ETV Bharat / city

ଜୀବିକା ପାଇଁ ରାଜରାସ୍ତାରେ ବିଭିନ୍ନ ସଂଗଠନ

ଜୀବିକା ପାଇଁ ରାଜରାସ୍ତାରେ ବିଭିନ୍ନ ସଂଗଠନ । ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି । ଅଧିକ ପଢନ୍ତୁ...

strike in bhubaneswars ghandhi margha by somany organisation
ଜୀବିକା ପାଇଁ ରାଜରାସ୍ତାରେ ବିଭିନ୍ନ ସଂଗଠନ
author img

By

Published : Jul 9, 2021, 10:44 AM IST

ଭୁବନେଶ୍ବର: କୋରୋନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, ଜିମ, ପାର୍ଲର ବନ୍ଦ ରହିଛି । ଦୀର୍ଘ ଦିନ ଧରି ବନ୍ଦ ରହିଥିବାରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଏହା ଉପରେ ନିର୍ଭର କରୁଥିବା କର୍ମଚାରୀ । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ, ଯାତ୍ରା କଳାକାର, ଜିମ ଓ ପାର୍ଲର ସଂଘ । ସେମାନଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ।

ଜୀବିକା ପାଇଁ ରାଜରାସ୍ତାରେ ବିଭିନ୍ନ ସଂଗଠନ

ଏନେଇ ଏକ ଶୋଭାଯାତ୍ରା କରି ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ସଙ୍ଘ । ଆଉ ସେମାନଙ୍କ ସହ ଏହି ବିକ୍ଷୋଭରେ ସାମିଲ ହୋଇଛି ନବ ନିର୍ମାଣ କୃଷକ ସଂଗଠନ । ଶୋଭାଯାତ୍ରାରେ ଆସି ଧାରଣାରେ ବସିବା ସହ ମିଳିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଦେଢ ବର୍ଷଧରି କୋରୋନା ଆଳରେ ସବୁ କିଛି ବନ୍ଦର ହୋଇଥିବାରୁ ବିଭିନ୍ନ ସଂଘର କର୍ମଚାରୀ ଓ ମାଲିକ ଅନେକ କ୍ଷତି ସହିଲେଣି । ଯାହାକୁ ନେଇ ସେମାଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି । ତେଣୁ ଅନଲକ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ ସହ ଜୀବିକାର ଉତ୍ସକୁ ଖୋଲିବାକୁ ଅନୁମତି ମିଳୁ ବୋଲି ବିଭିନ୍ନ ସଂଘ ଦାବି କରିଛି ।

ଏପରିକି ସେମାନଙ୍କୁ ଆର୍ଥିକ ଅନୁଦାନ ସରକାର ଯୋଗାଇ ଦିଆଯାଉ । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ସହ ପ୍ରତିବାଦରେ ସ୍ବର ନବୀନ ନିବାସ ଯାଏ ଶୁଭିବ ବୋଲି ପ୍ରତିକ୍ରିୟା ରଖିଛି ମିଳିତ ସଂଘ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.