ETV Bharat / city

ରାଜ୍ୟରେ କମିଛି ଦୁର୍ଘଟଣା ଜନିତ ମୃତ୍ୟୁ, ତଥାପି ସଂଖ୍ୟା ଉଦବେଗଜନକ: ପରିବହନ ମନ୍ତ୍ରୀ - ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ବୈଠକ

ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ବୈଠକ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଅଧିକ ଖବର ପଢନ୍ତୁ...

state road safety
ରାଜ୍ୟରେ କମିଛି ଦୁର୍ଘଟଣା ଜନିତ ମୃତ୍ୟୁ, ତଥାପି ସଂଖ୍ୟା ଉଦବେଗଜନକ
author img

By

Published : Dec 18, 2019, 1:01 PM IST

Updated : Dec 18, 2019, 7:38 PM IST

ଭୁବନେଶ୍ବର: ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା ପରିଷଦର ବୈଠକ । ଆଜି(ବୁଧବାର) ଲୋକସେବା ଭବନରେ ନୂଆ ପରିବହନ ନୀତି ନେଇ ସଡକ ସୁରକ୍ଷା ବାବଦରେ ଆଲୋଚନା ହୋଇଛି । କଡା ମୋଟର ଯାନ ଆଇନ ଯୋଗୁଁ ଗତବର୍ଷ ତୁଳନାରେ ଚଳିତବର୍ଷ 4.5 ପ୍ରତିଶତ ଦୁର୍ଘଟଣା କମିଛି । ଦୁର୍ଘଟଣାରେ ମୃତ୍ୟୁ ହାର 12 ପ୍ରତିଶତ କମିଛି । ରାଜ୍ୟର ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ପ୍ରଭୃତି ଜିଲ୍ଲା ସର୍ବାଧିକ ଦୁର୍ଘଟଣା ପ୍ରବଣ ବୋଲି ପ୍ରକାଶ ପାଇଛି ।

ରାଜ୍ୟରେ କମିଛି ଦୁର୍ଘଟଣା ଜନିତ ମୃତ୍ୟୁ, ତଥାପି ସଂଖ୍ୟା ଉଦବେଗଜନକ
ସଡକ ସୁରକ୍ଷା ଚିନ୍ତା; ପ୍ରତି ଘଣ୍ଟାଏରେ ଯାଉଛି 17 ଜୀବନ

  • ଗତ ଦଶନ୍ଧିରେ ଓଡ଼ିଶାରେ 38,204 ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।
  • 2018 ରେ ଓଡ଼ିଶାରେ 5 ହଜାର 315 ଲୋକଙ୍କ ମୃତ୍ୟୁ ହୋଇଛି ।
  • ପାଞ୍ଚ ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି ।
  • ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ 70 ପ୍ରତିଶତ ଯୁବକ ।
  • ସମଗ୍ର ଦେଶରେ ଦୁର୍ଘଟଣାରେ 100ରୁ 32 ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ଓଡ଼ିଶାରେ 47 ଜଣଙ୍କ ମୃତ୍ୟୁ ଘଟୁଛି ।
  • 2014 ରୁ 2018 ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ହାର 35.2 ପ୍ରତିଶତ ବଢିଛି ।
  • 2019 ବର୍ଷ ଆରମ୍ଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ 4 ହଜାର 115 ଜଣଙ୍କ ମୃତ୍ୟୁ ହୋଇଛି ।
  • ବର୍ତ୍ତମାନ ସୁଦ୍ଧା ଆଠ ହଜାର ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି ।
  • 750 ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
  • ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ଵିତୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ।

ଦୁର୍ଘଟଣାର 48 ଘଣ୍ଟା ଭିତରେ ଭୁବନେଶ୍ବର ଓ କଟକର କିଛି ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁଥିଲା । ତାହା ଏବେ ସମ୍ବଲପୁର ଓ ଝାରସୁଗୁଡାକୁ ବୃଦ୍ଧି କରାଯାଇଛି । ବୈଠକରେ ମନ୍ତ୍ରୀ ପଦ୍ମନାଭ ବେହେରା , ସଚିବ ଜି ଶ୍ରୀନିବାସ, କମିଶନର ସଂଜୀବ ପଣ୍ଡା, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ନୂଆ ପରିବହନ ନୀତି ନେଇ ସଡକ ସୁରକ୍ଷା ନେଇ ଆଲୋଚନା କରାଯାଇଛି । ନୂଆ ନିୟମ ଲାଗୁ ପରେ କମିଛି ଦୁର୍ଘଟଣା ହାର । ଆଗାମୀ ଦିନରେ ଦୁର୍ଘଟଣା କମିବା ନେଇ ସମସ୍ତ ଉଦ୍ୟମ ଜାରି ରହିବ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ମଦ୍ୟପ ଗାଡି ଚାଳନା ଉପରେ ଫୋକସ କରାଯାଇଛି । ପାଖାପାଖି 5 ଲକ୍ଷରୁ ଅଧିକ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଗଲାଣି ।

ଅନେକ ଲୋକ ଟ୍ରେନିଂ ନନେଇ ଗାଡି ଚଳାଉଥିବା ନଜରକୁ ଆସିଛି । ଉଭୟ ପୋଲିସ ଓ ପରିବହନ ବିଭାଗ ଫାଇନ ଆଦାୟ କରିପାରିବେ । ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ । ଏବେ ଗ୍ରାମାଞ୍ଚଳରେ ବି କଡାକଡି ଚେକିଂ କରାଯିବ । 3 ମାସ ଅବଧି ସରିଲା ପରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି କଡା ଚେକିଂ କରାଯିବା । ମାର୍ଚ୍ଚମାସ ସୁଦ୍ଧା ଜାତୀୟ ରାଜପଥର ସମସ୍ତ ବ୍ଲାକସ୍ପଟ ଚିହ୍ନଟ ସହ ସମସ୍ତ ପଦକ୍ଷେପ ନେବାପାଇଁ ଏହି ବୈଠକରେ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

testing

Conclusion:
Last Updated : Dec 18, 2019, 7:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.