ETV Bharat / city

STF ହାତରେ କୋଟିଏ ଟଙ୍କାର ବ୍ରାଉନ ସୁଗାର, ପଶ୍ଚିମବଙ୍ଗ ବ୍ୟବସାୟୀ ଅଟକ - ଏସଟିଏଫ ହାତରେ ପଶ୍ଚିମବଙ୍ଗ ବ୍ୟବସାୟୀ

ପଶ୍ଚିମବଙ୍ଗ ବ୍ରାଉନ ସୁଗାର ବ୍ୟବସାୟୀକୁ ବାଲେଶ୍ବରରୁ ଗିରଫ କଲା ଏସଟିଏଫ ଟିମ । ତା' ନିକଟରୁ କୋଟିଏ ମୂଲ୍ୟର ବ୍ରାଉନ ସୁଗାର ଜବତ ହୋଇଛି । ଅଧିକ ପଢନ୍ତୁ

STF ହାତରେ କୋଟିଏ ଟଙ୍କାର ବ୍ରାଉନ ସୁଗାର, ପଶ୍ଚିମବଙ୍ଗ ବ୍ୟବସାୟୀ ଅଟକ

author img

By

Published : Sep 8, 2022, 1:03 PM IST

ଭୁବନେଶ୍ବର: ବାଲେଶ୍ବରରୁ ଧରାପଡିଲା ପଶ୍ଚିମବଙ୍ଗର ବ୍ରାଉନସୁଗାର‌ ବ୍ୟବସାୟୀ (STF team arrested interstate brown sugar trader) । ଏହି ବ୍ୟବସାୟୀ ନିକଟରୁ ୧ କୋଟି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ବାଲେଶ୍ବର ଅରଡ ବଜାର ନିକଟ ମସଜିଦ ଗଳିରେ ଲୁଚିଥିଲା ଏହି ବ୍ୟବସାୟୀ (Brown sugar trader arrested from Balasore । ଖବର ପାଇଁ ଏସଟିଏଫ ଟିମ ରେଡ଼୍‌ କରି ଉକ୍ତ ବ୍ୟବସାୟୀକୁ ଅଟକ ରଖିବା ସହ ନିଶାଦ୍ରବ୍ୟ ଜବତ କରିଛି ।

ପଶ୍ଚିମବଙ୍ଗ ବ୍ରାଉନ ସୁଗାର ବ୍ୟବସାୟୀ
ପଶ୍ଚିମବଙ୍ଗ ବ୍ରାଉନ ସୁଗାର ବ୍ୟବସାୟୀ

ଏସଟିଏଫ (STF) ଟିମ ତା' ନିକଟରୁ ୧କିଲୋ ୩୩୮ଗ୍ରାମର ବ୍ରାଉନସୁଗାର‌ ଜବତ କରିଛି । ତେବେ ଧରାପଡିଥିବା ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗ ପଞ୍ଚକୁଲାର ଏସ. କେ ରଫିକ । ଯିଏକି ଅରଡ ବଜାର ମସଜିଦଗଳିର ରେଲୱେ ଲେଭଲ କ୍ରସିଂ ନିକଟରେ ରହୁଥିଲା । ରାଜ୍ୟ ବାହାରୁ ବ୍ରାଉନସୁଗାର ଆସି ତା' ନିକଟରେ ପହଞ୍ଚୁଥିଲା ବୋଲି ଖବର ମିଳିଛି । ଓଡି଼ଶାର‌ ବିଭିନ୍ନ ସ୍ଥାନକୁ ଏହି ନିଶାଦ୍ରବ୍ୟ ସେ ସପ୍ଲାଏ କରୁଥିଲା ।

ଏହା ବି ପଢନ୍ତୁ- ଉଦଳାରେ ଚାଞ୍ଚଲ୍ୟ: ବାପାକୁ ଗୁଳିକରି ହତ୍ୟାକଲା ପୁଅ, ପିତୃହନ୍ତା ଗିରଫ

ତେବେ ଏସ. କେ ରଫିକ ଧରାପଡିବା ପରେ ତା' ନିକଟରୁ କିଛି ସୂଚନା ପାଇଛି ଏସଟିଏଫ୍ । ଏନେଇ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଟିଏଫ୍ । ତେବେ ୨୦୨୦ରୁ ଏଯାବତ ଏସଟିଏଫ୍ ୫୭କେଜିରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ସହ ୨୦୨ ଗ୍ରାମର‌ କୋକେନ, ୧୧କ୍ବିଣ୍ଟାଲ ଗଞ୍ଜେଇ ସହ ୭୫୦ଗ୍ରାମ ଅଫିମ ଜବତ କଲାଣି । ୧୫୮ଜଣ ନିଶା କାରବାରରେ ସମ୍ପୃକ୍ତ ଅଭିଯୁକ୍ତ ଏଯାବତ ଗିରଫ ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.