ଭୁବନେଶ୍ବର: ଆରମ୍ଭ ହୋଇଛି HSRP ନମ୍ବର ପ୍ଲେଟ୍ ପାଇଁ ଅନଲାଇନ ବୁକିଂ । ପ୍ରଥମ ଭେଣ୍ଡର ଭାବେ SIAM India ନମ୍ବର ପ୍ଲେଟ ଲଗାଇବାକୁ ଥିବା ଗ୍ରାହାକଙ୍କ ପାଇଁ ଆରମ୍ଭ କରିଛି ବୁକିଂ ପ୍ରସେସ । siam.in ୱେବସାଇଟ ମାଧ୍ୟମରେ ନୁଆ ନମ୍ବର ପ୍ଲେଟ ପାଇଁ ଆବେଦନ କରିପାରିବେ ପୁରୁଣା ନମ୍ବର ଥିବା ଗାଡିର ମାଲିକ ।
ଅର୍ଥାତ ୨୦୧୮ଅପ୍ରେଲ ପୁର୍ବରୁ କିଣିଥିବା ଗାଡିର ନମ୍ବରକୁ ବୁକିଂ କରି ନୂତନ ମାଗ୍ନେଟିକ ଚିଫ ଲଗାଇପାରିବେ । ଏନେଇ ଅନଲାଇନ ସାଇଟରେ ବୁକିଂ ପରେ ଆପଣଙ୍କୁ ଗାଡିର କିଛି ତଥ୍ୟ ଦେବାକୁ ପଡିବ । ବୁକିଂ ସଫଳ ହେବା ପରେ ଗାଡିର ନମ୍ବର କେଉଁଠି ଓ କେଉଁ ସମୟରେ ଲଗାଇବେ ତାହା ମଧ୍ୟ ଆପଣଙ୍କୁ ତଥ୍ୟ ମିଳିଯିବ । ନୂତନ ଗାଡି ଯାହା ୨୦୧୯ ଅପ୍ରେଲ ୧ ପରଠୁ ପଞ୍ଜିକରଣ ହେଉଛି ତାହା HSRP ନମ୍ବର ପ୍ଲେଟ୍ ଆସୁଛି । କିନ୍ତୁ କେବଳ ବାଇକରେ ଆଗ ଓ ପଛରେ ଦୁଇଟି ନମ୍ବର ପ୍ଲେଟ ପ୍ରାବଧାନ ଥିବାବେଳେ ଅନ୍ୟ ତିନି ଚକିଆରୁ ଊର୍ଦ୍ଦ୍ବ ସବୁ ଗାଡିରେ ଲାଗିବ ତିନୋଟି ନମ୍ବର ପ୍ଲେଟ, ଯାହା HSRP ନମ୍ବର ପ୍ଲେଟ୍ ନିୟମ ମଧ୍ୟରେ ଆସୁଛି ।
ଆଗ ପଛକୁ ଛାଡିଦେଲେ ଗାଡିର ଆଗ କାଚ ବା ଗ୍ଲାସରେ ମଧ୍ୟ ଏକ ନମ୍ବର ପ୍ଲେଟ ଲଗାଯିବ । ଏଥିପାଇଁ ମଧ୍ୟ ଅନଲାଇନ ପ୍ରୋସେସରେ ବୁକିଂ କରିପାରିବେ । ସେପଟେ ଏଭଳି ପ୍ରକ୍ରିୟାକୁ ବିରୋଧ କରିଛି ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏସନ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ନିଜର କ୍ଷୋଭ ପ୍ରକାଶ କରିଛି ସଂସ୍ଥା । ସେମାନଙ୍କର କହିବା ଅନୁସାରେ ଏସବୁ ନମ୍ବର ପ୍ଲେଟ ସହଜରେ କିରୋସିନରେ ଲିଭାଇଲେ ଲିଭିଯାଉଛି । ଅର୍ଥାତ ନମ୍ବର ସିକ୍ୟୁରିଟି ଏତେ ଦୃଢ ନୁହେଁ ।
କେବଳ ଚିଫ କହି ପରିବହନ ବିଭାଗ ନୀରିହ ଆର୍ଟିଷ୍ଟମାନଙ୍କ କାମକୁ ଛଡାଇ ୪ଟି କର୍ପୋରେଟ ସଂସ୍ଥାର ହାତକୁ ଟେକି ଦେଇଛି । ଏପରି କରିବା ଦ୍ବାରା ନମ୍ବର ପ୍ଲେଟ ତିଆରି କରି ଗୁଜୁରାଣ ମେଣ୍ଟାଉଥିବା ଆର୍ଟିଷ୍ଟଙ୍କ ପରିବାର ଉପରେ ଏହାର ପ୍ରଭାବ ପଡୁଛି । ଫଳରେ ରୋଜଗାର ହରାଇବାକୁ ବସିବାକୁ ଯାଉଛନ୍ତି ୨୦ହଜାର ପରିବାର ।ଏନେଇ ଏପରି ହାଇସିକ୍ୟୁରିଟି ନମ୍ବର ପ୍ଲେଟ କରିବା ପାଇଁ ଆର୍ଟିଷ୍ଟମାନଙ୍କୁ ମଧ୍ୟ ସୁବିଧା ଦିଆଯାଉ ବୋଲି ସଂସ୍ଥା ଦାବି କରିଛି ।
ନଚେତ ୨୦୦୭ ରୁ ୨୦୧୯ ପର୍ଯନ୍ତ ୨୦ ଲକ୍ଷ ଗାଡି ପଞ୍ଜିକରଣ ବା ପୁରୁଣା ନମ୍ବର ପ୍ଲେଟରେ ରହିଛି । ଯଦି ସେସବୁ ଗାଡି ଏହିସବୁ ୪ଟି ଭେଣ୍ଡର ଜରିଆରେ ନମ୍ବର ପ୍ଲେଟ ଲଗାଇବେ ତେବେ ୭ମାସ ମଧ୍ୟରେ ସରିବ ନାହିଁ । ଅର୍ଥାତ ଲୋକଙ୍କୁ ବିମୁଦ୍ରିକରଣ ଭଳି ବିଭିନ୍ନ ସୋରୁମ ଆଗରେ ଗାଡିରନମ୍ବର ପ୍ଲେଟ ଲଗାଇବାକୁ ଭିଡ ଲାଗିବ । ସେପଟେ ୭ମାସ ମଧ୍ୟରେ ନମ୍ବର ପ୍ଲେଟ ନ ବଦଳିଲେ ଆସନ୍ତା ୨୦୨୩ ଜାନୁଆରୀ ପହିଲାରୁ ଏନେଇ ଫାଇନ ଆଦାୟ ପାଇ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ । ଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଓଡିଶା ନମ୍ବର ପ୍ଲେଟ ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏସନ୍ ।
ଇଟିଭି ଭାରତ, ଭୁବନେଶ୍ବର