ETV Bharat / city

'କୋଭିଡରୁ ସୁସ୍ଥ ପରେ ବି ରୋଗୀଙ୍କୁ କିଛି ଅସୁବିଧା ହୋଇପାରେ'

author img

By

Published : Nov 3, 2020, 9:19 PM IST

କୋଭିଡରୁ ଚିକିତ୍ସା ହେବା ପରେ ଅନେକ ସମୟରେ ଅସୁବିଧା ହେବାର ଦେଖାଯାଇଛି । ତେବେ କୋଭିଡ ଚିକିତ୍ସାର ପରବର୍ତ୍ତୀ ଅବସ୍ଥାକୁ ନେଇ ଅଧିକ ଆଲୋଚନା କରିଛନ୍ତି ଏସସିବିର ଭେଷଜ ବିଭାଗର ମୁଖ୍ୟ ଡଃ ଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ ...

କୋଭିଡର ପରବର୍ତ୍ତୀ ଚିକିତ୍ସାକୁ ବିଶେଷଜ୍ଞ ଜରୁରୀ ମତାମତ

ଭୁବନେଶ୍ବର: କୋଭିଡରୁ ଚିକିତ୍ସା ହେବା ପରେ ଅନେକ ସମୟରେ ଅସୁବିଧା ହେବାର ଦେଖାଯାଇଛି । କୋଭିଡରୁ ସୁସ୍ଥ ହେବା ପରେ ରୋଗୀଙ୍କୁ ଅନେକ ମାତ୍ରାରେ ଅସୁବିଧା ହୋଇପାରେ । ସୁସ୍ଥ ହେଲା ପରେ ରୋଗୀଙ୍କୁ ଦୁର୍ବଳ ଅନୁଭବ ହୁଏ । ଏବଂ କୋଭିଡ ହେଲା ପରେ ପୁନଃସଂକ୍ରମଣ ହେବାର ସମ୍ଭାବନା କମ ରହିଛି ।

ଯେଉଁମାନେ କୋଭିଡ ଚିକିତ୍ସା ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଏହାର ପରବର୍ତ୍ତୀ ସମୟରେ କିଭଳି ଅସୁବିଧା ହୋଇପାରେ ସେନେଇ ଆଲୋଚନା କରିଛନ୍ତି ଏସସିବିର ଭେଷଜ ବିଭାଗର ମୁଖ୍ୟ ଡଃ ଜୟନ୍ତ ପଣ୍ଡା । କୋଭିଡରୁ ପରବର୍ତ୍ତୀ ସମୟରେ ଦୁର୍ବଳତାରୁ ଦେହ ହାତ ବିନ୍ଧାହୁଏ, ମୁଣ୍ଡ ବିନ୍ଧା ହୁଏ । ଛାତି ରୋଗରେ ଆକ୍ରାନ୍ତ ଓ ହୃଦରୋଗ ଥିବା ବ୍ୟକ୍ତିଙ୍କୁ ଅଧିକ ଅସୁବିଧା ହୋଇଥାଏ । ଏହାପରେ ଲୋକଙ୍କର ଭୋକ କମିଯାଏ । ଖାଇବାକୁ ଇଛା ହୁଏ ନାହିଁ ।

ସାଧାରଣତଃ ଭାବରେ କେଉଁ ମାନଙ୍କର ଏସବୁ ଅସୁବିଧା ହୁଏ ଜାଣିବା-

କୋଭିଡ ସମୟରେ 80 ପ୍ରତିଶତ ଲୋକଙ୍କ ଦେହରେ ଲକ୍ଷଣ ନଥାଏ । 15 ପ୍ରତିଶତଙ୍କ ବ୍ୟକ୍ତିଙ୍କ ଦେହରେ ମାଧ୍ୟମ ଲକ୍ଷଣ ଥାଏ ଏବଂ 5 ପ୍ରତିଶତ ଲୋକଙ୍କ ଦେହ ଗୁରୁତର ଅବସ୍ଥା ହୋଇଥାଏ । କେବଳ ଅକ୍ସିଜେନ 20 ଶତକଡା ସାଧାରଣ ଭାବରେ ଅସୁବିଧା ହୋଇଥାଏ । ଡାଇବେଟିସ, ହୃଦରୋଗ, ଶ୍ୱାସରୋଗ, କ୍ୟାନ୍ସର ରୋଗୀଙ୍କ ପାଇଁ ଅତ୍ୟଧିକ ଅସୁବିଧା ହେବାର ସମ୍ଭାବନା ରହିଛି ।

