ETV Bharat / city

ଏଥର ଅଜନ୍ତା, ଏଲୋରା ଗୁମ୍ଫା ଶୈଳୀରେ ପୂଜା ମଣ୍ଡପ - ଜଗତଜନନୀ ମା ଦୁର୍ଗା

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ । ଷ୍ଟେସନ ବଜାର ପୂଜା ସମିତି ପକ୍ଷରୁ ନିର୍ମାଣ ହେଉଛି ଅଜନ୍ତା ଓ ଏଲୋର ଗୁମ୍ଫାର ତୋରଣ। ଦର୍ଶନ ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ ।

ଫଟୋ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 25, 2019, 4:32 PM IST

ଭୁବନେଶ୍ବର: ଆସୁଛନ୍ତି ଜଗତଜନନୀ ମା ଦୁର୍ଗା । ଏଥିପାଇଁ ଚଞଚଞ୍ଚଳ ରାଜଧାନୀ । ଷ୍ଟେସନ ବଜାର ପୂଜା ସମିତି ପକ୍ଷରୁ ନିର୍ମାଣ ହେଉଛି ଅଜନ୍ତା ଓ ଏଲୋର ଗୁମ୍ଫାର ତୋରଣ। ଯାହାକି ପୂଜା ବଜାରରେ ଆକର୍ଷଣର କେନ୍ଦ୍ର ସାଜିବ । ଏଥିସହ ଆଭ୍ୟନ୍ତରରେ ଆଦିମ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଲୋକଙ୍କ ଜୀବନଶୈଳୀକୁ ବାଖ୍ୟ ସ୍ବରୂପ ସ୍ବତନ୍ତ୍ର ପ୍ରଦର୍ଶନ ପାଇଁ ବ୍ୟବସ୍ଥା ହେବ ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

ବୁଧବାର ପୂଜା ସମିତି ପକ୍ଷରୁ ଏକ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂଜା ସମ୍ବନ୍ଧୀୟ ତଥ୍ୟର ସୂଚନା ଦେଇଛନ୍ତି ଅନୁଷ୍ଠାନର ସଭାପତି ଗଣେଶ ପ୍ରସାଦ ସାହୁ । ଦୀର୍ଘ 64 ବର୍ଷ ଧରି ଦୁର୍ଗା ପୂଜା ପାଳନ କରୁଥିବା ଏହି ମଣ୍ଡପ 2005ରୁ ଚାନ୍ଦିରେ ମେଢ଼ କରିଆସୁଛି । ଚଳିତ ବର୍ଷ 2 କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଚାନ୍ଦି ବ୍ୟବହାର ନେଇ ପ୍ରସ୍ତୁତି ରହିଛି । ସେହିପରି 2017 ମସିହାରୁ ମାଙ୍କ ମୁକୁଟ ପାଇଁ ସୁନା ବ୍ୟବହାର ହୋଇଥିବାବେଳେ ଏବର୍ଷ ମଧ୍ୟ ପାଖାପାଖି 3 କେଜି ସୁନା ଵ୍ୟଵହାର ହେବ । ଲୋକଙ୍କ ସୁରକ୍ଷା ଓ ମନୋରଞ୍ଜନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବାବେଳେ ବୟସ୍କଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା ହୋଇଛି । ତେବେ ଗତ ଫନି ବାତ୍ୟା ପାଇଁ ଏଥର ବଜେଟ କମ କରାଯାଇ 30 ରୁ 35 ଲକ୍ଷ ଟଙ୍କା ରହିବ । ମଣ୍ଡପ ଚର୍ତୁପାର୍ଶ୍ବକୁ ବିଭିନ୍ନ ରଙ୍ଗୀନ ଆଲୋକମାଳାରେ ସଜାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।

ତେବେ ଏଥର ସବୁ ମଣ୍ଡପ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ଏବଂ ଓଡ଼ିଆ ସଂସ୍କୃତିର ରୁଦ୍ଧିମନ୍ତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ବ ଦେବାକୁ ଯୋଜନା ରହିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଏଥର ଦୁର୍ଗା ପୂଜାରେ ଷ୍ଟେସନ ବଜାର ପୂଜା ସମିତି ପକ୍ଷରୁ ନିର୍ମାଣ ହେଉଛି ଅଜନ୍ତା ଓ ଏଲୋର ଗୁମ୍ଫାର ତୋରଣ।ଯାହାକୁ ପୂଜା ବଜର ରେ ଲୋକମାନଙ୍କ ଆକର୍ଷଣର କେନ୍ଦ୍ର ସାଜିବ।

