ETV Bharat / city

ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାରି ହେଲା ନୂଆ କଟକଣା

author img

By

Published : Jul 7, 2020, 9:47 PM IST

ଜାରି ହୋଇଥିବା ନୂଆ କଟକଣା ଅନୁଯାୟୀ ଆଗାମୀ ଦିନରେ ସମସ୍ତ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜନ କରାହେବ । ଦେଶ ବାହାରକୁ ଯାତ୍ରା ଉପରେ କଟକଣା, ବିମାନରେ ବିଜିନେସ କ୍ଲାସ ଯାତ୍ରା ରବ୍ଦ ହେବା ସହ ବଡ ବଡ ବାବୁମାନେ ଟ୍ରେନରେ କ୍ଲାସ 1 ଏସିରେ ଯାତ୍ରା କରିପାରିବେ ନାହିଁ । ଅଧିକ ପଢନ୍ତୁ...

corona situation in odisha, corona fight in odisha, latest announcement of state government, new restriction list from state governemtn, new restrictions in odisha, ଓଡିଶାରେ କୋରୋନା ସ୍ଥିତି, ଓଡିଶାରେ କୋରୋନା ମୁକାବିଲା, ରାଜ୍ୟ ସରକାରଙ୍କ ଲାଟେଷ୍ଟ ଘୋଷଣା, ରାଜ୍ୟ ସରକାରଙ୍କ ନୂଆ କଟକଣା, ଓଡିଶାରେ ନୂଆ କଟକଣା
ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାରି ହେଲା ନୂଆ କଟକଣା

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣରୁ ମୁକ୍ତି ପାଇଁ ରାଜ୍ୟ ସରକାର ନେଇଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏନେଇ ରାଜ୍ୟରେ ଲାଗୁ ରହିଥିବା କୋରୋନା କଟକଣାରେ ଯୋଡି ହୋଇଛି ଆଉ ଗୋଟିଏ ନୂଆ ନିୟମ । ମଙ୍ଗଳବାର ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏନେଇ ସ୍ପଷ୍ଟ କରାଯାଇଛି । ଏଥିରେ ସ୍ପଷ୍ଟ କରାଯାଇଛି କି ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ନୂଆ ଯାନ କିଣା ଉପରେ କଟକଣା ରହିବ। କେବଳ ସେତିକି ନୁହେଁ ଅଫିସିଆଲ ଟୁର ଓ ଯାତ୍ରା ଯଥା ସମ୍ଭବ ଏଡାଇବାରୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି ।

ସୂଚନା ଅନୁଯାୟୀ ଜାରି ହୋଇଥିବା ନୂଆ କଟକଣା ଅନୁଯାୟୀ ଆଗାମୀ ଦିନରେ ସମସ୍ତ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜନ କରାହେବ । ଦେଶ ବାହାରକୁ ଯାତ୍ରା ଉପରେ କଟକଣା, ବିମାନରେ ବିଜିନେସ କ୍ଲାସ ଯାତ୍ରା ରବ୍ଦ ହେବା ସହ ବଡ ବଡ ବାବୁମାନେ ଟ୍ରେନରେ କ୍ଲାସ 1 ଏସିରେ ଯାତ୍ରା କରିପାରିବେ ନାହିଁ । ତେବେ ଆବଶ୍ୟକତାକୁ ନଜରରେ ରଖି ନୂଆ ଯାନ ଭଡାରେ ଆଣିବା ପାଇଁ ବିକଳ୍ପ ପନ୍ଥା ସରକାର ଚିନ୍ତା କରୁଥିବା ମଧ୍ୟ ଜଣା ପଡିଛି ।

ରାଜ୍ୟରେ ଓଡିଶା ଭବନ ବା କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ କୌଣସି ହୋଟେଲ ରହଣୀ ଉପରେ କଟକଣା ଲାଗୁ କରାଯାଇଛି । ଯଦି ଏହି ସ୍ଥାନ ଖାଲି ନଥାଏ ତେବେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ସହର ପାଇଁ ସରକାର ହୋଟେଲ ଦେୟ ଦେବେ । କୌଣିସ ନୂଆ ଉପକରଣ କ୍ରୟ ଉପରେ କଟକଣା । କେବଳ ମେଡିକାଲ ସାମଗ୍ରୀ, ଆଭ୍ୟନ୍ତରୀଣ ସୁରକ୍ଷା, ଡିଜିଟାଇଜେସନ ପାଇଁ ଉପକରଣ କିଣାରେ ଅନୁମତି ରହିଛି । ପୁନଃନିର୍ମାଣ ଓ ମଡେଲିଂ ଉପରେ ରୋକ ସହ ଆସବାବପତ୍ର କ୍ରୟ ଉପରେ ମଧ୍ୟ ରୋକ ଲଗାଇଛନ୍ତି ସରକାର ।

