ଭୁବନେଶ୍ବର: ପୁଣି ଓୟୁଏଟିରେ ରାଗିଂ ଅଭିଯୋଗ । ଏଗ୍ରିକଲଚର ପ୍ରଥମ ବର୍ଷର ଚାରି ଛାତ୍ରଙ୍କୁ କଲେଜ କ୍ୟାମ୍ପସରେ ରାଗିଂ ହୋଇଥିବା ଅଭିଯୋଗ । ସିନିୟର ଛାତ୍ରମାନେ ମାଡ ମାରିବା ସହ ଆଣ୍ଠେଇବା ଭଳି ଅତ୍ୟାଚାର କରିଥିବା ସୂଚନା ।
ଏନେଇ ଶିରିପୁର ଫାଣ୍ଡିରେ ଛାତ୍ର ଦ୍ବୟଙ୍କ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ମେଡିକାଲ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଛି । ତେବେ ଛାତ୍ରଙ୍କ ଅଭିଯୋଗ ମୁତାବକ, ପୂର୍ବରୁ ସେମାନେ ହଷ୍ଟେଲରେ ରହୁଥିଲେ । ହଷ୍ଟେଲରେ ସେମାନଙ୍କୁ ମାନସିକ ସହ ଶାରୀରିକ ନିର୍ଯାତନା ଦିଆଯାଉଥିବାରୁ ସେମାନେ ହଷ୍ଟେଲ ଛାଡି ଦେଇଥିଲେ ।
ତେବେ ସେମାନେ କାହିଁକି ହଷ୍ଟେଲ ଛାଡିଲେ, ସେ ନେଇ ସିନିଅରମାନେ ରାଗ ରଖି ଆକ୍ରମଣ କରିଥିବା କହିଛନ୍ତି ରାଗିଂର ଶିକାର ହୋଇଥିବା ଛାତ୍ର । ତେବେ ଏଭଳି ଘଟଣା ପରେ ଡିସିପ୍ଲିନାରି କମିଟି ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଏନେଇ ଖୁବଶିଘ୍ର ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ଏଗ୍ରିକଲଚର ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି ।
ସୂଚନା ଥାଉକି, ପୂର୍ବରୁ ଓୟୁଏଟିରେ ରାଗିଂ ନେଇ ଅନେକ ଅଭିଯୋଗ ଆସିଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