ଭୁବନେଶ୍ବର : କଂଗ୍ରେସ ଭବନରେ ହାଇଡ୍ରାମା। ଶତାଧିକ ଅସନ୍ତୁଷ୍ଟ ଯୁବ କର୍ମୀଙ୍କ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି । ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରାଯାଇଛି । ସ୍ମୃତି ଲେଙ୍କା ଯୁବ କଂଗ୍ରେସ କର୍ମୀଙ୍କୁ ହାଇରାଣ ଓ ପ୍ରତାରଣା କରିଥିବା ଅଭିଯୋଗରେ ପ୍ରତିବାଦ କରାଯାଇଛି ।
କୋରୋନା ସମୟରେ ଘରେ ଶୋଇଲେ। ଏବେ ବି ଅଫିସ ଆସୁ ନାହାନ୍ତି। ଆମେ ଚାହୁଁଛୁ ସ୍ମୃତି ଲେଙ୍କା ଇସ୍ତଫା ଦିଅନ୍ତୁ । ଆଉ ଥରେ ନିର୍ବାଚନ ହେଉ। ନୂଆ ସଭାପତି ହୁଅନ୍ତୁ ବୋଲି କହିଛନ୍ତି ବିକ୍ଷୋଭକାରୀ । ସ୍ଥାଣୁ ସଭାପତି ଆମର ଦରକାର ନାହିଁ ବୋଲି କହିଛନ୍ତି ଅସନ୍ତୁଷ୍ଟ ଯୁବ କଂଗ୍ରେସ କର୍ମୀ।
ଏବେ ଜିଲ୍ଳା ସ୍ତରରେ କୌଣସି କାର୍ଯ୍ୟକ୍ରମ ହେଉ ନାହିଁ। ଏନେଇ ବାରମ୍ବାର ଆମେ ପିସିସି ସଭାପତିଙ୍କୁ ଜଣେଇଛୁ। ସ୍ମୃତି ଲେଙ୍କା ଇସ୍ତଫା ନଦେଲେ ଏ ବିରୋଧ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଯୁବ କଂଗ୍ରେସ କର୍ମୀ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