ETV Bharat / city

ଆନ୍ଦୋଳନ ପାଇଁ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ସଜବାଜ - strike on November 29

ଚଳିତ ମାସ ୨୯ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ । ଅଧିକ ପଢନ୍ତୁ...

State Private Teachers' Union  will go on strike on November 29
ଆନ୍ଦୋଳନ ପାଇଁ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ସଜବାଜ
author img

By

Published : Nov 9, 2021, 7:07 PM IST

Updated : Nov 9, 2021, 8:02 PM IST

ଭୁବନେଶ୍ବର: ଚଳିତ ମାସ ୨୯ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ। ବେସରକାରୀ ଅଧ୍ୟାପକଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବକୁ ନେଇ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇବ। ଅନୁଦାନ ପରିସର କରିବାକୁ ବାରମ୍ବାର ସରକାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପାଳନ କରିନାହାନ୍ତି । ତେଣୁ ସଂଘ ଉଦବେଗ ପ୍ରକାଶ କରିବା ସହ ୨୯ରେ ବିଶାଳ ଶୋଭାଯାତ୍ରାରେ କଟକରୁ ଭୁବନେଶ୍ବର ଆସିବା ନେଇ ଘୋଷଣା କରିଛି।

ଚଳିତ ମାସ ୨୯ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ

ପଦଯାତ୍ରାରେ ଶହ ଶହ ଅଧ୍ୟାପକ ନବୀନ ନିବାସ ଯାଇ ସେମାନଙ୍କର ଦାବି ପ୍ରଦାନ କରିବେ। ୨୦୦୮ ଜୁନ ପହିଲାରୁ ୨୦୧୩ ମସିହା ନଭେମ୍ବର ୩୦ ତାରିଖ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାର ଏପର୍ଯ୍ୟନ୍ତ ଅନୁଦାନ ପରିସରଭୁକ୍ତ କରିନାହାନ୍ତି। ତେବେ ସରକାରଙ୍କ ପ୍ରତିଶ୍ରୁତିକୁ ନେଇ କୋରୋନା ମହାମାରୀ ସମୟରେ କାର୍ଯ୍ୟକରି ବହୁ ପ୍ରାଇଭେଟ୍‌ ଅଧ୍ୟାପକ ଜୀବିକା ହରାଉଛନ୍ତି ଏବଂ କିଛି ଆତ୍ମହତ୍ୟା ମଧ୍ୟ କରିଛନ୍ତି । ଘରୋଇ କଲେଜର ଅଧ୍ୟାପକ ଦୁର୍ଦିନରେ ଦିନ କାଟୁଛନ୍ତି ।

ତେଣୁ ସେମାନଙ୍କ ଜୀବନ ଓ ଜୀବିକା ସୁରକ୍ଷାକୁ ନେଇ ସରକାର ସେମାନଙ୍କ ଦାବି ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ ଅନୁରୋଧ କରିଛି । ଅନ୍ୟପଟେ ୨୦୦୮ ଜୁନ ୨ ତାରିଖରୁ ୨୦୧୩ ମସିହା ନଭେମ୍ବର ୩୦ ତାରିଖ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଉ ବୋଲି ସଂଘ କହିଛି ।

ଅଧିକାର ଲଢ଼େଇ ପାଇଁ ଜିଲ୍ଲାସ୍ତରରେ ୧୫ ତାରିଖରେ ସମସ୍ତ ଜିଲ୍ଲପାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବା ସଂଘ । ଏହାସହ ୨୨ ତାରିଖରେ ପୁରୀରୁ ଅଧିକାର ରଥ ବାହାରି ଶିକ୍ଷକଙ୍କ ଅଧିକାର ପାଇଁ ରାଜ୍ୟସାରା ପରିଭ୍ରମଣ କରିବ । ଯେ ପର୍ଯ୍ୟନ୍ତ ସରକାର ଦାବି ପୂରଣ କରିନାହାନ୍ତି ସେ ପର୍ଯ୍ୟନ୍ତ ଏଭଳି ଅଧିକାର ଲଢେଇ ଜାରି ରହିବ ବୋଲି କହିଛନ୍ତି ସଂଘ ସଭାପତି ବିଶ୍ବ ରଞ୍ଜନ ଦାସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 9, 2021, 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.