀ ଦିନରେ ଓଡିଶାକୁ କେନ୍ଦ୍ର ମନ୍ତ୍ରୀ ଆସିଲେ ବିରୋଧ ହେବା ସହ ଅଣ୍ଡା ମାଡ କରିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.