ETV Bharat / city

ସପ୍ତାହକ ଭିତରେ ପୁଣି ଆସିବ କୋଭାକ୍ସିନ - state will receive 1,49,760 doses of Covaxin

ସପ୍ତାହକ ଭିତରେ ପୁଣି ଆସିବ କୋଭାକ୍ସିନ । ଦ୍ବିତୀୟ ପର୍ଯ୍ୟାୟରେ ଆସିବ 1 ଲକ୍ଷ 49 ହଜାର 760 ଡୋଜ । ଭୁବନେଶ୍ବରରେ କେବଳ ଦିଆଯାଉଛି କୋଭାକ୍ସିନ । ସିଏଚସି ଓ ପିଏଚସି ଗୁଡିକରେ ହେବ 3 ଦିନିଆ ଟୀକାକରଣ । ଅଧିକ ପଢନ୍ତୁ...

ସପ୍ତାହକ ଭିତରେ ପୁଣି ଆସିବ କୋଭାକ୍ସିନ
ସପ୍ତାହକ ଭିତରେ ପୁଣି ଆସିବ କୋଭାକ୍ସିନ
author img

By

Published : Jan 22, 2021, 12:15 PM IST

Updated : Jan 22, 2021, 1:31 PM IST

ଭୁବନେଶ୍ବର:ରାଜ୍ୟକୁ ସପ୍ତାହକ ଭିତରେ କୋଭାକ୍ସିନର 1,49,760 ଡୋଜ୍ ଆସିବ । କେବଳ ଭୁବନେଶ୍ବରରେ ହିଁ କୋଭାକ୍ସିନ ଟିକା ଦିଆଯାଉଛି । ସିଏଚସି ଓ ପିଏଚସି ଗୁଡ଼ିକରେ 3 ଦିନ ଟିକା ଦିଆଯିବ ଓ ମେଡ଼ିକାଲ କଲେଜ ଗୁଡ଼ିକରେ ଛୁଟି ଦିନ ଛାଡ଼ି ସବୁଦିନ ଟିକା ଦିଆଯିବ । ମଙ୍ଗଳ, ବୁଧ, ଶୁକ୍ରବାର ଓ ରବିବାର ମଧ୍ୟ ଟୀକାକରଣ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ସପ୍ତାହକ ଭିତରେ ପୁଣି ଆସିବ କୋଭାକ୍ସିନ

ଗତକାଲି 436 ସେସନରେ 44880ଟି ଟୀକାକରଣ ହୋଇଛି । 16ରୁ 21 ତାରିଖ ଭିତରେ 113623 ଟୀକାକରଣ ହୋଇଛି । 20ଟି ଜିଲ୍ଲାରେ 100%ରୁ ଅଧିକ ହୋଇଛି ଟୀକାକରଣ । ଆଜି 100ଟି ସେସନରେ 13155 ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ବରଗଡ଼ ଜିଲ୍ଲାରେ 2ଟି ପାର୍ଶ୍ବ ପ୍ରତିକ୍ରିୟା, ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 22, 2021, 1:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.