ETV Bharat / city

ରାଜ୍ୟରେ ପହଞ୍ଚିଲା 3 ଲକ୍ଷ କୋଭିସିଲଡ଼ ଡୋଜ, ଆସନ୍ତାକାଲି 15 କେନ୍ଦ୍ରରେ ଟୀକାକରଣ ବନ୍ଦ

author img

By

Published : Jul 12, 2021, 10:27 PM IST

ରାଜ୍ୟକୁ ଆସିଲା 3 ଲକ୍ଷ କୋଭିସିଲଡ଼ ଟିକା। କିନ୍ତୁ ବିତରଣ ଅଭାବରୁ ଆସନ୍ତାକାଲି ରାଜ୍ୟରେ ବନ୍ଦ ରହିବ 15 ଟୀକାକରଣ କେନ୍ଦ୍ର । ଅଧିକ ପଢନ୍ତୁ...

ରାଜ୍ୟକୁ ଆସିଲା 3 ଲକ୍ଷ କୋଭିସିଲଡ଼ ଟିକା,କିନ୍ତୁ ଆସନ୍ତାକାଲି ରାଜ୍ୟରେ 15 କେନ୍ଦ୍ରରେ ଟୀକାକରଣ ବନ୍ଦ

ଭୁବନେଶ୍ବର: ରାଜ୍ୟକୁ ଆସିଲା 3 ଲକ୍ଷ କୋଭିସିଲଡ଼ ଟିକା । ରାଜ୍ୟକୁ ଟିକା ଆସିବା ପରେ ଅନ୍ୟ ଜିଲ୍ଲାକୁ ଟିକା ପଠାଇବାରେ ସକ୍ଷମ ହୋଇ ନ ଥିବାବେଳେ ଆସନ୍ତାକାଲି ଟିକାର ଅଭାବ କାରଣରୁ 15 ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ। ଅନ୍ୟପଟେ 97ଟି କେନ୍ଦ୍ରରେ ଟୀକାକରଣ କରାଯିବା ନେଇ ସୂଚନା ରହିଛି ।

ରାଜ୍ୟରେ ଘୋର ଟିକା ସଙ୍କଟ ଦେଖାଯାଇଛି । ଟିକା ନ ଥିବାରୁ ଟୀକାକରଣରେ ବାଧାପ୍ରାପ୍ତ ହେଉଛି। ଦୈନିକ ଭାବରେ ଅନେକ ସ୍ଥାନରେ ଟୀକାକରଣ ଠିକ ଭାବରେ ପରିଚାଳନା କରାଯାଇ ପାରୁନାହିଁ। ଟିକାର ଅଭାବ ହେତୁ ରାଜ୍ୟରେ ଆସନ୍ତାକାଲି 15 ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରଖାଯାଇଛି । ଅନ୍ୟପଟେ ଆସନ୍ତାକାଲି ରାଜ୍ୟରେ 97 ଟି କେନ୍ଦ୍ରରେ ଟୀକାକରଣ କରାଯିବ।

ସେହିପରି 15 ଟି ବନ୍ଦ ରହିଥିବା ଜିଲ୍ଲା ଗୁଡିକ ହେଲା ଅନୁଗୋଳ, ବାଲେଶ୍ବର ,ଦେଓଗଡ,ଢେଙ୍କାନାଳ, ଗଜପତି ,ଝାରସୁଗୁଡ଼ା ,କଳାହାଣ୍ଡି ,କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ ମାଲକାନଗିରି, ନବରଙ୍ଗପୁର, ନୟାଗଡ, ନୂଆପଡା ଓ ସମ୍ବଲପୁରରେ ଟୀକାକରଣ ବନ୍ଦ ରହିବ। ଅନ୍ୟପଟେ 97 ଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯିବ। ତେବେ ରାଜ୍ୟକୁ ଆଜି 3 ଲକ୍ଷ କୋଭିସିଲ୍ଡ ଟିକା ଆସିଛି। ସେହିପରି ରାଜ୍ୟରେ ମୋଟ 3 ଲକ୍ଷ 49 ହଜାର 930 ଡୋଜ କୋଭିସିଲଡ଼ ଟିକା ମହଜୁଦ ରହିଥିବାବେଳେ 3 ଲକ୍ଷ 9 ହଜାର 530 ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.