ETV Bharat / city

ବ୍ରାଉସୁଗାର ମାଫିଆର ସମ୍ପତ୍ତି ସିଜ, ନିଶା ବିକି ହୋଇଥିଲା କୋଟିପତି

author img

By

Published : Jul 31, 2022, 12:59 PM IST

ଗିରଫ ବ୍ରାଉସୁଗାର ମାଫିଆ ଏସକେ ଜାମସେଦର ୧ କୋଟି ୩୨ଲକ୍ଷ ଟଙ୍କାର ସମ୍ପତ୍ତିକୁ ସିଜ କଲା ଏସଟିଏଫ । ଅଧିକ ପଢନ୍ତୁ

ବ୍ରାଉସୁଗାର ମାଫିଆର ସମ୍ପତ୍ତି ସିଜ, ନିଶା ବିକି ହୋଇଥିଲା କୋଟିପତି
ବ୍ରାଉସୁଗାର ମାଫିଆର ସମ୍ପତ୍ତି ସିଜ, ନିଶା ବିକି ହୋଇଥିଲା କୋଟିପତି

ଭୁବନେଶ୍ବର: ନିଶା ବିକ୍ରି କରି କୋଟିପତି ବସ୍ତି ଯୁବକ । ବ୍ରାଉସୁଗାର କାରବାର କରି ହୋଇଥିଲା କୋଟିପତି, ଟଙ୍କାର ଗଦାରେ କରୁଥିଲା ରାଜ । ମାତ୍ର ୬ ମାସରେ ବ୍ରାଉନ ସୁଗାର ବେପାର କରି ସମ୍ପତ୍ତିର ବିଶାଳ ସାମ୍ରାଜ୍ୟ ଠିଆ କରିଥିଲା ମାଫିଆ ଜଣଙ୍କ । ଶେଷରେ STF ଜାଲରେ ଛନ୍ଦି ହୋଇଯାଇଛି ଏବି କୋଟିପତି ବ୍ରାଉନସୁଗାର ମାଫିଆ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ହଳଦିପଡିଆ ବସ୍ତିର ଏସକେ ଜାମସେଦର ସମ୍ପତ୍ତିକୁ ସିଜ କରିଛି ଏସଟିଏଫ । ୧କୋଟି ୩୨ଲକ୍ଷ ଟଙ୍କାର ସମ୍ପତ୍ତିକୁ ସିଜ କରାଯାଇଛି । ଯେଉଁଥିରେ ରହିଛି ତିନି ତାଲା ବିଲ୍ଡିଂ ସହ ନଗଦ ଟଙ୍କା, ଗହଣା ଓ ଦାମି ପ୍ଲଟ।

ସୂଚନା ଅନୁଯାୟୀ, ଗତ ୨ଫେବୃଆରୀ ୨୦୨୨ରେ ଧରାପଡିଥିଲା ନିଶା ମାଫିଆ ଏସକେ ଜାମସେଦ । ତା’ ନିକଟରୁ ପ୍ରାୟ ୧କିଲୋ ୨୨୭ଗ୍ରାମର‌ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୨୨ଲକ୍ଷ ଟଙ୍କା ହେବ । ଏନେଇ ଏସକେ ଜାମସେଦଙ୍କ ବିରୋଧରେ ଏସଟିଏଫ୍ ସହ ବାଲିଅନ୍ତା ଓ କଟକ ଲାଲବାଗସ ଥାନାରେ ଏନଡିପିଏସ ମାମଲାରେ କେସ ହୋଇଥିଲା । ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଏସଟିଏଫ୍ ସୂଚନା ଦେଇଛି । ତେବେ ଗୋଟିଏ ପରେ ଗୋଟିଏ ନିଶା ବେପାରୀଙ୍କୁ ଗିରଫ କରି ନିଶା କାରବାରରେ ରୋକ ଲଗାଇବାକୁ ଉଦ୍ୟମ ଜାରି ରଖିଛି ଏସଟିଏଫ୍ ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.