ETV Bharat / city

ଗ୍ଲୋବାଲ ଟେଣ୍ଡରକୁ ବିଧିବଦ୍ଧ ଭାବେ ରଦ୍ଦ କଲେ ରାଜ୍ୟ ସରକାର - ଗ୍ଲୋବାଲ ଟେଣ୍ଡରକୁ ରଦ୍ଦ କଲେ ରାଜ୍ୟ ସରକାର

ପ୍ରଧାନମନ୍ତ୍ରୀଙ୍କ ମାଗଣା ଟିକା ଘୋଷଣା ପରେ ଗ୍ଲୋବାଲ ଟେଣ୍ଡରକୁ ସମ୍ପୂର୍ଣ୍ଣ ବାତିଲ କଲେ ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ...

odisha State govt, govt declares withdrawal of global tender, global tendor for vaccine, ଗ୍ଲୋବାଲ ଟେଣ୍ଡର ରଦ୍ଦ, ଗ୍ଲୋବାଲ ଟେଣ୍ଡରକୁ ରଦ୍ଦ କଲେ ରାଜ୍ୟ ସରକାର,  ଗ୍ଲୋବାଲ ଟେଣ୍ଡରକୁ ସମ୍ପୂର୍ଣ୍ଣ ବାତିଲ
ଗ୍ଲୋବାଲ ଟେଣ୍ଡରକୁ ବିଧିବଦ୍ଧ ଭାବେ ରଦ୍ଦ କଲେ ରାଜ୍ୟ ସରକାର
author img

By

Published : Jun 24, 2021, 6:32 AM IST

ଭୁବନେଶ୍ବର: ଟିକା ପାଇଁ ଗ୍ଲୋବାଲ ଟେଣ୍ଡରକୁ ସମ୍ପୂର୍ଣ୍ଣ ବାତିଲ କଲେ ରାଜ୍ୟ ସରକାର । ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପରିମାଣରେ ଟୀକା ମିଳୁଥିବା ଯୋଗୁଁ ରାଜ୍ୟ ଓହରିଥିବା ଜଣାପଡିଛି । ଏନେଇ ବୁଧବାର ଔଷଧ ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

odisha State govt, govt declares withdrawal of global tender, global tendor for vaccine, ଗ୍ଲୋବାଲ ଟେଣ୍ଡର ରଦ୍ଦ, ଗ୍ଲୋବାଲ ଟେଣ୍ଡରକୁ ରଦ୍ଦ କଲେ ରାଜ୍ୟ ସରକାର,  ଗ୍ଲୋବାଲ ଟେଣ୍ଡରକୁ ସମ୍ପୂର୍ଣ୍ଣ ବାତିଲ
ଗ୍ଲୋବାଲ ଟେଣ୍ଡରକୁ ବିଧିବଦ୍ଧ ଭାବେ ରଦ୍ଦ କଲେ ରାଜ୍ୟ ସରକାର

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମାଗଣା ଟିକା ଘୋଷଣା କରିବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆକଳନ କରାଯାଉଥିଲା । ହେଲେ ବୁଧବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଟିକା ଅଭାବକୁ ଦୂର କରିବାକୁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କିଣିବାକୁ ନିଷ୍ପତ୍ତି ନେଇଥିଲେ । ମେ 14 ତାରିଖରେ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡରିଂ ପାଇଁ ଆହ୍ବାନ କରିଥିଲେ ।

ଟେଣ୍ଡର ହେବାର ଦୀର୍ଘ ଦିନ ପରେ ମଧ୍ୟ ଟିକା ଉତ୍ପାଦନକାରୀ କମ୍ପାନୀ ସାମିଲ ହୋଇନଥିଲେ । ତେଣୁ ଜୁନ୍ 4 ତାରିଖ ପର୍ଯ୍ୟନ୍ତ ଗ୍ଲୋବାଲ ଟେଣ୍ଡର ସମୟସୀମା ବୃଦ୍ଧି କରିଥିଲେ ସରକାର । ଏହାପରେ ଟିକା କିଣିବା ନେଇ ରାଜ୍ୟ ସରକାରଙ୍କୁ ୨ଟି ଆବେଦନ ମିଳିଥିଲା । ତେବେ ଦେଶବାସୀଙ୍କୁ ମାଗଣା ଟିକା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସେଥିପାଇଁ ଗ୍ଲୋବାଲ ଟେଣ୍ଡରର କୌଣସି ଆବଶ୍ୟକତା ନାହିଁ ବୋଲି ଏହାକୁ ବାତିଲ୍ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.