ETV Bharat / city

ନିଶା କାରବାର ପଛରେ ଗ୍ୟାଙ୍ଗଷ୍ଟାରଙ୍କ ହାତ

author img

By

Published : Jul 16, 2019, 6:55 PM IST

Updated : Jul 16, 2019, 7:42 PM IST

ରାଜଧାନୀରେ ଛୋଟ ନିଶା ବେପାରୀଙ୍କ ପଛରେ ଅଛନ୍ତି ବଡ ଗ୍ୟାଙ୍ଗଷ୍ଟାର । ଏହାକୁ ତଦନ୍ତ କରିବ ସ୍ପେଶାଲ ଟାସ୍କ ଫୋର୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ଛୋଟାର ଅପରାଧିକ ସାମ୍ରାଜ୍ୟ ଉପରେ ଖୋଳତାଡ଼ କରୁ କରୁ ପଦାକୁ ଆସିଲା ନିଶା କାରବାରର ଗୁମର । ପଥର ଖାଦାନଠାରୁ ଆରମ୍ଭ କରି ବିଭିନ୍ନ ଗ୍ୟାଙ୍ଗଷ୍ଟାରଙ୍କୁ ବ୍ରାଉନସୁଗାର ଯୋଗାଉ ଦେଉଛନ୍ତି କିଛି ନିଶା ବେପାରୀ । ସେଥି ମଧ୍ୟରୁ ଜିଲ୍ଲାର 3ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଏସଟିଏଫ। ଛୋଟାର ବେଆଇନ ଖଣି ଉପରେ ତଦନ୍ତ କରିବା ସମୟରେ ନିଶା କାରବାର ବିଷୟରେ ଜାଣିବାକୁ ପାଇଥିଲା ଏସଟିଏଫ । ତେବେ ଏହି ତିନିଜଣ, ଗ୍ୟାଙ୍ଗଷ୍ଟାର ମାନଙ୍କ ସହ କିପରି ସମ୍ପର୍କ କରୁଥିଲେ ସେ ନେଇ ଅଧିକ ଯାଞ୍ଚ କରିବ ଏସଟିଏଫ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗିରଫ ହୋଇଥିବା 3 ଜଣ ହେଲେ ଏସକେ ଅଜବାର, ଏସକେ ଆଜାଦ, ରମାକାନ୍ତ ସାହୁ । ଏହି ତିନି ଜଣଙ୍କ ଠାରୁ 130 ଗ୍ରାମ 35 ଲକ୍ଷ ଟଙ୍କାର ର ବ୍ରାଉନ ସୁଗାର ଜବତ କରିବା ସହ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଓ ଏକ କାର କୁ ଜବତ କରିଛି ଏସଟିଏଫ। ନିଶା କାରବାରଠାରୁ ଆରମ୍ଭ କରି ଚୋରା ପଥରଖାଦାନ ପର୍ଯ୍ୟନ୍ତ ସବୁଥିରେ ସାମିଲ ଗ୍ୟାଙ୍ଗଷ୍ଟାର ଛୋଟା । ତେବେ ଏତେ ସବୁ ବେଆଇନ କାରବାର ଛୋଟା କାହା ବଳରେ କରୁଛି ଓ ଜିଲ୍ଲାର ନିଶା ବେପାରୀଙ୍କୁ ହାତ କରି କିପରି ନିଶା କାରବାର କରୁଛି ସବୁର ପର୍ଦ୍ଦାଫାସ କରିବ ସ୍ପେଶାଲ ଟାସ୍କ ଫୋର୍ସ ।

ଭୁବେନଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ନିଶା କାରବାର ପଛରେ ଗ୍ୟାଙ୍ଗଷ୍ଟାର ହାତ, ଗିରଫ ହେଲେ 3 ଜଣ ନିଶାବେପାରି।

