ETV Bharat / city

ବିଶ୍ୱ ପର୍ଯ୍ୟଟନରେ ସାମିଲ ହେବ ଓଡିଶା, ଅଣ୍ଟା ଭିଡିଲେ ରାଜ୍ୟ ସରକାର - world tourism

ରାଜ୍ୟରେ ହୋଟେଲ ଶିଳ୍ପର ବିକାଶ ପାଇଁ ଏକମାତ୍ର ଭରସା ପର୍ଯ୍ୟଟନ ଶିଳ୍ପର ବିକାଶ । ଏହି ବିକାଶ ପାଇଁ ବିଜ୍ଞାପନ ନୁହେଁ ଭିତ୍ତିଭୂମିର ଆବଶ୍ୟକ ରହିଛି । ଆଉ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ..

ବିଶ୍ୱ ପର୍ଯ୍ୟଟନରେ ଓଡିଶାକୁ ସାମିଲ କରିବାକୁ ପ୍ରୟାସ, ଅଣ୍ଟା ଭିଡିଲେ ରାଜ୍ୟ ସରକାର

author img

By

Published : Feb 27, 2021, 7:48 AM IST

ଭୁବନେଶ୍ବର: ରାଜ୍ୟରେ ହୋଟେଲ ଶିଳ୍ପର ବିକାଶ ପାଇଁ ଏକମାତ୍ର ଭରସା ପର୍ଯ୍ୟଟନ ଶିଳ୍ପର ବିକାଶ । ଏହି ବିକାଶ ପାଇଁ ବିଜ୍ଞାପନ ନୁହେଁ ଭିତ୍ତିଭୂମିର ଆବଶ୍ୟକ ରହିଛି । ଆଉ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବିଶ୍ବ ପର୍ଯ୍ୟଟନରେ ଓଡିଶାକୁ ମାଇଲଷ୍ଟୋନ୍ କରିବା ଲକ୍ଷ୍ୟରେ ବିକାଶ ପାଇଁ ସବୁ ବିଭାଗକୁ ଏକାଠି କରିଛନ୍ତି ରାଜ୍ୟ ସରକାର । ହୋଟେଲ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଘରୋଇ ମାଲିକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ନିୟମ କରିଛନ୍ତି । ଏଥିରେ ମାଲିକଙ୍କୁ ସ୍ବଳ୍ପ ମୂଲ୍ୟରେ ଜମି ଯୋଗାଇଦେବା ବିଜୁଳି ଓ ପାଣି ସଂଯୋଗ ଏବଂ ଟେଲି ସଂଯୋଗୀକରଣ ବ୍ୟବସ୍ଥା କରିଛନ୍ତି ।

ବିଶ୍ୱ ପର୍ଯ୍ୟଟନରେ ଓଡିଶାକୁ ସାମିଲ କରିବାକୁ ପ୍ରୟାସ, ଅଣ୍ଟା ଭିଡିଲେ ରାଜ୍ୟ ସରକାର

ରାସ୍ତା ନିର୍ମାଣ, କାର ପାର୍କିଂ ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଫୋକସରେ ରଖିଛନ୍ତି । ହୋଟେଲ, ରେସ୍ତୋରାଁ ଆସୋସିଏସନ ଓ ସରକାରୀ ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ପର୍କରେ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ହୋଟେଲର ଭବିଷ୍ୟତକୁ ନଜରରେ ରଖି ସରକାର ପୁରୀ, କୋଣାର୍କ, ଚନ୍ଦ୍ରଭାଗାର ବେଳାଭୂମିର ବିକାଶ ସମ୍ପର୍କରେ ଅବଗତ କରାଇଥିଲେ। ସେପଟେ ଏହିସବୁ ପର୍ଯ୍ୟଟନୀ ସ୍ଥଳର ବିକାଶକୁ ନେଇ ପର୍ଯ୍ୟଟକ ଥାଇଲାଣ୍ଡ ଭୁଲିଯିବେ ବୋଲି କହିଛି ସଂଘ।

ଖାଲି ସେତିକି ନୁହେଁ ଏଥିପାଇ ପୁରୀ, କୋଣାର୍କ, ଏକାମ୍ର କ୍ଷେତ୍ର, ସମଲେଶ୍ବରୀ, ନୃସିଂହନାଥ ମନ୍ଦିରର ଅନେକାଂଶରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ଵରାନିତ୍ବ କରାଯାଇଥିବା କହିଛନ୍ତି ସରକାରୀ ଅଧିକାରୀ । ଏହିସବୁ ବିକାଶ ଲାଗି 2 ରୁ 3 ବର୍ଷ ଅର୍ଥାତ ୨୦୨୩ ବେଳକୁ ହୋଟେଲ ଶିଳ୍ପରେ ନୂଆ ବିପ୍ଳବ ସୃଷ୍ଟି ହେବ ବୋଲି କହିଛନ୍ତି ଆଶା କରିଛି ଆଏସୋସିଏସନ । ଏଥିପାଇଁ ଗୁଣାତ୍ମକ ହୋଟେଲ ସେବା ସହ ଟୁର୍ସ୍ ଆଣ୍ଡ ଟ୍ରାଭେଲସ ସେବା ବି ଯୋଗାଇଦିଆଯିବ ବୋଲି ଆସୋସିଏସନ କହିଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.