ହୋଟେଲ ମିଟିଂ, କର୍ମଶାଳା, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସରକାରୀ ଅର୍ଥରେ ହେବ ନାହିଁ । ହୋଟେଲରେ ଭିଡ଼ିଓ କନଫରେନ୍ସିଂ ବି ହେବ ନାହିଁ । କର୍ମଚାରୀମାନେ ଦୀର୍ଘକାଳୀନ ଅଗ୍ରୀମ ଅର୍ଥ ନେଇ ପାରିବେନି । LTC ବାବଦ ଅର୍ଥ ଦୁଇ ବର୍ଷ ଯାଏଁ ନେଇ ପାରିବେନାହିଁ। କାଗଜ ବ୍ୟବହାର ଉପରେ ମଧ୍ୟ ରୋକ ଲଗାଇଛନ୍ତି ସରକାର । ଏହା ବଦଳରେ OSWAS ଜରିଆରେ ସମସ୍ତ କାର୍ଯ୍ୟ ହେବା ପାଇଁ ଯୋଜନା କରାଯାଇଛି । ନୂଆ ପଦବୀ ସୃଷ୍ଟି ଉପରେ ମଧ୍ୟ ସାମୟିକ ରୋକ ଲଗାଇଛନ୍ତି ସରକାର । ଆବଶ୍ୟକ ପଡ଼ିଲେ ସ୍ବାସ୍ଥ୍ୟ ବିଭାଗରେ ଏହି ନିୟମ ଲାଗୁ ହେବା ନେଇ ବିଜ୍ଞପ୍ତିରେ ଇଙ୍ଗିତ କରାଯାଇଛି ।

ଯଦି କେଉଁଠି ଦରକାର ହୁଏ ତେବେ ସମାନ୍ତରାଳ ପଦ ହଟାଇ ନୂଆ ନିଯୁକ୍ତି ଦିଆଯିବ। ଏହାଦ୍ବାରା ଗତ 5 ବର୍ଷ ଧରି ଖାଲି ପଡିଥିବା ପଦବୀ ଆପେ ଆପେ ହଟିଯିବ। ସବୁ ବିଭାଗ ଏନେଇ ଜୁଲାଇ 31 ସୁଦ୍ଧା ରିପୋର୍ଟ ଦେବେ। ସେପଟେ ନୂଆ କନସଲଟାଣ୍ଟ, ଆଉଟ ସୋର୍ସିଂ, ଅବସର କର୍ମଚାରୀ ନିଯୁକ୍ତି ଉପରେ ରୋକ ଲାଗିଛି । ନୂଆ ରାଜ୍ୟ ଯୋଜନାରେ କୌଣସି କାର୍ଯ୍ୟକ୍ରମ ହାତକୁ ନିଆୟିବ ନାହିଁ । କେବଳ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏଥିପାଇଁ ଅନୁମତି ଦିଆଯାଇଛି ।

ଚଳିତ ଆର୍ଥିକବର୍ଷ ପାଇଁ ରାଜ୍ୟ ଯୋଜନା ବାବଦ ଅର୍ଥ ଖର୍ଚ୍ଚ ଉପରେ ରୋକ ଲାଗିଛି । କୃଷି, ଜୀବିକା, କୋଭିଡ ସଂକ୍ରାନ୍ତରେ ଯୋଜନା ବାଦ ଅନ୍ୟ ସମସ୍ତ ଖର୍ଚ୍ଚ ଉପରେ ରୋକ ଲଗାଯାଇଛି । ଅପରେସନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଅର୍ଥ ବିଭାଗ ଅନୁମୋଦନ ପରେ ହିଁ ଖର୍ଚ୍ଚ ହେବ। ପ୍ରଶାସନିକ ଖର୍ଚ୍ଚ 1 ପ୍ରତିଶତ ମଧ୍ୟରେ ରଖିବାକୁ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଯୋଜନାର ମନିଟରିଂ ପାଇଁ ନିଯୁକ୍ତ ମାନବ ସମ୍ବଳ ଦରମା ଦେବା ଅବସ୍ଥାରେ ବର୍ତ୍ତମାନ ସରକାର ନଥିବା ମଧ୍ୟ ଏହି ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି । ତେଣୁ ସରକାରୀ କାର୍ଯ୍ୟାଳୟ ମରାମତି ପାଇଁ 5 ଲକ୍ଷରୁ ଅଧିକ, ସରକାରୀ କ୍ବାର୍ଟର ମରାମତି 2 ଲକ୍ଷରୁ ଅଧିକ ହେଲେ ସରକାରୀ ଅନୁମତି ନେବାକୁ ହେବ।

ପ୍ରତିମୂର୍ତ୍ତି, ପାର୍କ, ସାଧାରଣ ସ୍ଥାନ ସୌନ୍ଦର୍ଯ୍ୟିକରଣ ହେବ ନାହିଁ । ନୂଆ ଟେଣ୍ଡର ହେବ ନାହିଁ କି ନୂଆ ସାମଗ୍ରୀ ମଧ୍ୟ କିଣା ହେବନାହିଁ । ଜରୁରୀକାଳୀନ ସ୍ଥିତିରେ ନୂଆ ଟେଣ୍ଡର ହୋଇପାରେ। ଯଦି କୌଣସି କାର୍ଯ୍ୟ ପାଇଁ ଟେଣ୍ଡର ଡକାଯାଇଛି ଏହାର ସମୀକ୍ଷା କରାଯିବ। ଜରୁରୀ ଥିଲେ ଅନୁମୋଦନ ମିଳିବ। ବାକି ସବୁ ବାତିଲ ହେବ। କେନ୍ଦ୍ରୀୟ ଅନୁଦାନ ମିଳିବା ପରେ ଯାଇ ଯୋଜନା କାମ ଆଗେଇବ। ରାଜ୍ୟ ସରକାର ନିଜସ୍ବ ଯୋଜନାରୁ ଏହା ଖର୍ଚ୍ଚ କରିବେନାହିଁ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.