ETV Bharat / city

ବିଶ୍ୱ ଜନସଂଖ୍ୟା ଦିବସ: ସଚେତନତା ହିଁ ଆଣିବ ଜନସଂଖ୍ୟାରେ ସ୍ଥିରତା - celebrate

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ । 2001 ଓ 2011 ଜନଗଣନା ରିପୋର୍ଟ ଅନୁସାରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲିଙ୍ଗଭିତ୍ତିକ ଅସମାନତା ବ୍ୟାପକ ସଂଖ୍ଯାରେ ବୃଦ୍ଧି ପାଇଛି । ଏହିକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧ ଜୁଲାଇ ଠାରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରତା ପକ୍ଷ ଭାବେ ପାଳନ କରାଯିବ । ପରିବାର କଲ୍ୟାଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପରିବାର କଲ୍ୟାଣ ଦିବସକୁ ଲୋକାଭିମୁଖୀ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 11, 2019, 8:32 PM IST

ଭୁବନେଶ୍ବର: ଗୁରୁବାର ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଛି । ଦେଶର ଜନସଂଖ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି । ଏସବୁ ସତ୍ତ୍ବେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲିଙ୍ଗଭିତ୍ତିକ ଅସମାନତା ବ୍ୟାପକ ସଂଖ୍ଯାରେ ବୃଦ୍ଧି ପାଉଛି ।

2011 ଜନଗଣନା ରିପୋର୍ଟ ଅନୁସାରେ ରାଜ୍ୟର ଜନସଂଖ୍ୟା ୪ କୋଟି ୨୦ ଲକ୍ଷ ରହିଥିଲା । ସେହି ଅନୁପାତରେ ପୁରୁଷଙ୍କ ସଂଖ୍ୟା ୨ କୋଟି ୧୩ ଲକ୍ଷ ଏବଂ ମହିଳାଙ୍କ ସଂଖ୍ୟା ୨ କୋଟି ୭ ଲକ୍ଷ ୬୩ ହଜାର ଥିଲା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ଜନସଂଖ୍ୟା ୩ କୋଟି ୬୮ ଲକ୍ଷ ଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି କ୍ରମରେ ପୁରୁଷ ସଂଖ୍ୟା ୧ କୋଟି ୮୭ ଲକ୍ଷ ଏବଂ ମହିଳା ସଂଖ୍ୟା ୧ କୋଟି ୮୧ ଲକ୍ଷ ରହିଥିଲା । 2001 ଓ 2011 ଜନସଂଖ୍ୟା ଅନୁସାରେ ମହିଳା ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଥିଲା । ତେବେ ଏହି ଜନସଂଖ୍ୟା ରିପୋର୍ଟ ଅନୁସାରେ ସମାଜରେ ଶିଶୁକନ୍ୟାଙ୍କ ସଂଖ୍ୟା କମ ରହିଛି । ଯଦ୍ୱାରା ପ୍ରଜନନ ସ୍ୱାସ୍ଥ୍ୟ ଜନିତ ଅଭାବକୁ ଟାଣି ନେଉଥିବାବେଳେ ଏହା ସଚେତନତା ଅଭାବକୁ ଇଙ୍ଗିତ କରୁଛି ।

ଭାରତ ସରକାରଙ୍କ ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ ୨୦୧୭ ତଥ୍ୟ ଆଧାରରେ ରାଜ୍ୟରେ ଦମ୍ପତି ପିଛା ହାରାହାରି ପ୍ରଜନନ କ୍ଷମତା ୧.୯ ଥିଲା ଯାହା ଗତ ଟିଆରଏଫ ସଂଖ୍ୟା ଠାରୁ କମ । ସେହିଭଳି ଜାତୀୟ ସ୍ତରରେ ଏହି କ୍ଷମତା ହାରାହାରି ୨.୨ ପ୍ରତିଶତ ରହିଛି । ଏହି କ୍ରମରେ ଜାତୀୟ କାର୍ଯ୍ୟକ୍ରମ ତୁଳନାରେ ଓଡ଼ିଶାରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ବେଶ୍ ଉତ୍ସାହଜନକ । ତେବେ ରାଜ୍ୟରେ ଓଡ଼ିଶାର ଗ୍ରାମାଞ୍ଚଳରେ ଦମ୍ପତି ପିଛା ହାରାହାରି ସନ୍ତାନ ସଂଖ୍ୟା ୨.୦ ଥିବାବେଳେ ସହରାଞ୍ଚଳରେ ଏହି ସଂଖ୍ୟା ୧.୩ ରହିଛି ।

ଏହିକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧ ଜୁଲାଇ ଠାରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରତା ପକ୍ଷ ଭାବେ ପାଳନ କରାଯିବ । ପରିବାର କଲ୍ୟାଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପରିବାର କଲ୍ୟାଣ ଦିବସକୁ ଲୋକାଭିମୁଖୀ କରାଯିବାର କାର୍ଯ୍ୟକ୍ରମ ରହିଛି । 'ଆମେ ଦୁଇ ଆମର ଦୁଇ' ସ୍ଲୋଗାନକୁ ଗୁରୁତ୍ୱ ଦିଆଯାଉଛି । ମୋର ଦୃଢ ବିଶ୍ବାସ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ଆହୁରି ସଫଳତା ଅର୍ଜନ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ।

ସେପଟେ ପରିବାର ନିୟନ୍ତ୍ରଣ ନିର୍ଦ୍ଦେଶକ ସରୋଜ ନାୟକଙ୍କ ସୂଚନାନୁସାରେ ରାଜ୍ୟରେ ପରିବାର ନିୟନ୍ତ୍ରଣ କରିବା ଆମର ଲକ୍ଷ୍ୟ । ରାଜ୍ୟରେ ଗୁଣାତ୍ମକ ସେବା, ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର କମିଥିବାବେଳେ ପ୍ରତି ଘରେ ସୂଚନା ଓ ଶିକ୍ଷା ପହଞ୍ଚିବା ଆବଶ୍ୟକ ରହିଛି । ଜନସଂଖ୍ୟା ସ୍ତ୍ରୀକରଣ, ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବ୍ୟବସ୍ଥା କମ ହେବା ସହ ସବୁ ବର୍ଗରେ ସଚେତନତାର ଆବଶ୍ୟକତା ରହିଛି । ଗ୍ରାମାଞ୍ଚଳରେ ସରକାରଙ୍କ ସମସ୍ତ ଯୋଜନାକୁ ଅଗ୍ରାଧିକାର ଦେବା ଆବଶ୍ୟକ ରହିଛି ବୋଲି ପରିବାର ନିୟନ୍ତ୍ରଣ ନିର୍ଦ୍ଦେଶକ କହିଛନ୍ତି ।

ବାସ୍ତବରେ ଏହିସବୁ ସଚେତନତା କେତେ କାର୍ଯ୍ୟକାରୀ ହେଉଛି ଏବଂ ସରକାରୀ ଯୋଜନା ଦ୍ୱାରା ଜନସାଧାରଣ କିପରି ଉପକୃତ ହେଉଛନ୍ତି ତାହା ଆଗାମୀ ଦିନରେ ରାଜ୍ୟରେ ଜନସଂଖ୍ୟା ସନ୍ତୁଳନ ରିପୋର୍ଟରୁ ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ।

