ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ପାଇଁ ବୁଲେଟ ପ୍ରୁଫ ଗାଡି ମାଗିଲା ଗୁଇନ୍ଦା ବିଭାଗ - ମୁଖ୍ୟମନ୍ତ୍ରୀଙ୍କ ଗାଡି

ରାଜ୍ୟକୁ ବଢୁଛି ଭିଭିଆଇପିଙ୍କ ଗସ୍ତ । ହେଲେ ନାହିଁ ଆବଶ୍ୟକ ସଂଖ୍ୟକ ବୁଲେଟ ପ୍ରୁଫ ଗାଡି । ଗାଡି କିଣିବା ପାଇଁ ପୋଲିସ ଡିଜିଙ୍କୁ ଗୁଇନ୍ଦା ବିଭାଗର ଚିଠି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : Jul 31, 2019, 6:39 PM IST

ଭୁବନେଶ୍ବର: ରାଜ୍ୟକୁ ଭିଭିଆଇପି ଜେଡ ପ୍ଲସ ସୁରକ୍ଷାଧାରୀଙ୍କ ଗସ୍ତ ବଢୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ନାହିଁ ଆବଶ୍ୟକ ସଂଖ୍ୟକ ବୁଲେଟ ପ୍ରୁଫ ଗାଡି । ଯେଉଁ କିଛି ଅଛି ତାହା ବ୍ୟବହାର ଉପଯୋଗୀ ନୁହେଁ । ତେଣୁ ଅଧିକ ସଂଖ୍ୟକ ବୁଲେଟ ପ୍ରୁଫ ଗାଡି ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ ଭାବେ ଦୁଇଟି ବୁଲେଟ ପ୍ରୁଫ ଇନୋଭା କ୍ରେଷ୍ଟା ଗାଡି କିଣିବାକୁ ରାଜ୍ୟ ଗୁଇନ୍ଦା ବିଭାଗ ପୋଲିସ ଡିଜିଙ୍କୁ ଚିଠି ଲେଖିଛି ।

ଗତ 25 ତାରିଖରେ ସ୍ବତନ୍ତ ଗୁଇନ୍ଦା ଡିଜି ପୋଲିସ ଡିଜିଙ୍କୁ ଚିଠି ଲେଖି ଅଧିକ ବୁଲେଟ ପ୍ରୁଫ ଗାଡି ପାଇଁ ଅନୁରୋଧ କରିଛନ୍ତି । ଏଥିରେ କୁହାଯାଇଛି ଯେ, ରାଜ୍ୟରେ 11ଟି ବୁଲେଟ ପ୍ରୁଫ ଗାଡି ଅଛି । ସେଥିମଧ୍ୟରୁ 9ଟି ହିନ୍ଦୁସ୍ତାନ ମୋଟର୍ସର ଆମ୍ବାସଡର କାର ଓ ଗୋଟିଏ ଟାଟା ସଫାରି ଓ ଅନ୍ୟଟି ମହିନ୍ଦ୍ରା ସ୍କର୍ପିଓ । ଆମ୍ବାସଡର କାରଗୁଡିକ ଚାଲିବା ଉପଯୋଗୀ ନୁହେଁ । ଏହି ଗାଡିର ସ୍ପେୟାର ପାର୍ଟସ ବି ମିଳୁନି ।

ରାଜ୍ୟକୁ ଧୀରେ ଧୀରେ ଭିଭିଆଇପି ଓ ଜେଡ ପ୍ଲସ ସୁରକ୍ଷାଧାରୀଙ୍କ ଗସ୍ତ ବଢୁଥିବା ବେଳେ ସ୍କର୍ପିଓ ଓ ସଫାରି ଗାଡିର ବ୍ୟବହାର ହେଉଛି । ଅତ୍ୟଧିକ ବ୍ୟବହାର ଯୋଗୁଁ ସଫାରି ଓ ସ୍କର୍ପିଓରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି । ଏହିଦୃଷ୍ଟିରୁ ନୂଆ ବୁଲେଟ ପ୍ରୁଫ ଗାଡି କିଣିବାକୁ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି ଅନୁରୋଧ କରିଛନ୍ତି । ଏଥିସହ ସଡକ ପଥରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ମଧ୍ୟ ଦୁଇଟି ଇନୋଭା କ୍ରେଷ୍ଟା ଗାଡି ମଗାଯାଇଛି ।

ଏହା ପୂର୍ବରୁ ମଧ୍ୟ ଗୁଇନ୍ଦା ବିଭାଗ ପୋଲିସ ଡିଜିଙ୍କୁ ଦୁଇଥର ଚିଠି ଲେଖିଥିଲା । ଭିଭିଆଇପି ଓ ଜେଡ ପ୍ଲସ ସୁରକ୍ଷାଧାରୀଙ୍କ ପାଇଁ ନୂଆ ବୁଲେଟ ପ୍ରୁଫ ଗାଡି କିଣିବାକୁ ଗତ 2017 ନଭେମ୍ବର 30 ତାରିଖ ଓ 2018 ଏପ୍ରିଲ 17 ତାରିଖରେ ଚିଠି ଲେଖାଯାଇଥିଲା ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

