ETV Bharat / city

Corona Infection: ନିୟମ ନମାନିଲେ କଡ଼ା ପଦକ୍ଷେପ ନିଆଯିବ କହିଲେ DMET

author img

By

Published : Nov 23, 2021, 10:17 PM IST

ସମ୍ବଲପୁର ବୁର୍ଲା ଭିମସାର ଓ ସୁନ୍ଦରଗଡ଼ର ଏକ ସ୍କୁଲରେ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳିବାକୁ କହିଛନ୍ତି DMET । ଅଧିକ ପଢ଼ନ୍ତୁ

strict action would be taken if covid guidelines were not followed properly said  DMET
Corona Infection: ନିୟମ ନମାନିଲେ କଡ଼ା ପଦକ୍ଷେପ ନିଆଯିବ କହିଲେ DMET

ଭୁବନେଶ୍ବର: ଦୀର୍ଘଦିନର ଅପେକ୍ଷା ପରେ ପୁଣି ସମସ୍ତ ସ୍କୁଲ୍‌ ଖୋଲି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି । ହେଲେ ଛାତ୍ରଛାତ୍ରୀଙ୍କ ଉପରେ କୋରୋନା କାୟା ବିସ୍ତାର କରୁଥିବା ଦେଖାଦେଇଛି । ସମ୍ବଲପୁର ବୁର୍ଲା ଭିମସାର ଓ ସୁନ୍ଦରଗଡ଼ର ଏକ ସ୍କୁଲରେ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପୁନଃ ଚିନ୍ତା କରିବାକୁ ବାଧ୍ୟ କରିଛି । ଏଭଳି ସ୍ଥିତିରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳିବାକୁ କହିଛନ୍ତି DMET ।

ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ହେବାପରେ DMET ରମା ରମଣ ମହାନ୍ତି କହିଛନ୍ତି ଯେ, "ଭୀମସାର ଓ ସୁନ୍ଦରଗଡ଼ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ବୁଝିଛି । ବୁର୍ଲାରେ ଚତୁର୍ଥ ବର୍ଷର ଜଣେ ଛାତ୍ରୀଙ୍କ ନିକଟରୁ ସଂକ୍ରମଣ ବ୍ୟାପିଛି । କୋଭିଡ ଅନୁରୂପ ନିୟମ ଅନୁପାଳନ କରି ନଥିବାରୁ ସଂକ୍ରମଣ ବଢ଼ିଛି । ବୁର୍ଲା ଭିମସାରରେ 18 ଜଣ ଝିଅ ଓ 4 ଜଣ ପୁଅ କୋଭିଡ ପଜିଟିଭ ହୋଇଛନ୍ତି । ଚତୁର୍ଥ ବର୍ଷର ଜଣେ ଛାତ୍ରୀଙ୍କ ନିକଟରୁ ସଂକ୍ରମଣ ବ୍ୟାପିଛି । ପ୍ରଥମେ ତାଙ୍କ ନିକଟରେ ସ୍ବଳ୍ପ ଲକ୍ଷଣ ଦେଖା ଦେଇଥିଲେ । ନେଗେଟିଭ୍‌ ରିପୋର୍ଟ ମଧ୍ୟ ଆସିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଛାତ୍ରୀଜଣକ ପୁନଃ ପଜିଟିଭ ଆସିଥିଲେ ।"

ସେହିଭଳି ସୁନ୍ଦରଗଡ଼ରେ ଏକ ଆବାସିକ ସ୍କୁଲ ହଷ୍ଟେଲରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପ୍ରଥମେ ୩ରୁ ୪ ଜଣ ଛାତ୍ରୀ କୋଭିଡ ପଜିଟିଭ ହୋଇଥିଲେ । କଣ୍ଟାକ୍ଟ ଟ୍ରେସିଂରୁ ୫୩ ଜଣ ପଜିଟିଭ ହୋଇଥିବା ଜଣାପଡ଼ିଛି । ୩୩ ଜଣଙ୍କୁ ଏକ ହଷ୍ଟେଲରେ ମାଇକ୍ରୋ କଣ୍ଟେନମେଣ୍ଟରେ କରାଯାଇ ରଖାଯାଇଛି । ୧୦ ଜଣ ହୋମ ଆଇସଲେସନରେ ଅଛନ୍ତି । ସମସ୍ତେ ଲକ୍ଷଣ ବିହୀନ । ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼ ସ୍କୁଲ ହଷ୍ଟେଲରେ ୬୦୦ ପିଲାଙ୍କ ଭିତରୁ ପ୍ରଥମେ ୩ ଜଣ ଛାତ୍ରୀ ସଂକ୍ରମିତ ହୋଇଥିଲେ । କଣ୍ଟାକ୍ଟ ଟ୍ରେସିଂ ପରେ ୪ ଦିନ ମଧ୍ୟରେ ଏହି ସଂଖ୍ୟା ୫୩ରେ ପହଞ୍ଚିଛି । କେବଳ ୩ ଜଣଙ୍କ ନିକଟରେ ଲକ୍ଷଣ ରହିଛି, ଅନ୍ୟମାନେ ଲକ୍ଷଣହୀନ । ଲକ୍ଷଣହୀନ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇଛି । ପୁନଶ୍ଚ ଏବେ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । କୌଣସି ଛାତ୍ରୀ ଗୁରୁତର ନାହାନ୍ତି । ସ୍ଥାନୀୟ ପ୍ରଶାସନ ଏହା ଉପରେ ନଜର ରଖିଛନ୍ତି । ଯଦି ଲୋକମାନେ ସଚେତନ ନ ରହିବେ, ଆଗକୁ ସ୍ଥିତି ବିଗିଡ଼ିବ, କଡ଼ା ପଦକ୍ଷେପ ନିଆଯାଇପାରେ । କଣ୍ଟେନମେଣ୍ଟ ପଦକ୍ଷେପ ନେବାକୁ ସରକାର ବାଧ୍ୟ ହେବେ ବୋଲି କହିଛନ୍ତି DMET ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.