Body:ଗୁରୁବାର ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ।ଗୁଣାତ୍ମକ ସେବାକୁ ଗୁରୁତ୍ୱ ଦେଇଛନ୍ତି ସତ ତା ସତ୍ୱେ ବି ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲିଙ୍ଗ ଭିତିକ ଅସମାନତା ବ୍ୟାପକ ହୋଇଛି।୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ରାଜ୍ୟ ଜନସଂଖ୍ୟା ୪ କୋଟି ୨୦ ଲକ୍ଷ ଥିଲା ପୁରୁଷଙ୍କ ସଂଖ୍ୟା ୨କୋଟି ୧୩ ଲକ୍ଷ ଥିବାବେଳେ ମହିଳାଙ୍କ ସଂଖ୍ୟା ୨ କୋଟି ୭ ଲକ୍ଷ ୬୩ ହଜାର ଥିଲା।୨୦୦୧ ଜନଗଣନା ଅନୁସାରେ ରାଜ୍ୟର ଜନସଂଖ୍ୟା ୩ କୋଟି ୩ କୋଟି ୬୮ ଲକ୍ଷ ,ପୁରୁଷ ସଂଖ୍ୟା ୧କୋଟି ୮୭ ଲକ୍ଷ ଥିବାବେଳେ ମହିଳା ସଂଖ୍ୟା ୧କୋଟି ୮୧ ଲକ୍ଷ।୨୦୦୧ ଜନସଂଖ୍ୟା ମହିଳା ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ଥିବାବେଳେ ୨୦୧୧ ଜନସଂଖ୍ୟା ରେ ମହିଳା ତୁଳନାରେ ପୁରୁଣାଙ୍କ ସଂଖ୍ୟା ବି ଅଧିକ।ଏଥିରୁ ସ୍ପଷ୍ଟ ଅନୁମେୟ ସମାଜରେ ଶିଶୁକନ୍ୟାଙ୍କ ସଂଖ୍ୟା କମ ରହିଛି ଯଦ୍ୱାରା ପ୍ରଜନନ ସ୍ୱାସ୍ଥ୍ୟ ଜନିତ ଅଭାବକୁ ଟାଣି ନେଉଛି ଯାହା ସଚେତନତା ଅଭାବ କୁ ଇଙ୍ଗିତ କରୁଛି।ଭାରତ ସରକାରଙ୍କ ସାଂପଲ ରେଜିଷ୍ଟ୍ରେସନ ସିଷ୍ଟମ ୨୦୧୭ ତଥ୍ୟ ଆଧାରରେ ରାଜ୍ୟରେ ଦମ୍ପତି ପିଛା ହାରାହାରି ସନ୍ତାନସଂଖ୍ୟା ୧.୯ ଯାହା ଗତ ଟିଏଫଆର ସଂଖ୍ୟାଠାରୁ କାମ।ଜାତୀୟ ସ୍ତରରେ ଏହି ହାରାହାରି ୨.୨। ଯଦିଓ ଓଡ଼ିଶାରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ର ଅଗ୍ରଗତି ଜାତୀୟ କାର୍ଯ୍ୟକ୍ରମ ତୁଳନାରେ ଉତ୍ସାହଜନକ।ତେବେ ରାଜ୍ୟରେ ଓଡ଼ିଶାର ଗ୍ରାମାଞ୍ଚଳରେ ଦମ୍ପତି ପିଛା ହାରାହାରି ସନ୍ତାନ ସଂଖ୍ୟା ୨.୦ ଥିବାବେଳେ ସହରାଂଚଳରେ ଏହି ସଂଖ୍ୟା ୧.୩।ତଥ୍ୟକୁ ଦେଖିଲେ ସାଧାରଣରେ ପ୍ରଶ୍ନ ଉଠୁଛି ଗ୍ରାମଞ୍ଚଳକୁ ଛୁଇଁଛି କି ବିଶ୍ୱ ଜନସଂଖ୍ୟା ବାର୍ତା।ସରକାର କଣ ସତରେ ଜନସଂଖ୍ୟା ବୃଦ୍ଧି ନେଇ ଚିନ୍ତିତ।

ସରକାରଙ୍କ ଯୁକ୍ତି ଗୁଣାତ୍ମକ ସେବାକୁ ପ୍ରାଧାନ୍ୟ ଦିଆଯାଉଛି ।ସୂଚନା ଶିକ୍ଷା ଯୋଗାଯୋଗରେ ସରକାର ସବୁବର୍ଗକୁ କେତେ ମାତ୍ରାରେ ଛୁଇଁଛନ୍ତି ଏବଂ ଗୁଣାତ୍ମକ ସେବାରେ ଉପଲବ୍ଧ ଜନସାଧାରଣଙ୍କ ପାଖରେ କିପରି ଅଛି ତାହା ଅସ୍ପଷ୍ଟ।। ସରକାର ଜନ୍ମ ନିୟନ୍ତ୍ରଣ ପାଇଁ ଉଦିଷ୍ଟ ସ୍ଥାୟୀ ଏବଂ ଅସ୍ଥାୟୀ ପଦ୍ଧତିରେ କେଉଁଠି ଅଭାବ ପରିଲକ୍ଷିତ ହେଉଛି ତାହା ସ୍ପଷ୍ଟ କରିନାହାନ୍ତି।ଆଇୟୁସିଡ଼ି ଏକ ପଦ୍ଧତି ଭାବେ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହାର ସଫଳତା ହାର କେଉଁ ସ୍ଥାନରେ କେଉଁ ବର୍ଗ ପାଇଁ କେତେ ତାହା ସ୍ପଷ୍ଟ ହୋଇନାହିଁ।

