ETV Bharat / city

ଖରିଫରେ ମୋଟ ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ

author img

By

Published : May 18, 2020, 8:32 PM IST

Updated : May 18, 2020, 8:42 PM IST

କୋଭିଡ-19 ସମୟରେ ଖରିଫ ଋତୁର ଖସଡା ପ୍ରସ୍ତୁତି ସହ ବାତ୍ୟା ସମୟରେ ଫସଲର ସୁରକ୍ଷା ଆଦି ବିଷୟ ନେଇ ଲୋକସେବା ଭବନରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ...

State level meeting, chaired by minister Arun Sahu, meeting held at lokseva bhavan,  preparation of kharif season, ଖରିଫ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ, ରାଜ୍ୟସ୍ତରୀୟ ବୈଠକ, କୃଷି ମନ୍ତ୍ରୀ ଅରୁଣ ସାହୁ,  ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ
ଖରିଫରେ ମୋଟ ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ

ଭୁବନେଶ୍ବର: ଚଳିତ ୨୦୨୦ ବର୍ଷର ରାଜ୍ୟରେ ଖରିଫ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରିବା ପାଇଁ ସୋମବାର ପୂର୍ବାହ୍ନରେ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ କୃଷି ବିଭାଗର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ । କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକ୍‌ଡାଉନ ପରିସ୍ଥିତିରେ କୃଷି କ୍ଷେତ୍ରକୁ କ୍ରିୟାଶୀଳ କରିବା ପାଇଁ ଉପଯୁକ୍ତ ଫସଲ ଯୋଜନା ସହ କୃଷି ସଂପ୍ରସାରଣ ଓ ସଠିକ ବଜାର ସଂଯୋଗୀକରଣ ପାଇଁ ଗୁରୁତ୍ବ ଦେଇ ଖରିଫ ଚାଷ କରିବା ପାଇଁ ମନ୍ତ୍ରୀ ସାହୁ କହିଥିଲେ ।

ରାଜ୍ୟରେ ପ୍ରାୟ ୭୦ଭାଗ ଲୋକ ଜୀବିକା ଉପାର୍ଜନ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଉପରେ ନିର୍ଭର କରୁଥିବାରୁ ଏହି ଆପାତକାଳୀନ ପରିସ୍ଥିତିରେ କୃଷି ହିଁ ଏକମାତ୍ର ଆଲୋକର ଶିଖା ରୁପେ ଦେଖାଦେଇଛି ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ଆଧାରରେ ସମସ୍ତ ପ୍ରକାରର କୃଷିକାର୍ଯ୍ୟ ଆଗେଇ ନେବା ସହିତ ଯେକୌଣସି ପ୍ରକାର ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି । ଚଳିତ ଖରିଫରେ ମୋଟ ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଖରିଫ ଋତୁରେ ଆମ ରାଜ୍ୟରେ ୬୧.୮୦ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ହୋଇଥାଏ । ସେଥମଧ୍ୟରୁ ମୁଖ୍ୟ ଫସଲ ଧାନ ୩୬.୫୦ ଲକ୍ଷ ହେକ୍ଟର ଜମିରେ କରାଯିବ । ସେହିପରି ମୁଗ, ବିରି ଓ ହରଡ଼ ଆଦି ଡାଲି ଜାତୀୟ ଫସଲ ୮ ଲକ୍ଷ ହେକ୍ଟରରେ କରାଯିବ। ରାଶି, ଚିନାବାଦାମ ଭଳି ତୈଳବୀଜ ଫସଲ ୩.୮୧ ଲକ୍ଷ ହେକ୍ଟରରେ ଚାଷ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମକା ଫସଲ ଉଚ୍ଚ ଜମିରେ ଏକ ପ୍ରମୁଖ ଫସଲ ଏବଂ ଏହା ୨.୭୦ ଲକ୍ଷ ହେକ୍ଟର ହେବା ପାଇଁ ନିର୍ଦ୍ଧାରିତ ହୋଇଛି । କପା ମଧ୍ୟ ଉଚ୍ଚ ଜମିରେ ଏକ ଲାଭଜନକ ଫସଲ ଏବଂ ଚଳିତ ବର୍ଷ ୧.୮୦ ଲକ୍ଷ ହେକ୍ଟର ଜମିରେ କପା ଚାଷ କାର୍ଯ୍ୟକ୍ରମ ରହିଛି । ସେହିଭଳି ବିଭିନ୍ନ ପନିପରିବା ଫସଲ ୫.୬୦ ଲକ୍ଷ ହେକ୍ଟରରେ ହେବାର ଲକ୍ଷ୍ୟ ରହିଛି ।

ଓଡ଼ିଶାରେ ଚଳିତ ଖରିଫ ଋତୁରେ ୪.୫୦ ଲକ୍ଷ ମେଟ୍ରିକ ଟନ, ଧାନ ଓ ୧.୦୭ ଲକ୍ଷ ମେଟ୍ରିକ ଟନ, ଅନ୍ୟାନ୍ୟ ବିହନଉତ୍ପାଦନ ଓ ଯୋଗାଣର ଲକ୍ଷ୍ୟ ରହିଛି । ଫଳ, ପନିପରିବା ଓ ଫୁଲଚାଷ ଭଳି ଅର୍ଥକାରୀ ଫସଲ ଚାଷ ପାଇଁ ଆମ ସରକାର ବିଶେଷ ବ୍ୟବସ୍ଥା କରୁଛନ୍ତି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉଭୟ ୠଣୀ ଓ ଅଣଋଣୀ କୃଷକମାନଙ୍କ ପାଇଁ ଇଚ୍ଛାଧୀନ କରାଯାଇଛି । ଚଳିତ ଖରିଫ ଋୁତୁରେ ୧୦ ଲକ୍ଷ ଅଣଋଣୀ କୃଷକଙ୍କ ସମେତ ସମୁଦାୟ ୨୫ ଲକ୍ଷ ଚାଷୀ ଓ ବୀମାଭୁକ୍ତ ଫସଲ ଆୟତନର ଶତକଡ଼ା ୪୦ ଭାଗ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଗତବର୍ଷ ଖରିଫ ଋତୁରେ ୭୩୩୦.୫୬ କୋଟି ଟଙ୍କାର କୃଷିୠଣ ୧୭ ଲକ୍ଷ ୯୧ ହଜାର ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବେଳେ ଚଳିତ ବର୍ଷ ୨୦୨୦ ଖରିଫ ଋତୁରେ ୭୫୦୦ କୋଟି ଟଙ୍କାର ଋଣଚାଷୀମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି ।

ଏହି ଅବସରରେ ଖରିଫ କାର୍ଯ୍ୟକ୍ରମ -୨୦୨୦ ପୁସ୍ତିକାକୁ ମନ୍ତ୍ରୀ ଡ଼ଃ ସାହୁ ଉନ୍ମୋଚନ କରିଥିଲେ । ବୈଠକରେ ଉନ୍ନୟନ କମିଶନର ତଥା କୃଷି ଉତ୍ପାଦନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ସୌରଭ ଗର୍ଗ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର କମିଶନର ତଥା ଶାସନ ସଚିବଭି.ଭି.ଯାଦବ, OUAT ର କୁଳପତି ଡ଼. ପବନ କୁମାର ଅଗ୍ରୱାଲ୍ , କୃଷି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌. ମୁଥୁ କୁମାର, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ କୃଷି ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 18, 2020, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.