ETV Bharat / city

ମାଷ୍ଟରକ୍ୟାଣ୍ଟିନରୁ ସ୍ଥାନାନ୍ତରିତ ହେବନି ଐତିହାସିକ ଘୋଡ଼ା - ମାଷ୍ଟରକ୍ୟାଣ୍ଟିନ

ମାଷ୍ଟରକ୍ୟାଣ୍ଟିନରୁ ସ୍ଥାନାନ୍ତରିତ ହେବନି ଐତିହାସିକ ଘୋଡ଼ା । ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମାଷ୍ଟରକ୍ୟାଣ୍ଟିନରୁ ସ୍ଥାନାନ୍ତରିତ ହେବନି ଐତିହାସିକ ଘୋଡ଼ା

author img

By

Published : Jul 27, 2021, 1:45 PM IST

Updated : Jul 27, 2021, 3:54 PM IST

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନରୁ ସ୍ଥାନାନ୍ତରିତ ହେବନି ଐତିହାସିକ ଘୋଡ଼ା । ଏ ନେଇ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଷ୍ଟରକ୍ୟାଣ୍ଟିନ ଛକରୁ ଐତିହାସିକ ଘୋଡ଼ା ନହଟାଇବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ମାର୍ଟସିଟି ପ୍ରକଳ୍ପ କାରଣରୁ ସ୍ଥାପିତ ଘୋଡ଼ା ହଟିବା ଆବଶ୍ୟକ ଥିଲା । ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଘୋଡ଼ାଟିକୁ ହଟାଇ ରାଜଭବନ ଛକରେ ରଖାଯିବ ବୋଲି ନିଷ୍ପତ୍ତି ନେଇଥିଲା ଭୁବନେଶ୍ବର ଉନ୍ନୟନ ପ୍ରାଧିକରଣ । ଏ ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଥିଲା । ବିଭିନ୍ନ ଦଳୀୟ ମହଲରୁ ଅସନ୍ତୋଷ ଦେଖାଦେଇଥିଲା । ଏପରିକି ଏହାକୁ ପ୍ରସଙ୍ଗ କରି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା । ତେବେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ବିଏମସି କମିଶନର ସଂଞ୍ଜୟ ସିଂ । ବିଏମସି କମିଶନର କହିଛନ୍ତି ଘୋଡା ସ୍ତାନାନ୍ତରିତ ହେବ ନାହିଁ କେବଳ ସ୍ଥାପତ୍ୟକୁ ରି-ଆଲାଇନମେଣ୍ଟ ହେବା ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ।

ମାଷ୍ଟରକ୍ୟାଣ୍ଟିନରୁ ସ୍ଥାନାନ୍ତରିତ ହେବନି ଐତିହାସିକ ଘୋଡ଼ା

ଏହି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବା ପରେ,ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିି ଘୋଡା ସ୍ଥାନାନ୍ତର ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସ୍ମାର୍ଟ ସିଟି ଲିମିଟେଡ଼ ଡିଜାଇନ ପରିବର୍ତ୍ତନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଘୋଡ଼ା ହଟିବନି ବୋଲି ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଓଡ଼ିଶାର ଅସ୍ମିତା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ଘୋଡା ଚାରିପାଖ ଆକର୍ଷଣୀୟ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ଏକ ଟିମ ଘୋଡା ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଘୋଡ଼ାରେ କିଛି ଫାଟ ଥିବା ଜଣାପଡିଛି । ଏ ସବୁର ମରାମତି କରାଯିବ । ମୂଳ କାରିଗର ନଥିବାରୁ କୁଶଳୀ କାରିଗରଙ୍କୁ ଆଣି ମୂର୍ତ୍ତି ମରାମତି ଦାୟିତ୍ୱ ଦିଆଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଭବାନୀ ଶଙ୍କର ଦାସ ଓ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jul 27, 2021, 3:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.