ଜାତୀୟ ସ୍ତରରେ ଟିଏଫଆର ବା ଦମ୍ପତି ପିଛା ହାରାହାରି ସନ୍ତାନ ସଂଖ୍ୟା ୨.୨ ଥିବାବେଳେ ରାଜ୍ୟସରକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଟିଏଫଆର ୧.୯ ଯାହା ଜାତୀୟସ୍ତରର ତୁଳନାରେ ଉତ୍ସାହଜନକ ସ୍ଥିତି।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧ ଜୁଲାଇ ଠାରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ କରାଯିବ।ପରିବାର କଲ୍ୟାଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପରିବାର କଲ୍ୟାଣ ଦିବସକୁ ଲୋକାଭିମୁଖୀ କରାଯିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରେ ଟିଏଫଆର ରେଟ ୧.୯ ଅଛି,ଯାହା ଏକ ଶୁଭ ସୂଚନା।ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟାରେ ଏ ସବୁ ସମ୍ଭବ ହୋଇପାରିଛି।ଆମେ ଦୁଇ ଆମର ଦୁଇ ସ୍ଲୋଗାନ କୁ ଗୁରୁତ୍ୱ ଦିଆଯାଉଛି।ମୋର ଦୃଢ ବିଶ୍ବାସ ସ୍ୱାସ୍ଥ୍ୟ ବିଭାଗ ଏ କ୍ଷେତ୍ରରେ ଆହୁରି ସଫଳତା ପାଇବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।

ପରିବାର ନିୟନ୍ତ୍ରଣ ନିର୍ଦ୍ଧେଶକ ସରୋଜ ନାୟକଙ୍କ ସୂଚନା ଅନୁସାରେ ରାଜ୍ୟରେ ପରିବାର ନିୟନ୍ତ୍ରଣ ଆମର ଲକ୍ଷ।ରାଜ୍ୟରେ ଗୁଣାତ୍ମକ ସେବା, ,ଶିଶୁ ମୃତ୍ୟୁ ହାର,ମାତୃ ମୃତ୍ୟୁ ହାର କମିଛି , ପ୍ରତି ଘରେ ଘରେ ସୂଚନା ଶିକ୍ଷା ଯୋଗାଯୋଗ ପହଂଚିବା ଦରକାର।ଜନସଂଖ୍ୟା ସ୍ତିରୀକରଣ ,ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବ୍ୟବସ୍ତା କମ ହେବା ଦରକାର।ସବୁ ବର୍ଗରେ ସଚେତନତାର ଆବଶ୍ୟକତା ରହିଛି।ଗ୍ରାମାଞ୍ଚଳରେ ସରକାରଙ୍କ ସମସ୍ତ ଯୋଜନାକୁ ଅଗ୍ରାଧିକାର ଦେବା ଦରକାର ବୋଲି ପରିବାର ନିୟନ୍ତ୍ରଣ ନିର୍ଦେଶକ ସରୋଜ ନାୟକ କହିଛନ୍ତି।

Conclusion:ଜନସଂଖ୍ୟା କମାଇବା ପାଇଁ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ବହୁ ଯୋଜନା କରି ସଫଳତାର ଢୋଲ ପିଟୁଛନ୍ତି ହେଲେ ବାସ୍ତବରେ ଏହା କେତେ କାର୍ଯ୍ୟକାରୀ ହେଉଛି ଏବଂ ସରକାରୀ ଯୋଜନା ଦ୍ୱାରା ଜନସାଧାରଣ କିପରି ଭାବରେ ଉପକୃତ ହେଉଛନ୍ତି ତାହାର ସ୍ପଷ୍ଟ ଚିତ୍ର କାହାକୁ ଜଣାନାହିଁ।ସମୟ କହିବ ଆଗାମୀ ଦିନରେ ରାଜ୍ୟରେ ଜନସଂଖ୍ୟା ସନ୍ତୁଳନ କେଉଁ ରୂପ ନେଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.