ETV Bharat / city

ଦ୍ବନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ

author img

By

Published : Nov 7, 2020, 8:33 PM IST

ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀଙ୍କ ଏହି ଲୁଚକାଳି ଖେଳ ଭିତରେ ଦ୍ବନ୍ଦରେ ପଡୁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଯାହାର ନାକରାତ୍ମକ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି । ଅଧିକ ପଢନ୍ତୁ...

ଦ୍ବନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ
ଦ୍ବନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ବର: ଦ୍ବନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ । ସକାଳ ସମୟରେ ନିଷ୍ପତ୍ତି ସନ୍ଧ୍ୟାରେ ପ୍ରତ୍ୟାହାର କରାଯାଉଛି। ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀଙ୍କ ଏହି ଲୁଚକାଳି ଖେଳ ଭିତରେ ଦ୍ବନ୍ଦରେ ପଡୁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଯାହାର ନକରାତ୍ମକ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି ।

ଦ୍ବନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଏହାକୁ ନେଇ ଛାତ୍ରଛାତ୍ରୀ କହିଛନ୍ତି ଯେ, ପରୀକ୍ଷା ମୁଣ୍ଡ ଉପରେ ରହିଥିବାରୁ ଚିନ୍ତା ବଢୁଛି । ଏପଟେ ଅନଲାଇନରେ କୋର୍ସ ରହିନାହିଁ । ପରୀକ୍ଷା ହୋଇନାହିଁ। ଦୁଇ ମାସ ମଧ୍ୟରେ ପାଠ ପଢି ପରୀକ୍ଷା ଦେବା କଷ୍ଟକର ହୋଇପଡିବ । ଏଥିପାଇଁ ଯଦି ପରୀକ୍ଷାକୁ ଫେବୃଆରୀରେ ନ କରି ଦୁଇରୁ ତିନି ମାସ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

ଏପଟେ ସ୍କୁଲ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ପରୀକ୍ଷା ପାଇଁ ଆଶା ବିଶ୍ବାସ ମଉଳି ଯାଇଛି । ଅନ୍ୟପଟେ ଅଭିଭାବକ କୁହନ୍ତି ଯେ, ଅନଲାଇନ ମାଧ୍ୟମରେ ପାଠପଢାକୁ ନେଇ ଚିନ୍ତାରେ ରହୁଛନ୍ତି । ଏପଟେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। କୋରୋନାକୁ ଦୃଷ୍ଟିରେ ରଖି ସ୍କୁଲ ଚଳିତ ବର୍ଷ ବନ୍ଦ ରଖାଯାଇଛି । ଏପଟେ ଫ୍ରେବୃଆରୀରେ ପରୀକ୍ଷା । ବର୍ତ୍ତମାନ ସମୟରେ ଫର୍ମ ଫିଲପ ମଧ୍ୟ ବନ୍ଦ କରି ଦିଆଯାଇଛି ।

ଏପଟେ ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ କହିଛନ୍ତି ଯେ, ସରକାର ଏକ ତାରିଖ ନିର୍ଦ୍ଧାରଣ କରନ୍ତୁ । ଯେଉଁଥିରେ ସମସ୍ତଙ୍କର ସୁବିଧା ହେବ। ଫ୍ରେବୃଆରୀରେ ପରୀକ୍ଷା ନ କରି ଆଉ ଦୁଇ ତିନି ମାସ ବଢ଼ାନ୍ତୁ । ଅନ୍ୟପଟେ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି ଯେ, ଗତକାଲି ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସରକାର ।

ଏହାକୁ ନେଇ ଓଷ୍ଟାର ସାଧାରଣ ସମ୍ପାଦକ କହିଛନ୍ତି ଯେ, ରାଜ୍ୟ ସରକାର ତରବରିଆ ଭାବରେ କୌଣସି ନିଷ୍ପତ୍ତି ନ ନେଇ, ରାଜ୍ୟର ସମସ୍ତ ଅଭିଭାବକ ଓ ଶିକ୍ଷାବିତଙ୍କ ସହ ବୈଠକ କରନ୍ତୁ । ବର୍ତ୍ତମାନ ସିଲାବସ କଣ ହେବ ଶିକ୍ଷାବର୍ଷ କେବେଠାରୁ ଆରମ୍ଭ ହେବ ସେନେଇ କୌଣସି ନିଷ୍ପତ୍ତି ନେଇ ହେବ ନାହିଁ । ଏଣୁ ଏହି ଦୁଇ ମାସ ସମ୍ପୂର୍ଣ୍ଣ ଭାବରେ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.