ETV Bharat / city

କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟନୁଷ୍ଠାନ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ - ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ବନ୍ୟା ସମୟରେ ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବ ଖାଦ୍ୟ ଓ ଯୋଗାଣ ବିଭାଗ । ଅଧିକ ପଢନ୍ତୁ

କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟନୁଷ୍ଠାନ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

author img

By

Published : Aug 22, 2022, 1:21 PM IST

ଭୁବନେଶ୍ବର: ମହାନଦୀରେ ବନ୍ୟା କମିବା ପରେ ବଢିଛି ଦୁର୍ଦ୍ଦଶା । ବନ୍ୟାପରେ ଅନେକ ଅଞ୍ଚଳ ପାଣି ଘେରରେ ରହିଥିବା ବେଳେ ପରିବା ଚାଷ ମଧ୍ୟ ନଷ୍ଟ ହୋଇଛି । ଫଳରେ ରାଜ୍ୟରେ ବଢିଛି କଳାବଜାରି । ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଗୁଡିକର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖାଉଟି ।

କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟନୁଷ୍ଠାନ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ତେବେ ବନ୍ୟା ଭଳି ବିପଦ ସମୟରେ ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରାଯିବା ନେଇ କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ(Food Supplies and Consumer Welfare Minister) ଅତନୁ ସବ୍ୟସାଚୀ ନାଏକ । ଏନେଇ ମନ୍ତ୍ରୀ କହିଛନ୍ତି, "ଦରଦାମ ବୃଦ୍ଧି ଏକ ଜାତୀୟ ସମସ୍ୟା ଭଳି ଉଭା ହୋଇଛି, କିନ୍ତୁ ବନ୍ୟାକୁ ଦେଖି ଯେଉଁମାନେ ଦରଦାମ ବୃଦ୍ଧି କରୁଛନ୍ତି ସେମାନଙ୍କ ଉପରେ ଦୃଷ୍ଟି ଦେବାକୁ ବିଭାଗର ଇଣ୍ଟେଲିଜେନ୍ସ ଉଇଙ୍ଗ୍ସ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ କଳାବଜାରୀ ରହିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି'' ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.