ETV Bharat / city

Student Assembly in Bhubaneswar: ଆସନ୍ତାକାଲି ବସିବ ଶିଶୁ ବିଧାନସଭା - Bhubaneswar latest news

ଆସନ୍ତାକାଲି ଅନୁଷ୍ଠିତ ହେବ ଶିଶୁ ବିଧାନସଭା । ଯୋଗଦେବେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Student Assembly: ଆସନ୍ତାକାଲି ବସିବ ଶିଶୁ ବିଧାନସଭା

author img

By

Published : Nov 28, 2021, 6:01 PM IST

ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ଅନୁଷ୍ଠିତ ହେବ ଛାୟା ଶିଶୁ ବିଧାନସଭା । ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ । ରାଜ୍ୟର ପୁରୁଣା ବିଧାନ ସୌଧରେ ଅନୁଷ୍ଠିତ ହେବ ଏହି ଶିଶୁ ବିଧାନସଭା ।

ଶିଶୁ ସୁରକ୍ଷା ଅଧିକାର ଆୟୋଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାଦ୍ବାରା ଭାଗ ନେଇଥିବା ଶିଶୁଙ୍କ ମାନସିକ ଦକ୍ଷତାର ପରଖିବ ଆୟୋଗ । ଏହାକୁ ନେଇ ଛାତ୍ରଛାତ୍ରୀ ମଧ୍ୟ ଉତ୍ସାହିତ ହୋଇ ରହିଛନ୍ତି । ଜଣେ ଛାତ୍ର କହିଛନ୍ତି ଯେ, 'ବିଭିନ୍ନ ସମସ୍ୟା ଏବଂ ସମାଧାନ କରିବା ପାଇଁ କିପରି ଚେଷ୍ଟା କରାଯାଉଛି ତାହା ଏଠାରେ ଶିଖିବାକୁ ମିଳିବ । ଏହା କିଭଳି ହେଉଛି କେଉଁ ବିଧାୟକ କିଭଳି ଭାବରେ ବ୍ୟବହାର କରନ୍ତି ତାହା ଏଠାରେ ଶିଖିବାକୁ ମିଳିବ ।'

Student Assembly in Bhubaneswar: ଆସନ୍ତାକାଲି ବସିବ ଶିଶୁ ବିଧାନସଭା

ଏହି ଛାୟା ବିଧାନସଭାରେ ବାଚସ୍ପତି ଭାବରେ ଅଭିନୟ କରୁଥିବା ଜଣେ ଛାତ୍ରୀ କହିଛନ୍ତି ଯେ, 'ବାଚସ୍ପତି ସିଏ ସମସ୍ତ ବିଧାୟକଙ୍କୁ ନେଇ ସମ୍ପୂର୍ଣ୍ଣ ଭାବରେ ବିଧାନସଭାକୁ ଚଳାଇଥାନ୍ତି । ଗୃହରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏପଟେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, "ବିଧାନସଭାବରେ ଯେଉଁଭଳି ଭାବରେ ବିଧାୟକମାନେ ମତ ରଖୁଛନ୍ତି, ସେହିଭଳି ଭାବରେ ଶିଶୁମାନେ ମଧ୍ୟ ଘରେ କିଛି ମତାମତ ମଧ୍ୟ ଦେଇପାରିବେ । ସ୍କୁଲରେ ଲିଡରସିପ୍‌ କିଭଳି ନେବେ ଏବଂ ଜୀବନରେ ଏହାକୁ କିଭଳି ଭାବରେ କାମରେ ଲଗାଇବେ ସେନେଇ ଆସନ୍ତାକାଲି ରାଜ୍ୟରେ 60 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଛାୟା ବିଧାନସଭା କରାଯାଉଛି ।"

ଏହି ଛାୟା ବିଧାନସଭାରେ ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବଂ କିଛି ବିଧାୟକ କିଛି ପ୍ରଶାସନିକ ଅଧିକାରୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଉପସ୍ଥିତ ରହିବାର ଯୋଜନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.