ETV Bharat / city

କୋଷ୍ଟାଲ ହାଇଓ୍ଵେ ପ୍ରକଳ୍ପକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

author img

By

Published : Dec 5, 2019, 2:25 PM IST

କୋଷ୍ଟାଲ ହାଇଓ୍ଵେ ପ୍ରକଳ୍ପକୁ ଦୀର୍ଘ ଦୁଇ ବର୍ଷ ପରେ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।

bhubaneswar
ଫାଇଲ ଫଟୋ

ଭୁବନେଶ୍ବର: କୋଷ୍ଟାଲ ହାଇଓ୍ଵେକୁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗିନାଲ। ପ୍ରାୟ ଦୁଇ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଲୁଚାଛପା ପରେ ଏବେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସାତପଡାରୁ ଦୀଘା ଏବଂ ଗୋପାଳପୁରରୁ ରତନପୁର କାମ ଆରମ୍ଭ କରିବାକୁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯେଉଁ ଡିଜାଇନ କରିଛନ୍ତି ସେହି ଅନୁସାରେ ଏହି ହାଇଓ୍ଵେ ନିର୍ମାଣ କରାଯିବ । ରାସ୍ତା ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆବେଦନ କରିବା ପାଇଁ ରାଜ୍ୟ ସରକାର କହିଛନ୍ତି । ତେବେ ଗୋପାଳପୁରରୁ ରତନପୁର ଏବଂ ବାସୁଦେବପୁରରୁ ଦୀଘା ରାସ୍ତା ଯାହା ଚିଲିକା ହ୍ରଦ ଏବଂ ଅନ୍ୟ ଇକୋ ସେସସିଟିଭ ଜୋନ ଦେଇଯାଇଛି ସେ ବିଷୟରେ ପରିବେଶ ମନ୍ତ୍ରଣାଳୟ ସହ ଆଲୋଚନା ହୋଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହା ଉପରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି । କୋଷ୍ଟାଲ ହାଇଓ୍ଵେ ହେଲେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ବ୍ୟବସାୟ ବୃଦ୍ଧିପାଇବ ବୋଲି ବିଜେଡି କହିଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କ ବିଳମ୍ବିତ ନିଷ୍ପତ୍ତିକୁ ନେଇ ଭର୍ତ୍ସନା କରିଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:କୋଷ୍ଠାଲ ହାଇଓ୍ଵେ କୁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗିନାଲ। ପ୍ରାୟ ଦୁଇ ବର୍ଷ ଧରି ରାଜ୍ୟ କେନ୍ଦ୍ର ମଧ୍ୟରେ ଲୁଚାଛପା ପରେ ଏବେ ଏହି ପ୍ରକଳ୍ପ କୁ ମଞ୍ଜୁରୀ ମିଳିଛି ।ଏବେ ଗୋପାଳପୁର ରୁ ଦିଘା ଯାଏଁ ହେବାକୁ ଥିବା କୋଷ୍ଠାଲ ହାଇଓ୍ଵେ ପାଇଁ ବାଟ ଫିଠିଛି । ସାତପଡା ରୁ ଦିଘା ଏବଂ ଗୋପାଳପୁର ରୁ ରତନପୁର କାମ ଆରମ୍ଭ କରିବାକୁ ଏନଏଚଏଆଇ କୁ ନିର୍ଦେଶ ଦିଆଯାଇଛି ।
Body:ରାସ୍ତା ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁମତି ପାଇଁ ଜାତୀୟ ରାଜପଥ କତୃପକ୍ଷ ଆବେଦନ କରିବା ପାଇଁ ରାଜ୍ୟ ସରକାର କହିଛନ୍ତି ।ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।ଜାତୀୟ ରାଜପଥ କତୃପକ୍ଷ ଯେଉଁ ଡିଜାଇନ କରିଛନ୍ତି ସେହି ଅନୁସାରେ ରାସ୍ତା ନିର୍ମାଣକରାଯିବ କୋଷ୍ଠାଲ ହାଇଓ୍ଵେ ।
ତେବେ ଗୋପାଳପୁର ରୁ ରତନପୁର ଏବଂ ବାସୁଦେବପୁର ରୁ ଦିଘା ରାସ୍ତା ଯାହା ଚିଲିକା ହ୍ରଦ ଏବଂ ଅନ୍ୟ ଇକୋ ସେସ୍ନଟିଭି ଜୋନ ଦେଇଯାଇଛି ସେ ବିଷୟରେ ପରିବେଶ ମନ୍ତ୍ରଣାଳୟ ସହ ଆଲୋଚନା ହୋଇ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଛି । Conclusion:ଏହା ଉପରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି ,ବିଜେଡି କହିଛି କୋଷ୍ଠାଲ ହାଇଓ୍ଵେ ହେଲେ ରାଜ୍ୟ କୁ ବିଦେଶୀ ପର୍ଯ୍ୟଟକ ଙ୍କ ସଂଖ୍ୟା ବଢ଼ିବା ସହ ବେପାର ବଢିବ ।
ବିଜେପି ରାଜ୍ୟ ସରକାରଙ୍କ ବିଳମ୍ବିତ ନିଷ୍ପତ୍ତି କୁ ପ୍ରଶ୍ନ ଉଠାଈଛି ।ସମାନ କାମ କଲେ ହେଲେ ବିଳମ୍ବ କୁ ନେଇ ଭର୍ତ୍ସନା କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.