କୋଭିଡରୁ ସୁସ୍ଥ ହେବା ପରେ କଣ ସାବଧାନତା ଅବଲମ୍ବନ କରିବେ-

କୋଭିଡ ପରେ ଜଣେ ଲୋକ ପୁଷ୍ଟିକର ଖାଦ୍ୟ, ଗରମ ପାଣି ପିଇବା, ବ୍ୟାୟାମ କରିବା ମାନସିକ ବିକାର ଗ୍ରସ୍ତରୁ ଦୁରେଇ ରହିବା ଉଚିତ୍ । ସାଙ୍ଗସାଥି ମାନଙ୍କ ସହ ସମୟ ବିତାଇବା, ଲକ୍ଷଣ ନଜରକୁ ଆସିଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

କୋଭିଡରୁ ସୁସ୍ଥ ହେବା ପରେ ପୁନଃ ସଂକ୍ରମଣ ହୋଇପାରେ କି-

କୋଭିଡରେ ଅନେକ ସାମାନ୍ୟ ସଂକ୍ରମଣ ହୋଇଥାନ୍ତି । ସମଗ୍ର ପୃଥିବୀରେ ଏହି ପରିସ୍ଥିତି ଦେଖାଯାଇଛି । ଯାହା ପୁନଃ ସଂକ୍ରମଣ ଉପରେ ଅନେକଙ୍କର ଭୟ ରହିଛି । ତେବେ ପୃଥିବୀରେ ଏପରି 5 ଜଣଙ୍କ ଦେହରେ ପୁନଃ ସଂକ୍ରମଣ ନଜରରେ ଆସିଛି । ଭାରତରେ 2 ଜଣ କୋଭିଡ ଦ୍ୱାରା ପୁନଃ ସଂକ୍ରମଣ ହୋଇଛନ୍ତି । ଅହମ୍ମଦାବାଦ ଓ ଦିଲ୍ଲୀରେ ଦୁଇ ଜଣଙ୍କର ଦେହରେ ପୁନଃ ସଂକ୍ରମଣ ଦେଖାଯାଇଛି । ଏହାର କାରଣ ସାଧାରଣତଃ ଭାବରେ ଏମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ସହ ପୁନଃ ସଂକ୍ରମଣ ପାଇଁ ଭୟଭୀତ ହେବା ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ।

ରୋଗର ପରବର୍ତ୍ତୀ ଲକ୍ଷଣ-

ଯଦି ଜଣଙ୍କର କାଶ ଅଛି ବା ଧଇଁସଇଁ ଲାଗୁଛି ତେବେ ଆଣ୍ଟିବାୟୋଟିକ ଷ୍ଟିରେଡ଼ ନେବା ଆବଶ୍ୟକ । ସଠିକ ଚିକିତ୍ସା ନେଇ ସେହି ରୋଗକୁ ନିୟନ୍ତ୍ରଣ କରିବା ଉଚିତ । ଏହାକୁ ନେଇ ଭିଟାମିଟ ଡ଼ି, ସି, ବି ଖାଇବା ଉଚିତ । ତେବେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ସୀମିତ ଆୟ ଭିତରେ କୋଭିଡରୁ ଦୂରେଇ ରହୁଥିବା ଖାଦ୍ୟ ଖାଇବା ଉଚିତ । ଯାହା ଡାଲି, ଚଣା, ଶାଗ, ମିଳ୍କ ପ୍ରଡକ୍ଟ ଖାଇପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.