Body:ଆଜି ପୂଜା ସମିତି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଅନୁଷ୍ଠାନର ସଭାପତି ଗଣେଶ ପ୍ରସାଦ ସାହୁ ଏହା କହିଛନ୍ତି।ଏହା ସହିତ ଏହାର ଆଭ୍ୟନ୍ତରରେ ଆଦିମ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଲୋକମାନଙ୍କ ଜୀବନଶୈଳୀକୁ ନେଇ ସ୍ୱତନ୍ତ୍ର ପ୍ରଦର୍ଶନ ପାଇଁ ବ୍ୟବସ୍ଥା ହେଉଥିବା କହିଛନ୍ତି ଏହି ଅନୁଷ୍ଠାନର ସମ୍ପାଦକ ଦୀପକ ଜେନା।ଦୀର୍ଘ 64 ବର୍ଷ ଧରି ଏହି ପୂଜା ପାଳନ କରୁଥିବା ମଣ୍ଡପ ପ୍ରଥମ ଥର 2005ରୁ ଚାନ୍ଦିରେ ମେଢ଼ କରିବା ଆରମ୍ଭ କରିଥିବାବେଳେ ଏବର୍ଷ 2କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ବ ଚାନ୍ଦି ବ୍ୟବହାର ହେଉଥିବା କହିଛନ୍ତି।ସେହିପରି 2017 ମସିହାରୁ ମାଙ୍କ ମୁକୁଟ ପାଇଁ ସୁନା ବ୍ୟବହାର ହୋଇଥିବାବେଳେ ଏବର୍ଷ ମଧ୍ୟ ପାଖାପାଖି 3କେଜି ସୁନା ଵ୍ୟଵହାର ହୋଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।ଲୋକମାନଙ୍କ ସୁରକ୍ଷା ଓ ମନୋରଞ୍ଜନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବାବେଳେ ବୟସ୍କ ଲୋକମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।ତେବେ ଗତ ଫନି ବାତ୍ୟା ପାଇଁ ଏଥର ବଜେଟ କୁ କମ କରାଯାଇ 30 ରୁ 35 ଲକ୍ଷ ଟଙ୍କା ଭିତରେ ସବୁକିଛି କରାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।
ବାଇଟ-ଗଣେଶ ପ୍ରସାଦ ସାହୁ,ସଭାପତି,ଷ୍ଟେସନ ବଜାର ଦୁର୍ଗା ପୂଜା ସମିତି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ।

ଷ୍ଟେସନ ବଜାର ପୂଜାମଣ୍ଡପ ବାହାରପଟୁ ଲୋକଙ୍କୁ ଅଜନ୍ତା ଓ ଏଲୋରା ଗୁମ୍ଫା ଭଳି ଦୃଶ୍ୟମାନହେବ।କିନ୍ତୁ ।ଏଥିପାଇଁ 50 ଲକ୍ଷ ଟଙ୍କା ବଜେଟ ପ୍ରସ୍ତୁତ ହୋଇଥିବାବେଳେ ଲୋକମାଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି।
ମଣ୍ଡପ ଅଞ୍ଚଳକୁ ବିଭିନ୍ନ ରଙ୍ଗୀନ ଆଲୋକମାଳାରେ ସଜ୍ଜାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।

ରାଜଧାନୀରେ ଆୟୋଜିତ ହେଉଥିବା ମାତା ଜଗତଜନନୀଙ୍କ ଏହି ପାର୍ବଣ କୁ ସମସ୍ତେ ଆନନ୍ଦର ସହ ଉପଭୋଗ କରିବା ସହ ମାଙ୍କ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ସବୁ କମିଟି ପକ୍ଷରୁ କଡା ସୁରକ୍ଷା ବନ୍ଦୋବସ୍ତ ହୋଇଥିବା ଜଣାପଡିଛି।ଏହା ସହିତ ଏଥର ସବୁ ମଣ୍ଡପ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ଓଡ଼ିଆ ସଂସ୍କୃତିର ରୁଦ୍ଧିମନ୍ତ କରିବା ପାଇଁ ସାସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ ଦେଇଥିବା ଜଣାପଡିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.