ETV Bharat / city

ସଂଶୋଧିତ ହେଲା ସର୍ବନିମ୍ନ ଶ୍ରମିକ ମଜୁରୀ - ଜୁରୀ ପରାମର୍ଶଦାତା ବୋର୍ଡ

ସର୍ବନିମ୍ନ ଶ୍ରମିକ ମଜୁରୀ ସଂଶୋଧନ କଲେ ରାଜ୍ୟ ସରକାର । ୪ ଟଙ୍କା ବଢିଲା ଶ୍ରମିକଙ୍କ ଦୈନିକ ମହଙ୍ଗା ଭତ୍ତା । ଅଧିକ ପଢନ୍ତୁ...

ସଂଶୋଧିତ ହେଲା ସର୍ବନିମ୍ନ ଶ୍ରମିକ ମଜୁରୀ
ସଂଶୋଧିତ ହେଲା ସର୍ବନିମ୍ନ ଶ୍ରମିକ ମଜୁରୀ
author img

By

Published : Nov 3, 2021, 7:06 AM IST

ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଅକ୍ଟୋବର ପହିଲାରୁ ପିଛିଲା ଭାବେ ସର୍ବନିମ୍ନ ମଜୁରୀର ସଂଶୋଧନ କରିଛନ୍ତି ସରକାର । ଏହାଦ୍ବାରା ରାଜ୍ୟର ୮୯ଟି ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ସର୍ବାଧିକ କୁଶଳୀ ଶ୍ରମିକ ଉପକୃତ ହେବେ । ଏନେଇ ରାଜ୍ୟ ଶ୍ରମ କମିଶନର ଡକ୍ଟର ଏନ ଥିରୁମାଲା ନାୟକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ୫୨ତମ ବୈଠକରେ ସବୁ ବର୍ଗର ଶ୍ରମିକଙ୍କ ଦୈନିକ ମହଙ୍ଗା ଭତ୍ତା ୪ଟଙ୍କା ବୃଦ୍ଧି ନିମନ୍ତେ ନିଷ୍ପତ୍ତି ହୋଇଛି । ଶ୍ରମ କମିଶନର ଏନ୍ ଥିରୁମାଳା ନାଏକ ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ସର୍ବନିମ୍ନ ମଜୁରୀ ହାର ସହିତ ୧ ଅକ୍ଟୋବର, ୨୦୨୧ରୁ ଏହା ଲାଗୁ କରାଯିବ ବୋଲି ଶ୍ରମ କମିଶନରଙ୍କ ବିଜ୍ଞପ୍ତିରେ କୁହାଯାଇଛି ।

ଏହି ବର୍ଦ୍ଧିତ ଭତ୍ତା ଲାଗୁ ହେବାପରେ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୧୫ଟଙ୍କା, ଅର୍ଦ୍ଧକୁଶଳୀଙ୍କର ୩୫୫ଟଙ୍କା, କୁଶଳୀଙ୍କ ୪୦୫ ଟଙ୍କା ଓ ଉଚ୍ଚକୁଶଳୀଙ୍କ ମଜୁରୀ ୪୬୫ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ମଜୁରୀର ଫାଇଦା ହୋଟେଲ, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ରେଷ୍ଟୁରାଣ୍ଟ, ସିନେମା ହଲ ଓ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନ ଆଦିରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ମିଳିବ ।

ଚଳିତ ବର୍ଷ ଏପ୍ରିଲ ପହିଲାରେ ଶେଷଥର ପାଇଁ ଶ୍ରମିକମାନଙ୍କ ଦୈନିକ ମହଙ୍ଗା ଭତ୍ତା ସଂଶୋଧନ ହୋଇଥିଲା । ଶ୍ରମିକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ପ୍ରତି ଛଅ ମାସରେ ସଂଶୋଧିତ ହେଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.