ଭୁବନେଶ୍ବର: ଏସଟିଏଫ ହାତରେ ଆଉ ଦୁଇ ଦଲାଲ । ବାଂଲାଦେଶୀ ଯୁବତୀ ଚାଲାଣ ରାକେଟର ଦଲାଲ ଦମ୍ପତିକୁ ଗିରଫ କରିଛି ଏସଟିଏଫ । ଜଣେ ବାଂଲା ଗାର୍ଲକୁ ଗ୍ରାହକ ପାଖରେ ମୁଲଚାଲ ବେଳେ ଧରାପଡିଛନ୍ତି ଦଲାଲ ପଞ୍ଚାନନ ପାଢୀ ଓ ତାଙ୍କ ପତ୍ନୀ ପ୍ରିତି ପାଢୀ ।
ରୁକଶନା ବେଗମ ଓରଫ ଅଞ୍ଜିଳି ଦିଦି ଓ ବୟଫ୍ରେଣ୍ଡ ଇବ୍ରାହିମକୁ ସହଯୋଗ କରୁଥିଲେ। ଏଥି ସହ ଗ୍ରାହକ ଯୋଗାଡ କରି ଯୁବତୀମାନଙ୍କୁ ଚାଲାଣ କରୁଥିଲା । ତେବେ ଏହି ରାକେଟରେ ପୂର୍ବରୁ ମାଷ୍ଟରମାଇଣ୍ଡ ଅଞ୍ଜଳି ଓ ଇବ୍ରାହିମ ଗିରଫ ପରେ ରିମାଣ୍ଡରେ ପଚରାଉଚରା କରିଥିଲା ଏସଟିଏଫ । ଏବେ ଏହି ରାକେଟର ଦୁଇ ଦଲାଲ ଗିରଫ ପରେ ଏବେ ଏହି ନେଟୱାର୍କର ଆହୁରି ବାଂଲାଦେଶୀ ଦଲାଲ ଓ ଫେକ୍ ଡକୁମେଣ୍ଟ ତିଆରି କରୁଥିବା ଦଲାଲକୁ ଖୋଜୁଛି ଏସଟିଏଫ ଟିମ ।
ଏଯାବତ୍ ୮ଜଣ ବାଂଲା ଗାର୍ଲ ଉଦ୍ଧାର ହୋଇଥିବା ବେଳେ ଆହୁରି ୧୦ରୁ ୧୨ ବାଂଲା ଗାର୍ଲ ଓଡିଶାରେ ଥିବା ଏସଟିଏଫ ହାତରେ ତଥ୍ୟ ଲାଗିଛି । ତେବେ ସେହି ଯୁବତୀମାନଙ୍କ ବୁଧବାର ଏସଡିଜେଏମ କୋର୍ଟରେ ବୟାନ ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