ETV Bharat / city

କଂଗ୍ରେସରେ ବିଦ୍ରୋହ, ନିରଞ୍ଜନଙ୍କୁ ହଟାଇବାକୁ ଷଡଯନ୍ତ୍ର

author img

By

Published : Sep 12, 2019, 1:56 PM IST

ରାଜ୍ୟ କଂଗ୍ରେସରେ ଫାଟ । ସେପଟେ ଦିଲ୍ଲୀରେ ଦଳକୁ ସୁଦୃଢ କରିବା ପାଇଁ ମାନସ ମନ୍ଥନ ଚାଲିଥିବା ବେଳେ ଏପଟେ ନିରଞ୍ଜନଙ୍କ ବିରୋଧରେ ବିଦ୍ରୋହ ମୁଣ୍ଡ ଟେକିଛି । ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ ।

ଡିଜାଇନ ଫଟୋ

ଭୁବନେଶ୍ବର: ପଦାରେ ପଡିଲା କଂଗ୍ରେସର ଦଳୀୟ କନ୍ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଦ୍ରୋହ । ସେପଟେ ରାଜ୍ୟ କଂଗ୍ରେସର ସ୍ଥିତି ସୁଦୃଢ କରିବା ପାଇଁ ଦିଲ୍ଲୀରେ ମାନସ ମନ୍ଥନ ଚାଲିଥିବା ବେଳେ ଏପଟେ ରାଜ୍ୟରେ କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅସନ୍ତୋଷ ।

ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଛାତ୍ର କଂଗ୍ରେସର ଆବାହକ ଇତିଶ ପ୍ରଧାନ । ଶାସକ ଦଳ ହାତରେ ସେ ବିକ୍ରି ହୋଇଯାଇଛନ୍ତି ବୋଲି କହି ନିରଞ୍ଜନକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଇତିଶ । ନିରଞ୍ଜନଙ୍କ ପୁଅ କେବେ ଦଳୀୟ ପତକା ଧରି ନଥିବା ବେଳେ ତାଙ୍କୁ ଟିକେଟ୍ ମିଳିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ବେପାର ଓ ଟଙ୍କା ବୃଦ୍ଧି ପାଇଁ ସେ ସଭାପତି ହୋଇଛନ୍ତି । ତାଙ୍କ ପାଇଁ ହିଁ ସଙ୍ଗଠନ ବର୍ବାଦ ହୋଇଛି ବୋଲି କହି ନିରଞ୍ଜନଙ୍କ ଉପରେ ଜୋରଦାର ବର୍ଷିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏପରିକି ଦଳ ତାଙ୍କ ଭାଇ( ସୋମ୍ୟ ରଞ୍ଜନ ପଟ୍ଟନାୟକ) ରିମୋଟରେ ଚାଲିଛି । ଦଳ ଏବେ ବେପାରୀଙ୍କ ଦଳରେ ପରିଣତ ହୋଇଛି । ତୁରନ୍ତ ତାଙ୍କୁ ବିଦା କରିବାକୁ ସେ ଦାବି ଉଠାଇଛନ୍ତି । ଅନ୍ୟପଟେ ଖୁବ ଶିଘ୍ର ଶତାଧିକ ଛାତ୍ର ହାଇକମାଣ୍ଡଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବେ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବଲାଂଗୀର ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବଲାଂଗୀର ସମବାୟ ବେଙ୍କ ଏଜିଏମ ତଥା ଭାରପ୍ରାପ୍ତ ସାଧାରଣ ସମ୍ପାଦକ ଅଶୋକ କୁମାର ମହାପାତ୍ର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରରୁ ଭିଜିଲାନ୍ସର ଛ ଟି ଟିମ ମିଳିତ ଭାବରେ ଏକ କାଳୀନ ଚାରୋଟି ସ୍ଥାନରେ ଏହି ଚଢ଼ଉ ଜାରି ରଖିଛନ୍ତି ।

Body:ବଲାଂଗୀର ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବଲାଂଗୀର ସମବାୟ ବେଙ୍କ ଏଜିଏମ ତଥା ଭାରପ୍ରାପ୍ତ ସାଧାରଣ ସମ୍ପାଦକ ଅଶୋକ କୁମାର ମହାପାତ୍ର। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା । ଏବଂ ଏଥିରେ ବଲାଂଗୀର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ ଙ୍କ ନିର୍ଦେଶ କ୍ରମେ ଭିଜିଲନସ ଏହି ଚଢ଼ଉ ଜାରି ରଖିଛି । ତେବେ ଆଜି ଭୋରରୁ ଭିଜିଲାନ୍ସର ଛ ଟି ଟିମ ମିଳିତ ଭାବରେ ଏକ କାଳୀନ ଚାରୋଟି ସ୍ଥାନରେ ଏହି ଚଢ଼ଉ ଜାରି ରଖିଛନ୍ତି । ଯେଉଁଥିରେ ବଲାଂଗୀର, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ସୁବର୍ଣ୍ଣପୁର ଓ ବରଗଡ଼ ର ଭିଜିଲାନ୍ସ ବିଭାଗ ମିଳିତ ଭାବରେ ଏହି ଚଢ଼ଉ ଜାରି ରଖିଛନ୍ତି ।ଏବଂ ଏଥିରେ ବଲାଙ୍ଗୀରରେ ସମବାୟ ବେଙ୍କ ସ୍ଥିତ ତାଙ୍କ ଅଫିସ, ବଲାଂଗୀର ମାଲପଡା ସ୍ଥିତ ତାଙ୍କ ପୈତୃକ ବାସଭବନ, ବଲାଂଗୀର ପେଲେସ ଲାଇନ ଦାସମତୀ ନଗର ସ୍ଥିତ ତାଙ୍କ ନିଜ ବାସଭବନ ଓ ଭବାନୀ ପାଟଣା ସ୍ଥିତ ତାଙ୍କ ଝିଅ ଘରେ ଏହି ଚଢ଼ାଉ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ ଅନେକ ଜମି ଜମା କାଗଜ ପତ୍ର, ଏକାଧିକ ବେଙ୍କ ଜମା, ବଣ୍ଡ, ସହ ଏକ ଲକ୍ଷରୁ ଉର୍ଧ୍ୱ ନଗଦ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଛି । ସେହିପରି ସବୁ ଆକଳନ ତଥା ତଦନ୍ତ ସରିଲେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ କହିଛି । ସେପଟେ ଅଭିଯୁକ୍ତ ଅଶୋକ କୁମାର ମହାପାତ୍ର ନିଜକୁ ନିର୍ଦୋଷ କହିଥିବା ବେଳେ ସଠିକ ତଦନ୍ତ ହେଲେ ସବୁ ସାମ୍ନାକୁ ଆସିବ ବୋଲି କହିଛନ୍ତି ।
ବାଇଟ ଅଶୋକ ମହାପାତ୍ର(ଟି ସର୍ଟ ରେ ଥିବା ବ୍ୟକ୍ତି)
ବାଇଟ ଦିଲୀପ କୁମାର କର ଭିଜିଲାନ୍ସ ଡ଼ିଏସପି ସମ୍ବଲପୁର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.