ଭୁବନେଶ୍ବର: ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ମାମଲାରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ ହୋଇଛି । ଯାଞ୍ଚ ବେଳେ ଏହିସବୁ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଖାଇ ନାମ ଲେଖାଇଥିବା ଜଣାପଡ଼ିଥିଲା । ଏହାପରେ ସେମାନଙ୍କ ନାମଲେଖାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ ।
ଏହି ୮ ଜଣ ଛାତ୍ରଛାତ୍ରୀ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ ନାମ ଲେଖାଇଥିଲେ । 2019-20, 2020-21, 2021-22 ଶିକ୍ଷା ବର୍ଷରେ ଆଡମିଶନ ନେଇଥିଲେ ଛାତ୍ରଛାତ୍ରୀ । ସେମାନେ ଏହି ନାମଲେଖା ସମୟରେ ନକଲି PwD ସାର୍ଟିଫିକେଟ୍ ଦେଖାଇ ଆଡମିଶନ କରିଥିଲେ। ସେହି ମାନଙ୍କର ନାମଲେଖାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଆଡମିଶନ ବାତିଲ କରିବା ପରେ SAMS ପୋର୍ଟାଲରୁ ସେମାନଙ୍କ ନାମ ଗୁଡ଼ିକ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି 8 ଜଣ ଛାତ୍ରଛାତ୍ରୀ ହେଉଛନ୍ତି...
- 2020-21 ଶିକ୍ଷା ବର୍ଷର କଳା ବିଭାଗର ପୂଜା ପ୍ରଧାନ
- 2020-21ଶିକ୍ଷା ବର୍ଷର ବିଂଜ୍ଞାନ ବିଭାଗର ଅମରିତ ରଞ୍ଜନ ଗୋଛାୟାତ
- 2021-22 ଶିକ୍ଷା ବର୍ଷର ବିଂଜ୍ଞାନ ବିଭାଗର କାମିନି ସାହୁ
- 2021-22 ଶିକ୍ଷା ବର୍ଷର ବିଂଜ୍ଞାନ ବିଭାଗର ପ୍ରୀତି ରଞ୍ଜନ ପ୍ରଧାନ
- 2019-20 ଶିକ୍ଷା ବର୍ଷର କଳା ବିଭାଗର ଅପ୍ରିତା ଲେଙ୍କା
- 2019-20 ଶିକ୍ଷା ବର୍ଷର କଳା ବିଭାଗର ଲବ୍ଲିନ୍ ପ୍ରଧାନ
- 2019-20 ଶିକ୍ଷା ବର୍ଷର କଳା ବିଭାଗର ଜୋଷ୍ଣାରାଣୀ ଓଝା
- 2020-21 ଶିକ୍ଷା ବର୍ଷର କଳା ବିଭାଗର ଗୌରବ ଜେନା
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