ମୁଖ୍ୟମନ୍ତ୍ରୀଙ୍କ ପାଇଁ ବୁଲେଟ ପ୍ରୁଫ ଗାଡି ମାଗିଲା ଗୁଇନ୍ଦା ବିଭାଗ

ଭୁବନେଶ୍ୱର () ରାଜ୍ୟକୁ ଭିଭିଆଇପି ଜେଡ ପ୍ଲସ ସୁରକ୍ଷାଧାରୀଙ୍କ ଗସ୍ତ ବଢୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ବୁଲେଟ ପ୍ରୁଫ ଗାଡି ନାହିଁ।  ଯେଉଁ କିଛି ଅଛି ତାହା ବ୍ୟବହାର ଉପଯୋଗୀ ନୁହେଁ । ତେଣୁ ଅଧିକ ସଂଖ୍ୟକ ବୁଲେଟ ପ୍ରୁଫ ଗାଡି ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଦୁଇଟି ବୁଲେଟ ପ୍ରୁଫ ଇନୋଭା କ୍ରେଷ୍ଟା ଗାଡି କିଣିବାକୁ ରାଜ୍ୟ ଗୁଇନ୍ଦା ବିଭାଗ ପୋଲିସ ଡିଜିଙ୍କୁ ଚିଠି ଲେଖିଛି । 

ଗତ 25 ତାରିଖରେ ସ୍ୱତନ୍ତ୍ର ଗୋଇନ୍ଦା ଡିଜି ପୋଲିସ ଡିଜିଙ୍କୁ ଚିଠି ଲେଖି ଅଧିକ ବୁଲେଟ ପ୍ରୁଫ ଗାଡି ପାଇଁ ଅନୁରୋଧ କରିଛନ୍ତି । ଏଥିରେ କୁହାଯାଇଛି ଯେ, ରାଜ୍ୟରେ 11ଟି ବୁଲେଟ ପ୍ରୁଫ ଗାଡି ଅଛି । ସେ ମଧ୍ୟରୁ 9ଟି ହିନ୍ଦୁସ୍ତାନ ମୋଟର୍ସର ଆମ୍ବାସଡର କାର ଓ ଗୋଟିଏ ଟାଟା ସଫାରି ଓ ଅନ୍ୟଟି ମହିନ୍ଦ୍ରା ସ୍କର୍ପିଓ । ଆମ୍ବାସଡର କାରଗୁଡିକ ଚାଲିବା ଉପଯୋଗୀ ନୁହେଁ । ଏହି ଗାଡିର ସ୍ପେୟାର ପାର୍ଟସ ବି ମିଳୁନି । ରାଜ୍ୟକୁ ଧୀରେ ଧୀରେ ଭିଭିଆଇପି ଓ ଜେଡ ପ୍ଲସ ସୁରକ୍ଷାଧାରୀଙ୍କ ଗସ୍ତ ବଢୁଥିବା ବେଳେ ସ୍କର୍ପିଓ ଓ ସଫାରି ଗାଡିର ବ୍ୟବହାର ହେଉଛି । 

ଅତ୍ୟଧିକ ବ୍ୟବହାର ଯୋଗୁ ସଫାରି ଓ ସ୍କର୍ପିଓରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି । ଏହିଦୃଷ୍ଟିରୁ ନୂଆ ବୁଲେଟ ପ୍ରୁଫ ଗାଡି କିଣିବାକୁ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ଅନୁରୋଧ କରିଛନ୍ତି । ଏଥିସହ ସଡକ ପଥରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ମଧ୍ୟ ଦୁଇଟି ଇନୋଭା କ୍ରେଷ୍ଟା ଗାଡି ମଗାଯାଇଛି । 

ଏହା ପୂର୍ବରୁ ମଧ୍ୟ ଗୁଇନ୍ଦା ବିଭାଗ ପୋଲିସ ଡିଜିଙ୍କୁ ଦୁଇଥର ଚିଠି ଲେଖାଯାଇଥିଲା । ଭିଭିଆଇପି ଓ ଜେଡ ପ୍ଲସ ସୁରକ୍ଷାଧାରୀଙ୍କ ପାଇଁ ନୂଆ ବୁଲେଟ ପ୍ରୁଫ ଗାଡି କିଣିବାକୁ ଗତ 2017 ନଭେମ୍ବର 30 ତାରିଖ ଓ 2018 ଏପ୍ରିଲ 17 ତାରିଖରେ ଚିଠି ଲେଖାଯାଇଥିଲା । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.