ଆଳୁ ଖୋଳୁ ଖୋଳୁ ମହାଦେବ। ଗ୍ୟାଙ୍ଗଷ୍ଟାର ଛୋଟା ର ଅପରାଧ ସାମ୍ରାଜ୍ୟ ଉପରେ ଖୋଲାତାଡ଼ କରୁ କରୁ ପଦା କୁ ଆସିଲା ନିଶା କାରବାରର ଗୁମର। ପଥର ଖାଦାନ ଠୁ ଆରମ୍ଭ କରି ବିଭିନ୍ନ ଗ୍ୟାଙ୍ଗଷ୍ଟାର ଙ୍କୁ ବ୍ରାଉନ ସୁଗାର ଯୋଗାଉ ଥିଲେ କିଛି ନିଶା ବେପାରୀ। ସେଥି ମଧ୍ୟରୁ 3ଜଣ ଅନ୍ତଜିଲ୍ଲା ନିଶା ବେପାରୀଙ୍କୁ ଗିରଫ କରିଛି ଏସଟିଏଫ। ଏହି ତିନି ଜଣଙ୍କର ଗ୍ୟାଙ୍ଗଷ୍ଟାର ମାନଙ୍କ ସହ କିପରି ହେଉଥିଲା ଡିଲିଙ୍ଗ ସେନେଇ ତଦନ୍ତ କରିବ ଏସଟିଏଫ।

Body:
ନିଶା କାରବାର କୁ ଖୋଳତାଡ଼ କରୁଛି ଏସଟିଏଫ। ଏସଟିଏଫ ସ୍କାନରରେ ଛୋଟା ର ଅପରାଧିକ ସାମ୍ରାଜ୍ୟ । ନିଶା କାରବାର ଓ ଚୋରା ପଥର ଖାଦାନ କାରବାର ର କିଙ୍ଗପିନ ଭାବରେ ଜଣାଶୁଣା ଛୋଟାର ଅପରଧ ସାମ୍ରାଜ୍ୟ ବେଶ ଲମ୍ବା। ତେବେ ଏତେ ସବୁ ବେଆଇନ କାରବାର ପଛରେ କାହାର ଥିଲା ହାତ। କାହାର ଛତ୍ର ଛାୟା ତଳେ ସାମାନ୍ୟ ପରିବା ବେପାରିରୁ କୋଟି କୋଟି ଟଙ୍କା ର ମାଲିକ ହେଲା ଛୋଟା। ଛୋଟା କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ନିଶା କାରବାର କରୁଥିବା ବିଭିନ୍ନ ଗ୍ୟାଙ୍ଗଷ୍ଟାର ମାନଙ୍କୁ ନିଶା ଦେଉଥିବା 3 ଜଣ ନିଶା ବେପାରୀଙ୍କୁ ଗିରଫ କରିକରିଛି ଏସଟିଏଫ।

ଏସଟିଏଫ ଛୋଟା ର ବେଆଇନ ଖଣି ଉପରେ ତଦନ୍ତ କରୁ କରୁ ନିଶା କାରବାର ର ଫର୍ଦ୍ଦ ଫାସ ହୋଇଛି। ଏନେଇ ୩ଜଣଙ୍କୁ ଗିରଫ କରିବା ସହ ଅଧିକ ତଥ୍ୟ ପାଇବା ପାଇଁ ପଚରାଉଚରା ଚାଲିଛି। ଗିରଫ ହୋଇଥିବା 3 ଜଣ ହେଲେ ଏସକେ ଅଜବାର, ଏସକେ ଆଜାଦ, ରମାକାନ୍ତ ସାହୁ । ବିଶେଷ କରି ଏମାନେ ନିଶା କୁ ନେଇ ବେପାର କରିବା ସହ ଗ୍ୟାଙ୍ଗଷ୍ଟାର ମାନଙ୍କୁ ନିଶା ଯୋଗାଇଥାନ୍ତି।

ଏହି ତିନି ଜଣଙ୍କ ଠାରୁ 130 ଗ୍ରାମ 35 ଲକ୍ଷ ଟଙ୍କାର ର ବ୍ରାଉନ ସୁଗାର ଜବତ କରିବା ସହ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଓ ଏକ କାର କୁ ଜବତ କରିଛି ଏସଟିଏଫ। ଏମାନଙ୍କ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ଜାରି ରଖିଛି ଏସଟିଏଫ।

Conclusion:
Last Updated : Jul 16, 2019, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.